ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ବୁଲ୍‌ଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, ଦୋଷୀ ହେଲେବି ଭଙ୍ଗା ଯାଇପାରିବନି ଘର

ନୂଆଦିଲ୍ଲୀ, ୦୩/୦୯ : ଅନେକ ଘଟଣାରେ ଦେଶବ୍ୟାପୀ ଅଭିଯୁକ୍ତଙ୍କ ଘର ଉପରେ ବୁଲ୍‌ଡୋଜର ଚାଲିବା ମାମଲାରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି । ଯଦି ଜଣେ ବ୍ୟକ୍ତି କେବଳ ଅଭିଯୁକ୍ତ ତେବେ ତାଙ୍କ ଘର ଭାଙ୍ଗିବା ପାଇଁ କିପରି ବୁଲ୍‌ଡୋଜର ଚାଲିପାରିବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । କେହି ଦୋଷୀ ସାବ୍ୟସ୍ତ ହେଲେ ବି ତାଙ୍କ ସମ୍ପତ୍ତି ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ବି.ଆର୍‌ ଗଭଇ ଏବଂ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି । ଏଥିସହ ଏପରି ଘଟଣାରେ ଗାଇଡଲାଇନ ଜାରି କରିବା ଲାଗି ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ରଖିଛନ୍ତି । ଏକାଧିକ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ସେଥିମଧ୍ୟରେ ଜମିୟତଉଲେମା-ଏ-ହିନ୍ଦ୍‌ର ମଧ୍ୟ ପିଟିସନ ରହିଛି । 

ଏଥିରେ ଅଭିଯୋଗ କରାଯାଇଛି ଯେ, ବିଜେପିଶାସିତ ରାଜ୍ୟରେ ମୁସଲମାନଙ୍କୁ ଟାର୍ଗେଟ କରାଯାଇ ସେମାନଙ୍କ ଘରେ ବୁଲ୍‌ଡୋଜର ଚଲାଯାଉଛି । ସଂଖ୍ୟାଲଘୁଙ୍କ ଉତ୍ପୀଡ଼ନ କରାଯାଉଛି । ରାଜ୍ୟ ସରକାର ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ପୀଡ଼ିତ ନିଜର ସୁରକ୍ଷା କରିବା ତଥା ପକ୍ଷ ରଖିବା ଲାଗି ସରକାର ସୁଯୋଗ ଦେଉନାହାନ୍ତି । କୌଣସି ଆଇନଗତ ପ୍ରକ୍ରିୟା ପାଳନ କରା ନ ଯାଇ ତୁରନ୍ତ ପୀଡ଼ିତଙ୍କ ଘରେ ବୁଲ୍‌ଡୋଜର ଚଲାଯାଉଛି ବୋଲି ପିଟିସନରେ ଦର୍ଶାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ । ବୁଲ୍‌ଡୋଜର ଆକ୍ସନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜବାବ ରଖାଯାଇଥିଲା ଯେ, କେହି ଅପରାଧ କରିଛନ୍ତି ବୋଲି ତାଙ୍କ ଘର ଉପରେ ବୁଲ୍‌ଡୋଜର ଚଲାଯାଇନାହିଁ । ବରଂ ଅଭିଯୁକ୍ତ ବେଆଇନ ଭାବେ ସରକାରୀ ଜାଗା କବ୍‌ଜା କରିଥିବାରୁ ମ୍ୟୁନିସିପାଲିଟି ଆଇନ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

ସୁପ୍ରିମକୋର୍ଟ କହିଥିଲେ, ଏଠାରେ ବେଆଇନ କବ୍‌ଜା କଥା ଉଠୁନାହିଁ । ମାମଲା ସହ ଜଡ଼ିତ ସମସ୍ତ ପକ୍ଷ ମତ ଓ ପ୍ରସ୍ତାବ ରଖନ୍ତୁ । ଆମେ ପୂରା ଦେଶ ପାଇଁ ଗାଇଡଲାଇନ ଜାରି କରିପାରିବା । କାହାର ପୁଅ ଅଭିଯୁକ୍ତ ହେଲେ ସେହି ଆଧାରରେ ତାଙ୍କ ବାପାଙ୍କ ଘର, ସମ୍ପତ୍ତି ଉପରେ ବୁଲ୍‌ଡୋଜର ଚଲାଯାଇପାରିବ ନାହିଁ । ଏହି କାର୍ଯ୍ୟାନୁଷ୍ଠାନ ଉଚିତ ନୁହେଁ । ତେବେ ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ କୌଣସି ବେଆଇନ ନିର୍ମାଣକୁ ସୁରକ୍ଷା ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ପ୍ରଥମେ ନୋଟିସ୍‌ ଜାରି କରାଯିବ, ପରେ ଜବାବ ରଖିବା ପାଇଁ ସମୟ ଦିଆଯିବ, ଆଇନଗତ ସମାଧାନ ପାଇଁ ମଧ୍ୟ ସମୟ ମିଳିବ ଏବଂ ପରେ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ଜଷ୍ଟିସ୍‌ ବିଶ୍ୱନାଥନ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.