ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କରୋନାରେ ଭାରତୀୟଙ୍କ ଫୁସଫୁସ୍‌ର ହୋଇଛି ଅଧିକ କ୍ଷତି, ୫୦% ଲୋକଙ୍କୁ ନିଶ୍ବାସ ନେବାରେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୨୭।୨: କରୋନା ସଂକ୍ରମଣ ଗତ ୪ ବର୍ଷରୁ ଅଧିକ ସମୟ ହେବ ବିଶ୍ବର ଏକ ବଡ ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ମହାମାରୀ ଆରମ୍ଭରୁ ଏପର୍ଯ୍ୟନ୍ତ ୭୦.୩୬ କୋଟିରୁ ଅଧିକ ଲୋକ ଏହି ସଂକ୍ରାମକ ରୋଗରେ ପ୍ରଭାବିତ ହୋଇଛନ୍ତି। ଏଥିରେ ୬୯.୮୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। କରୋନା କେବଳ ସଂକ୍ରମଣର ସ୍ଥିତିରେ ନୁହେଁ, ସଂକ୍ରମଣରୁ ଠିକ୍ ହୋଇସାରିଥିବା ଲୋକଙ୍କ ପାଇଁ ଗମ୍ଭୀର ସମସ୍ୟାର କାରଣ ପାଲଟିଛି। ପୋଷ୍ଟ କୋଭିଡ୍ କାରଣରୁ ଲୋକଙ୍କ ଭିତରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥାଏ।

କରୋନା ସଂକ୍ରମଣର ଶିକାର ହୋଇଥିବା ଲୋକ ଠିକ୍ ହେବାର ବର୍ଷକରୁ ଅଧିକ ସମୟ ହେବାପରେ ମଧ୍ୟ ହାର୍ଟ, ମେଟାବଲିଜିମ୍ ଓ ବ୍ରେନ୍ ସମ୍ପର୍କିତ ସମସ୍ୟା ଅନୁଭୂତ ହେଉଛି। କୋଭିଡ୍-୧୯ ଖରାପ ପରିମାଣକୁ ନେଇ ଏକ ଅଧ୍ୟୟନରେ ରିସର୍ଚ୍ଚରମାନେ ଫୁସଫୁସ୍‌ ସମସ୍ୟାକୁ ନେଇ ସତର୍କ କରିଛନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ, ଅକ୍ୟୁଟ୍ କୋଭିଡ୍ ପରେ ଭାରତୀୟ ଲୋକଙ୍କ ଭିତରେ ଫୁସଫୁସ୍‌ ନଷ୍ଟ ହେବାର ମାମଳା ଖୁବ୍ ଅଧିକ ଦେଖା ଯାଉଛି। କୋଭିଡ୍-୧୯ ଫୁସଫୁସ୍‌ର କାର୍ଯ୍ୟକ୍ଷମତାକୁ ଗମ୍ଭୀର ରୂପରେ ପ୍ରଭାବିତ କରିଛି, ଯାହାର ଗମ୍ଭୀର ଓ ବିପଦଜନକ କ୍ଷତି ଦେଖିବାକୁ ମିଳିପାରେ।

ଭେଲୋରର କ୍ରିଷ୍ଟ୍ରିଆନ୍ ମେଡିକାଲ କଲେଜ ଷ୍ଟଡି  ରିପୋର୍ଟ ଅନୁସାରେ,ଅଧିକାଂଶ ଭାରତୀୟଙ୍କ ଫୁସଫୁସ୍‌ର କାର୍ଯ୍ୟକ୍ଷମତା ଖରାପ ହେବାରେ ଲାଗିଛି। ଅଧାରୁ ଅଧିକ ଲୋକଙ୍କୁ ନିଶ୍ବାସ ନେବାରେ କଷ୍ଟ ହେୁଛି। ଏହା ଖୁବ୍ ଚିନ୍ତାଜନକ, ଏହାକୁ ନେଇ ସବୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

ଚାକିରୀରୁ ବିଦା ହେବେ ନାଁ ଇସ୍ତଫା ଦେବେ ? ଜେମିନି କାରଣରୁ ସଙ୍କଟରେ ସୁନ୍ଦର ପିଚାଇ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.