ନୂଆଦିଲ୍ଲୀ,୦୬/୧୧: ପୁଣି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଚର୍ଚ୍ଚାରେ। ଏଥରର ବିବାଦ 'ସ୍ବସ୍ତିକ'କୁ ନେଇ। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଯେ, ଘୃଣାଭାବ ବଢ଼ାଉଥିବା ଏପରି ଏକ ପ୍ରତିକକୁ ସଂସଦରେ ଦେଖାଇବାର ଅନୁମତି ମିଳିପାରିବ ନାହିଁ। ଲକ୍ଷ ଲକ୍ଷ ହିନ୍ଦୁଙ୍କ ବିଶ୍ୱାସର ପ୍ରତୀକ ଉପରେ ପ୍ରତିବନ୍ଧକ ଲଗାଇବାକୁ କାନାଡା ସରକାର ଯୋଜନା କରୁଛନ୍ତି। ଏ ବାବଦରେ ଏକ ବିଲ୍ ମଧ୍ୟ ଅଣାଯାଇଛି, ଯାହା ବର୍ତ୍ତମାନ ଅଟକି ରହିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସ୍ବସ୍ତିକକୁ ନେଇ ଘୃଣା କୌଣସି ସମ୍ପର୍କ ନଥାଇ ସୁଦ୍ଧା ପାଶ୍ଚାତ୍ୟ ଦେଶମାନେ ଏହାକୁ ବାରମ୍ବାର ଯୋଡ଼ିଛନ୍ତି।
ଘୃଣ୍ୟ ପ୍ରତିକକୁ ସ୍ବୀକୃତି:
୨୦୨୨ରେ, କାନାଡାର ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ଘୃଣ୍ୟ ପ୍ରତୀକ ଉପରେ ଏକ ବିଲ୍ ଆଣିବାକୁ ଚେଷ୍ଟା କରିଥିଲା। ଏହି ତାଲିକାରେ ଏପରି ଅନେକ ପ୍ରତୀକ ଥିଲା, ଯାହାର ଅନୁଗାମୀମାନେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ। ଆମେରିକା ଏବଂ ୟୁରୋପରେ ଏକ ସମୟରେ ସକ୍ରିୟ ଥିଲା କୁ-କ୍ଲକ୍ସ-କ୍ଲାନ୍ ଗୋଷ୍ଠୀ। ଏମାନେ ସାଧାରଣ ଲୋକଙ୍କୁ ମାରପିଟ କରୁଥିଲେ। ୟୁରୋପର ଇଲୁମିନିଟି ଗୋଷ୍ଠୀକୁ ପ୍ରତିକକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। କୁହା ଯାଉଥିଲା ଯେ ଏଥିରେ ବିଶ୍ୱାସ କରୁଥିବା ଲୋକମାନେ ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରନ୍ତି। ଘୃଣା ମନୋଭାବ ପଚାର କରୁଥିବା ପ୍ରତିକଗୁଡ଼ିକ ମଧ୍ୟରେ ସ୍ବସ୍ତିକକୁ ମଧ୍ୟ ସାମିଲ କରାଯାଇଥିଲା। କୁହାଯାଇଥିଲା ଯେ, ସ୍ବସ୍ତିକ ପାଇଁ ପାଖାପାଖି ୮ ଲକ୍ଷ ଲୋକଙ୍କର ଜୀବନ ଯାଇଥିଲା। ଇହୁଦୀମାନଙ୍କର ହତ୍ୟାପାଇଁ ଦାୟି ଥିଲା ନାଜି ପାର୍ଟି, ଯାହାର ପ୍ରତିକ ସ୍ବସ୍ତିକ ଚିହ୍ନ ସହିତ ଅଧିକାଂଶ ମିଶୁଥିଲା।
ପଢ଼ନ୍ତୁ: ବିଶ୍ୱର ସବୁଠୁ ଦ୍ରୁତତମ ଲିପ୍ଟ; ୧ ସେକେଣ୍ଡରେ ଯାଇପାରେ ୬୭ ଫୁଟ୍, ୫୫ ସେକେଣ୍ଡରେ ୧୧୮ ମହଲାରେ ପହଞ୍ଚେ
ଷଡ଼ଯନ୍ତ୍ରକୁ ନେଇ ଅଭିଯୋଗ:
