ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫୦୦ ବର୍ଷ ପରେ ଜାପାନର ସବୁ ଲୋକଙ୍କ ସାଙ୍ଗିଆ ହୋଇଯିବ ‘ସାତୋ-ସାନ୍‌’, ଚିନ୍ତା ପ୍ରକଟ କଲେ ଗବେଷକ

ଟୋକିଓ: ଜାପାନରେ ଏବେ ନାଁକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଆଉ ୫୦୦ ବର୍ଷ ମଧ୍ୟରେ ଜାପାନରେ ପ୍ରତିଟି ବ୍ୟକ୍ତିଙ୍କ ସାଙ୍ଗିଆ ସମାନ ହେବାକୁ ଯାଉଛି । ଟୋହୋକୁ ବିଶ୍ବବିଦ୍ୟାଳୟ ପ୍ରଫେସର ହିରୋଶି ୟୋଶିଦାଙ୍କ ନେତୃତ୍ବରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷଣାର ତଥ୍ୟ ଅନୁସାରେ, ୨୫୩୧ ବେଳକୁ ଜାପାନର ସସମ୍ତ ଲୋକଙ୍କ ଶେଷ ନାମ ବା ସାଙ୍ଗିଆ ସମାନ ହୋଇଯିବ । ଜାପାନରେ ପ୍ରଚଳିତ ପ୍ରଥା, ଆନୁମାନିକ ତଥ୍ୟ ଏବଂ ବର୍ତ୍ତମାନର ଲୋକଙ୍କ ଚାଲିଚଳନକୁ ନେଇ ଏହି ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି ।

୫୦୦ ବର୍ଷ ପରେ ଜାପାନର ପ୍ରତିଟି ନାଗରିକଙ୍କ ସାଙ୍ଗିଆ ‘ସାତୋ-ସାନ’ ହୋଇଯାଇଥିବ ବୋଲି ହିରୋଶି ୟୋଶିଦା କହିଛନ୍ତି । ହୁଏତ ସେତେବେଳକୁ ସାଙ୍ଗିଆ ବ୍ୟବହାର କରି ବ୍ୟକ୍ତିଙ୍କୁ ଡାକିବା ସହଜ ହେବ ନାହିଁ । ଫଳରେ ମୂଳ ନାମରେ ଲୋକଙ୍କୁ ଚିହ୍ନିବାକୁ ହେବ ବୋଲି ସେ ଦାବି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସାତୋ-ସାନ୍‌ ସାଙ୍ଗିଆ ଖୁବ ଅଧିକ ବ୍ୟବହାର ହେଉଛି । ୧୨୫ ମିଲିୟନ୍‌ ଜନସଂଖ୍ୟାରୁ ଦେଢ଼ ପ୍ରତିଶତ ଲୋକଙ୍କ ସାଙ୍ଗିଆ ଏବେ ସାତୋ-ସାନ୍‌ ରହିଛି । ଏହା ପରେ ଦ୍ବିତୀୟ ସ୍ଥାନରେ ରହିଛି ‘ସୁଜୁକି’ । ଏପ୍ରିଲ ୧ରେ ଯେତେବେଳେ ଏହି ରିପୋର୍ଟ ପ୍ରକାଶ ପାଇଥିଲା ସେବେ ଏହାକୁ ଏକ ପ୍ରାଙ୍କ ବୋଲି ଲୋକେ ଭାବୁଥିଲେ । ହେଲେ ଏହି ପରିସ୍ଥିତିକୁ ଗୁରୁତର ସହ ନେବାକୁ ଅପିଲ କରିଛନ୍ତି ହିରୋଶି ୟୋଶିଦା । 

  ହିରୋଶି ୟୋଶିଦାଙ୍କ ଅନୁସାରେ ସରନେମ୍‌(ସାଙ୍ଗିଆ) ସମାନ ହୋଇଗଲେ, ପ୍ରତିଟି ବ୍ୟକ୍ତିଙ୍କ ସାମାଜିକ ସ୍ଥିତି ବିଗିଡ଼ିଯିବ । ଏହା ଦ୍ବାରା ସାଂସ୍କୃତିକ, ଆଞ୍ଚଳିକ ଏବଂ ପାରିବାରିକ ବିବିଧତା ସମାପ୍ତ ହୋଇଯିବ  । ତେବେ ସାତୋ-ସାନ୍‌ ସାଙ୍ଗିଆ ୨୦୨୨ ଏବଂ ୨୦୨୩ ଏକ ହଜାର ଗୁଣରୁ ଅଧିକ ବୃଦ୍ଧି ପାଇଛି ।  ୨୪୪୬ ମସିହା ବେଳକୁ ଅଧାରୁ ଅଧିକ ଜାପାନ ନାଗରିକଙ୍କ ସାଙ୍ଗିଆ ସାତୋ-ସାନ ହୋଇସାରିଥିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।  ଏହି ହାରରେ ସାତୋ-ସାନ ସାଙ୍ଗିଆର ବ୍ୟବହାର ବୃଦ୍ଧି ପାଇଲେ ୨୫୩୧ ବେଳକୁ ସବୁ ଲୋକଙ୍କ ସାଙ୍ଗିଆ ସମାନ ହୋଇଯିବ ବୋଲି ଦାବି ହୋଇଛି ।

ଏଭଳି ଅସୁବିଧା ପାଇଁ ଜାପାନର ସାମାଜିକ ନିୟମ ଦାୟୀ । କାରଣ ଏଠାରେ ବିବାହ କରିବା ପରେ ମହିଳାଙ୍କ ସାଙ୍ଗିଆ ପରିବର୍ତ୍ତନ ହେବାର ନିୟମ ରହିଛି । ଦେଶର ୯୫ ପ୍ରତିଶତ ବିବାହିତ ମହିଳାଙ୍କ ସାଙ୍ଗିଆ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଏବେ ଏହି ଟ୍ରେଣ୍ଡ ବଦଳିଛି ଏବଂ ବିବାହ ପରେ ମଧ୍ୟ ଦମ୍ପତିଙ୍କ ଭିନ୍ନ ଭିନ୍ନ ସାଙ୍ଗିଆ ରଖିବା ଉପରେ ଲୋକଙ୍କ ସମର୍ଥନ ମିଳୁଛି । ସେପଟେ ଜାପାନ ରାଜନୀତିରେ ମଧ୍ୟ ସାଙ୍ଗିଆ ବିବାଦ ମୁଖ୍ୟ ପ୍ରସଙ୍ଗ ପାଲଟିଛି ।  

 

  • japan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.