ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

‘ଭରସା ହରାଇ ଦେବେ ଲୋକେ’, ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ବର୍ଷିଲେ ସିଜେଆଇ

Published By : Prameya | May 7, 2024 5:29 PM

ନୂଆଦିଲ୍ଲୀ,୭।୫:ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କରିଛନ୍ତି କଡା ଭର୍ତ୍ସନା। କୋର୍ଟ ୨୫ ହଜାର ଶିକ୍ଷକଙ୍କ ନିଯୁକ୍ତି ରଦ୍ଧ କରାଯିବାର ଚ୍ୟାଲେଞ୍ଜ ଦେଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଚିଫ୍ ଜଷ୍ଟିସ୍‌ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କୁ କଡା ପ୍ରଶ୍ନ ପଚାରି କହିଛନ୍ତି, ଶେଷରେ ଯେତେବେଳେ ନିଯୁକ୍ତ ପକ୍ରିୟା ଉପରେ ପ୍ରଶ୍ନ ଉଠାଯାଉଛି ତେବେ ଅତିରିକ୍ତ ପଦ କାହିଁକି ବାହାର କରାଯାଉ ନାହିଁ। କେବଳ ସେତିକି ନୁହେଁ ଭୋଟିଂ ଲିଷ୍ଟରେ ଥିବା କ୍ୟାଣ୍ଡିଡେଟଙ୍କୁ କାହିଁକି ନିଯୁକ୍ତି ମିଳିଛି। ସେଭଳି ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ନିରଜ କିଶନ କୌଲ କହିଛନ୍ତି, ଏହା ତ ସିବିଆଇ ମଧ୍ୟ କରିନି ଯେ ୨୫ ହଜାର ଶିକ୍ଷକଙ୍କ ନିଯୁକ୍ତି ବେଆଇନ୍। ସବୁ ଜିନିଷ ଶିକ୍ଷକ ଓ ଛାତ୍ର ଅନୁପାତ ଅନୁସାରେ ଥିଲା। 

ସେଭଳି ପଶ୍ଚିମବଙ୍ଗ ସରକାରଙ୍କ ଅନ୍ୟ ଏକ ଓକିଲ ଜୟଦୀପ ଗୁପ୍ତା କହିଛନ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ଭୁଲ, ଯେଉଁଥିରେ ସେ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ। ସେ କହିଛନ୍ତି, ଏଭଳି ନିଷ୍ପତ୍ତି ନେବା ହାଇକୋର୍ଟଙ୍କ ଅଧିକାର କ୍ଷେତ୍ରରେ ଆସୁନି ଓ ସୁପ୍ରିମକୋର୍ଟଙ୍କ ରାୟ ବିପରୀତ ରହିଛି। ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି, ନିଯୁକ୍ତି ପୂର୍ବରୁ ପରୀକ୍ଷା ସମ୍ପର୍କିତ କପି  ନଷ୍ଟ କରି ଦିଆଯାଇଛି। ଓଏମ୍‌ଆର ସିଟ୍ ଓ ଉତ୍ତର ଖାତାର କ’ଣ ହେଲା ? ଏହା ଉପରେ ଓକିଲ କହିଛନ୍ତି, ଏବେ କପି ମିଳିପାରିନି। ଏହା ଉପରେ ଚିଫ୍ ଜଷ୍ଟିସ୍ କହିଥିଲେ, ଏଭଳି କିପରି ହୋଇପାରିବ ? ସିଜେଆଇ କହିଛନ୍ତି ନିଯୁକ୍ତି ତ କମିଶନଙ୍କ ଦାୟିତ୍ବ। ସେ ଏହି ସିଟସ୍‌ର ଡିଜିଟାଲ କପି ନିଜ ପାଖରେ ରଖନ୍ତୁ। କୋର୍ଟ କହିଛନ୍ତି, ଏଭଳି ସ୍ଥିତି ଯଦି ରହିଛି ତେବେ ଲୋକମାନେ ନିଜର ଭରସା ହରାଇ ଦେବେ। 

ଉଲ୍ଳେଖନୀୟ ଯେ, ଗତ ସପ୍ତାହରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ସେହି ନିର୍ଦେଶକୁ ରୋକ ଲଗାଇଥିଲେ, ଯେଉଁଥିରେ ୨୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ରଦ୍ଦ କରିବାର ନିର୍ଦେଶ ଦିଆଯାଇଥିଲା। କେବଳ ସେତିକି ନୁହେଁ କୋର୍ଟ କହିଥିଲେ, ଚାକିରୀ ହରାଇଥିବା ଶିକ୍ଷକଙ୍କୁ ଏପର୍ଯ୍ୟନ୍ତ ମିଳିଥିବା ସବୁ ଦରମା ଫେରାଇବାକୁ ହେବ। ଏହି କାରଣରୁ ହଜାର ହଜାର ଲୋକଙ୍କ ଭବିଷ୍ୟତ ଅନ୍ଧାରରେ ଅଛି। ସେମାନେ ଏହି ଚିନ୍ତାରେ ଅଛନ୍ତି ଯଦି ସୁପ୍ରିମକୋର୍ଟ ଆଶ୍ବସ୍ତି ନଦିଅନ୍ତି ତେବେ ସେ ଟଙ୍କା କେଉଁଠୁ ଫେରାଇବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.