ଅଭିଯୋଗ ଅନୁଯାୟୀ, ପାଶ୍ଚାତ୍ୟ ଦେଶମାନେ ଜାଣିଶୁଣି ହିନ୍ଦୁମାନଙ୍କର ଏହି ପ୍ରତୀକକୁ ହିଟଲରଙ୍କ ସହ ଯୋଡ଼ିବା ଆରମ୍ଭ କରିଛନ୍ତି ଯାହା ଦ୍ବାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ ଏବଂ ହିନ୍ଦୁଙ୍କ ପ୍ରତି ଘୃଣା ବୃଦ୍ଧି ପାଇବ। ଭାରତ ବାରମ୍ବାର ଏହାକୁ ବିରୋଧ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି, ତଥାପି କାନାଡ଼ା ପରି ପାଶ୍ଚାତ୍ୟ ଦେଶ ଏହି ଭୁଲ ଧାରଣାକୁ ବଜାୟ ରଖିଛନ୍ତି। ଏବଂ ଯେତେବେଳେ ନାଜିର ପ୍ରତୀକକୁ ହାକେନକ୍ରୁଜ୍ କୁହାଯାଉଥିବା ବେଳେ ବର୍ତ୍ତମାନ ଟ୍ରୁଡୋ ସିଧାସଳଖ ସ୍ବସ୍ତିକକୁ ନେଇ କହିଛନ୍ତି।
କିପରି ଅଗଲା ହକେନଜ୍ରେଜ:
ଲାଲ୍ ପଟ୍ଟିରେ ଧଳାରଙ୍ଗର ଏକ ଗୋଲାକାର ଚିହ୍ନ ରହିଛି, ଯାହାକୁ ଜର୍ମାନୀରେ ହକାନକ୍ରେଜ୍ କୁହାଯାଉଥିବା ବେଳେ କିଛିକିଛି ଏହାକୁ କ୍ରାନ୍ସ ମଧ୍ୟ କୁହନ୍ତି। ସ୍ବସ୍ତିକ ପରି ଏହି ପ୍ରତୀକ ଡାହାଣ ପାର୍ଶ୍ୱରୁ ୪୫ ଡିଗ୍ରୀ ବୁଲି ରହିଥିବା ବେଳେ ହୋଇଛି ଏବଂ ସ୍ବସ୍ତିକରେ ଥିବା ଚାରୋଟି ବିନ୍ଦୁ ପରି ଏଥିରେ କୌଣସି ବିନ୍ଦୁ ରହିନାହିଁ। ଏହା ଏକ ଲାଲ୍ ପୃଷ୍ଠଭୂମିରେ ଏକ ଧଳା ବୃତ୍ତ ମଧ୍ୟରେ କଳାରଙ୍ଗରେ ତିଆରି ହୋଇଛି। ହିଟଲର ଏହାକୁ ନିଜ ଜାତିକୁ ଉନ୍ନତ ବୋଲି ଚିତ୍ରଣ କରିବା ସହ କହିଥିଲେ ଯେ ସମଗ୍ର ବିଶ୍ୱର ଆର୍ଯ୍ୟମାନେ ଏହି ପ୍ରତୀକ ତଳେ ଏକତ୍ରିତ ହେବା ଉଚିତ୍। ସେ ଏହି ନାରା ସମୟକ୍ରମେ ଦେଇଆସୁଥିଲେ ଏବଂ ସମଗ୍ର ବିଶ୍ୱ ହାକେନକ୍ରେଜ୍କୁ ଘୃଣା କରିବାକୁ ଲାଗିଥିଲେ।
ପଢ଼ନ୍ତୁ: ଇସ୍ରାଏଲ୍-ହମାସ ଯୁଦ୍ଧକୁ ନେଇ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ରଖିଲେ ଓବାମା
ଭାରତରେ ସ୍ବସ୍ତିକକୁ ନେଇ ଅନେକ ମାନ୍ୟତା:
ଭାରତ କିମ୍ବା ବିଶ୍ୱରେ ବାସ କରୁଥିବା କୋଟି କୋଟି ହିନ୍ଦୁ କୌଣସି ଧାର୍ମିକ ଉତ୍ସବରେ ସ୍ବସ୍ତିକ ତିଆରି କରନ୍ତି। ଏହାକୁ ଅତ୍ୟନ୍ତ ପବିତ୍ର ଏବଂ ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ପ୍ରତୀକ ସାଧାରଣତଃ ଚାରୋଟି ଧଳା ବିନ୍ଦୁ ସହିତ ଲାଲ ରଙ୍ଗର ହୋଇଥାଏ। ଶତାବ୍ଦୀ ଶତାବ୍ଦୀ ଧରି ଜୈନ ଏବଂ ବୌଦ୍ଧ ଧର୍ମରେ ମଧ୍ୟ ଏହାର ଧାର୍ମିକ ବିଶ୍ୱାସ ରହିଆସିଛି।
ଏହି ଦେଶର ଲୋକ ମଧ୍ୟ ସ୍ବସ୍ତିକକୁ ମାନନ୍ତି ଶୁଭ:
