ଆସିକା, ୪।୧୧ ଆସିକା ବ୍ଲକ କାଳଷଣ୍ଢପୁର ପଂଚାୟତର ମୁକୁନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର କୁ ମାଡ଼ ମାରି ପ୍ରଧାନ ଶିକ୍ଷୟତ୍ରୀ ଅଡୁଆରେ। ଛାତ୍ରଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।
ବିଦ୍ୟାଳୟ ୪ଟାରେ ବନ୍ଦ ହେବା ପାଇଁ ଘଣ୍ଟି ବାଜିବା କଥା କିନ୍ତୁ ଶୁକ୍ରବାର ୩ଟା ୪୦ ମିନିଟ ସମୟରେ କୁଆଡେ ଏହି ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ଆୟୁଷ କୁମାର ଜେନା ବେଲ ଘଣ୍ଟି ବଜାଇଥି ଦେଇଥିଲେ l ସମୟ ହୋଇନଥିବାରୁ ବେଲ କାହିଁକି ବଜାଇଲା ବୋଲି ସ୍କୁଲର ଭାରପାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଯଶସ୍ପିନି ପଟ୍ଟନାୟକ ଆୟୁଷ କୁ ଠେଲି ଦେଇଥିଲେ l ସ୍କୁଲ ଗେଟରେ ଆୟଶଙ୍କୁ ଶକ୍ତ ଧକ୍କା ଲାଗିଥିଲା l ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଇଥିଲା l ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମିଶି ଆସିକା ଉପଖଣ୍ଡ ମେଡିକାଲକୁ ଚିକିତ୍ସା ଲାଗି ଆଣିଥିଲେ l ମେଡିକାଲରେ ସୁସ୍ଥ ହୋଇ ଘରକୁ ଫେରିଥିଲା l ଶନିବାର ସକାଳ ସ୍କୁଲ ରହିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିଶୁ ଏବଂ କିଛି ଅଭିଭାବକ ବିଦ୍ୟାଳୟ ସମ୍ମୁଖ ରେ ଧାରଣାରେ ବସିଥିଲେ l ଭାରପାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଯଶସ୍ପିନି ପଟନାୟକ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ।
ଖବର ପାଇ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି, ଅତିରିକ୍ତ ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା, ସିଆରସିସି ମନୋରଞ୍ଜନ ପାଢୀ ପ୍ରମୁଖ ଘଟଣା ସ୍ଥଳକୁ ଆସି ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟି, ସରପଞ୍ଚ ପ୍ରତିନିଧି, ନାଏବ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ଙ୍କୁ ବୁଝା ସୁଝା କରିଥିଲେ l ପରିସ୍ଥିତି ଦେଖି ଆସିକା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଦିଆଯାଇଥିଲା l ଆହତ ଶିଶୁର ବାପା ଅନୁଜ କୁମାର ଜେନା ଆସିକା ପୋଲିସ ଥାନାରେ ଭାରପାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଯଶସ୍ପିନି ପଟନାୟକ ବିରୁଦ୍ଧରେ ଏକ ଅଭିଯୋଗ ଦେଇଛନ୍ତି l ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଚାଲିଥିବା ଆସିକା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l
ସନ୍ଧ୍ୟା ପର୍ଯ୍ୟନ୍ତ ଶିଶୁ ଆହତ ବିଷୟରେ ଲିଖିତ ଅଭିଯୋଗ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ପରିବାର ପକ୍ଷରୁ ଦିଆ ଯାଇନଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମୋବାଇଲ ଯୋଗେ ଦେହ ଅସୁସ୍ଥ ରହିଥିବା ହେତୁ ସ୍କୁଲ ନଯିବା କଥା ହ୍ବାଟ୍ସଆପ ଯୋଗେ ଜଣାଇଥିବା କଥା ଅଧିକାରୀ ପ୍ରକାଶ କରିଛନ୍ତି l