ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଖରାପ ସ୍ଥିତିରୁ ବାହାରି କେମିତି ପାଇବେ ସଫଳତା ? ଜାଣନ୍ତୁ ଏହାର ଉପାୟ

ନୂଆଦିଲ୍ଲୀ : କୌଣସି ବ୍ୟକ୍ତି ଖରାପ ସମୟରେ ଏହି କଥାର ନିର୍ଣ୍ଣୟ କରିବା ମୁସ୍କିଲ ହୋଇଥାଏ କି, ସେ ନିରାଶର ଅନ୍ଧକାରରୁ ନିଜକୁ କେମିତି ବାହାରି କରି ପାରିବ। ଜୀବନରେ ସଫଳତା ହାସଲ କରିବାକୁ ହେଲେ କଣ କରିବା ଠିକ୍‌ , କଣ କରିବା ଭୁଲ। ଯଦି ଆପଣ ମଧ୍ୟ ଜୀବନର କୌଣସି ମୋଡରେ ନିଜକୁ ଏମିତି ହିଁ କିଛି ଅଡୁଆରେ ପଡ଼ି ଯାଉଛନ୍ତି , ତାହେଲେ ଆପଣଙ୍କୁ ରାସ୍ତା ଦେଖାଇବ ଏହି ଟିପ୍ସ...

ଧୈର୍ଯ୍ୟର ସହ କାମ କରନ୍ତୁ – କୌଣସି ବ୍ୟକ୍ତିର ଜୀବନରେ ଯେବେ ମୁସ୍କିଲ ସମୟ ଆସିଥାଏ ତ ସେ ସ୍ୱାଭାବିକ ଭାବେ ଚିନ୍ତାରେ ପଡ଼ି ଏପଟସେପଟ ହୋଇଯାଏ। ନିଜେ ଯଥା ସମ୍ଭବ ଚେଷ୍ଟା କରି ଖୁବ୍‌ ଶୀଘ୍ର ସମସ୍ୟାରୁ ବାହାରିବାକୁ ଚେଷ୍ଟା କରେ, କିନ୍ତୁ ଏମିତି ସମୟରେ ବ୍ୟକ୍ତିଙ୍କୁ ଏହି କଥାର ବିଶେଷ ଧ୍ୟାନ ଦେବା ଉଚିତ କି , ସମୟ ଯେତେ ବି ଖରାପ ହେଉ ପରିବାର ସହ ରହିବା ଧୈର୍ଯ୍ୟପୂର୍ଣ୍ଣ ଭାବେ ସବୁ ନିଷ୍ପତ୍ତି ନିଅନ୍ତୁ । ସଫଳତାର କିରଣ ଆପଣଙ୍କୁ ନିଶ୍ଚୟ ନଜର ଆସିବ। 

ଧନର ସଞ୍ଜୟ – ବ୍ୟକ୍ତିଙ୍କୁ ସଙ୍କଟରୁ ବାହାରିବା ପାଇଁ ଧନର ମଧ୍ୟ ଆବଶ୍ୟକତା ହୋଇଥାଏ। ସଙ୍କଟ ସମୟରେ ଧନ ପ୍ରକୃତ ମିତ୍ର ହୋଇଥାଏ। ଯେଉଁ ବ୍ୟକ୍ତି ପାଖରେ ସଙ୍କଟ ସମୟରେ ଧନର ଅଭାବ ରହିଥାଏ , ତାଙ୍କ ପାଇଁ ସଙ୍କଟରୁ ବର୍ତ୍ତିବା ପାଇଁ ବଡ଼ କଠିନ ହୋଇଯାଏ।

ନକରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ- 

କୌଣସି ବ୍ୟକ୍ତିଙ୍କ ଜୀବନରେ ମୁସ୍କିଲ ଆସିବା କ୍ଷଣି ସର୍ବ ପ୍ରଥମେ ତାଙ୍କ ମନକୁ ନକରାତ୍ମକ ଭାବନା କବଳିତ କରେ। ନେଗେଟିଭ୍‌ ଏନର୍ଜୀରେ ଘେରି ରହିଥିବା ବ୍ୟକ୍ତି ଏହା ଭାବିବାକୁ ବାଧ୍ୟ ହୋଇ ଯାଏ କି ତାକୁ ତା ସମସ୍ୟାର କୌଣସି ସମାଧାନ ମିଳିବାର ନାହିଁ। ଏଥିରେ ବ୍ୟକ୍ତିକୁ କେବେ ବି ମନରେ ନକରାତ୍ମକ ବିଚାର ଆଣିବା ଉଚିତ ନୁହେଁ । ମନକୁ ଶାନ୍ତ ରଖି ସକରାତ୍ମକ ଭାବନା ସହ ନିଜର ପ୍ରତି ମୁସ୍କିଲର ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତୁ , ସଫଳତା ନିଶ୍ଚୟ ମିଳିବ। 

ତରବରରେ ନିଷ୍ପତ୍ତି ନିଅନ୍ତୁ ନାହିଁ – ଅନେକ ଥର ବ୍ୟକ୍ତି ମୁସ୍କିଲ ସମୟରେ ସମସ୍ୟାରୁ ବାହାରିବା ପାଇଁ ଭୁଲ୍‌ ଭାବେ ଅନେକ ନିଷ୍ପତ୍ତି ନେଇ ଯାନ୍ତି। ଯେଉଁଥି ପାଇଁ ତାର ମୁସ୍କିଲ ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢିଯାଏ। ଯଦି ଆପଣ କୌଣସି ମୁସ୍କିଲରେ ଫସିଛନ୍ତି ତ ସମସ୍ୟାକୁ ଭଲ ଭାବି ବୁଝି ତାକୁ ଦୂର କରିବାର ଉପାୟ ବିଷୟରେ ଭାବନ୍ତୁ , ତରବରରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସାବଧାନତା – ଚାଣକ୍ୟ ନୀତି କୁହେ , ମୁସ୍କିଲ ସମୟରେ ବ୍ୟକ୍ତିଙ୍କୁ ସର୍ବଦା ସାବଧାନତା ଅବଲମ୍ୱନ କରିବା ଉଚିତ। ବ୍ୟକ୍ତିକୁ ଏହି କଥା ଉପରେ ଧ୍ୟାନ ଦେବା ଉଚିତ କି ସଙ୍କଟ ସମୟରେ ବ୍ୟକ୍ତିଙ୍କ ପାଖରେ ସୀମିତ ଅବସର ଓ ଚ୍ୟାଲେଞ୍ଜ ବଡ଼ ଜଣାଯାଏ। ଏଥିରେ ଟିକିଏ ବି ଅସାବଧାନତା ଆପଣଙ୍କୁ ବଡ଼ କ୍ଷତି କରି ପାରେ। ଏଥିରେ ସାବଧାନତା ବଜାୟ ରଖି ଆପଣ ନିଜ କାମରେ ସଫଳତା ହାସଲ କରି ପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.