ଏହା ତ ଭାରତୀୟଙ୍କ ପରମ୍ପରାର କଥା ଥିଲା କିନ୍ତୁ ଏହାର ଅସ୍ତିତ୍ୱ ବିଶ୍ବର ଅନେକ ଦେଶରେ ଦୃଶ୍ୟମାନ ହେଉଛି। ଏହା ଚୀନ୍, ଜାପାନ, ମୋଙ୍ଗୋଲିଆ, ବ୍ରିଟେନ ଏବଂ ଆମେରିକାରେ ମଧ୍ୟ ପ୍ରଚଳିତ ଥିଲା। ଏହି ଦେଶଗୁଡିକରେ, ଏହା ଏକ ପ୍ରତୀକ ଭାବରେ ବିବେଚନା କରାଯାଉଥିଲା ଏବଂ ଲୋକଙ୍କର ବିଶ୍ବାସ ଥିଲା ଯେ, ଏହା ଶୁଭଫଳ ଆଣିଥାଏ, ସେଥିପାଇଁ ଔଷଧ, ପୋଷାକ ଏବଂ ଅଳଙ୍କାର ତିଆରି କରୁଥିବା ଅନେକ କମ୍ପାନୀ ମଧ୍ୟ ସ୍ବସ୍ତିକ ବ୍ୟବହାର କରୁଥିଲେ ଏବଂ ଏହାକୁ ଶୁଭ ବୋଲି ମାନୁଥିଲେ। ଲେଖକ ଷ୍ଟିଭେନ୍ ହେଲର୍ ତାଙ୍କ ପୁସ୍ତକ 'ଦି ସ୍ବସ୍ତିକ: ସିମ୍ବଲ୍ ବେୟଣ୍ଡ ରିଡେମ୍ପସନ' ରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସହିତ କୌଣସି ସମ୍ପର୍କ ନଥିବା ଦେଶମାନେ ମଧ୍ୟ ସ୍ବସ୍ତିକ ପ୍ରତୀକକୁ ଖୁବ୍ ସମ୍ମାନ କରନ୍ତି।
ଆମେରିକୀୟ ସେନା ମଧ୍ୟ ଏହାକୁ ବ୍ୟବହାର କରୁଥିଲେ। ବିଂଶ ଶତାବ୍ଦୀରେ ଆମେରିକୀୟ ସେନାର ୪୫ ତମ ଗୋଷ୍ଠୀ ସ୍ବସ୍ତିକକୁ ଏହାର ପ୍ରତୀକ ଭାବରେ ବ୍ୟବହାର କରିବା ଆରମ୍ଭ କରିଥିଲା। ଏହା ଏକ ଲାଲ ପୃଷ୍ଠଭୂମିରେ ଏକ ହଳଦିଆ ପ୍ରତୀକ ଭାବେ ଉଭା ହୋଇଥିଲା। ଏହି ପ୍ରତୀକ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ପର୍ଯ୍ୟନ୍ତ ଆମେରିକୀୟ ସେନା ସହିତ ରହିଥିଲା। ଏହି ସମୟରେ, ନାଜି ପାର୍ଟି ଏହାକୁ ଗ୍ରହଣ କଲା କିନ୍ତୁ ଏହାର ବ୍ୟବହାରକୁ ଶୁଦ୍ଧତାର ପ୍ରତୀକ ଭାବେ ଗ୍ରହଣ ନକରି ଏହାକୁ ସନ୍ଦେହ ଘେରରେ ରଖିଥିଲା।
କାହିଁକି ସ୍ବସ୍ତିକକୁ ଆପଣେଇଥିଲେ ହିଟ୍ଲର?
ନାଜିମାନଙ୍କ ଦ୍ୱାରା ସ୍ବସ୍ତିକ ଗ୍ରହଣ କରିବା କେବଳ ଏକ ସଂଯୋଗ ଥିଲା। ବାସ୍ତବରେ, ସେତେବେଳେ ବିଶ୍ବର ବିଭିନ୍ନ ସ୍ଥାନରୁ ପଣ୍ଡିତମାନେ ଅଧ୍ୟୟନ ପାଇଁ ଭାରତକୁ ଆସୁଥିଲେ। ଅନେକ ଜର୍ମାନ ପଣ୍ଡିତ ମଧ୍ୟ ଆସିଥିଲେ ଏବଂ ବୈଦିକ ଅଧ୍ୟୟନ କରିବାବେଳେ ସେମାନେ ସ୍ବୀକାର କରିଥିଲେ ଯେ ଭାରତ ଏବଂ ଜର୍ମାନୀର ଲୋକମାନେ ନିଶ୍ଚିତ ଭାବରେ ଆର୍ଯ୍ୟ ସନ୍ତାନ ଅଟନ୍ତି। ଏହି ସଂଯୋଗକୁ ନିଶ୍ଚିତ କରିବାକୁ ହିଟଲରଙ୍କ ଦଳ ସ୍ବସ୍ତିକକୁ ଧାରଣ କରିଥିଲେ। ଏହାକୁ ହକେନକ୍ରୁଜ୍ କୁହାଯାଉଥିଲା।
You can also read: ଗ୍ରାଉଣ୍ଡ ଆକ୍ରମଣ ଭିତରେ ଇସ୍ରାଏଲ୍ର ଦାବି: କହିଲା,'ଆମେ ଗାଜାକୁ ଦୁଇ ଭାଗରେ ବିଭକ୍ତ କରିଦେବୁ'