ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଦୁଷ୍କର୍ମ ଓ ଜୀବନରୁ ମାରିଦେବାକୁ ଧମକ ପାଇଥିବା ଅଭିଯୋଗ କଲେ ଶ୍ବାତି ମାଲିଓ୍ବାଲ; ଆପ୍‌ ସମେତ ୟୁଟ୍ୟୁବର ଧୃବ୍‌ ରାଠିଙ୍କ ନାଁ ବି ସାମିଲ

Image source: NDTV

ନୂଆଦିଲ୍ଲୀ,୨୬/୦୫:  ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ତାଙ୍କ ଦଳର ନେତା ଓ କର୍ମୀଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ ଆପ୍‌ ନେତା ଏବଂ ଏହାର ସ୍ୱେଚ୍ଛାସେବୀମାନେ ତାଙ୍କ ବିରୋଧରେ 'ଚରିତ୍ର ସଂହାର' ଅଭିଯାନ ଚଳାଇଛନ୍ତି ଏବଂ ତାଙ୍କୁ ବର୍ତ୍ତମାନ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଉଥିବା କହିଛନ୍ତି। ତାଙ୍କ ବିରୋଧରେ 'ଏକପାଖିଆ' ଭିଡିଓ ପୋଷ୍ଟ କରି ୟୁଟ୍ୟୁବର୍ ଧ୍ରୁବ ରାଠୀ ଏକ ଅପବାଦ ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଆପ୍‌ ସାଂସଦ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ତାଙ୍କ ପାଖକୁ ଆସିିଥିବା ଅପମାନଜନିତ ବାର୍ତ୍ତା ଏବଂ ଦୁଷ୍କର୍ମ ଧମକର ଅନେକ ସ୍କ୍ରିନସଟ୍ ସେୟାର କରିଛନ୍ତି। ମାଲିୱାଲ ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି, 'ମୋ ଦଳର ନେତା ତଥା କର୍ମକର୍ତ୍ତା ଏପରିକି ସମଗ୍ର ଆପ୍ ମୋ ଚରିତ୍ରକୁ ବଦନାମ କରିବା, ମୋତେ ଲଜ୍ଜା ଦେବା ଏବଂ ଭାବନାକୁ ପ୍ରତି ଘୃଣାଭାବ ସୃଷ୍ଟି କରିବା ପାଇଁ ମୋ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ। ଏହା ପରେ ମୋ ପାଖକୁ ଦୁଷ୍କର୍ମ ଓ ହତ୍ୟା ଧମକପୂର୍ଣ୍ଣ ମେସେଜ୍‌ ଆସୁଛି। ସେପଟେ YouTuber @Dhruv_Rathee ମୋ ବିରୁଦ୍ଧରେ ଏକପାଖିଆ ଭିଡିଓ ପୋଷ୍ଟ କରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।'

ସ୍ବାତି ମାଲିୱାଲ କହିଛନ୍ତି ଯେ,'ସେମାନେ ମୋର ଅଭିଯୋଗ ପ୍ରତ୍ୟାହାର କରିବାକୁ ମୋତେ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ସେପଟେ ଧ୍ରୁବ ରାଠୀଙ୍କ ଭିଡିଓକୁ ନେଇ କଡ଼ା ଜବାବ ରଖିଛନ୍ତି ବୋଲି କହିଛନ୍ତି ସ୍ବାତି। କିନ୍ତୁ ଧୃବଙ୍କ ପକ୍ଷରୁ କୌଣସି ଜବାବ ମିଳିନାହିଁ। ସ୍ବାତି କହିଛନ୍ତି ଯେ, ନିଜକୁ ସ୍ୱାଧୀନ ଓ ସଚ୍ଚୋଟ ସାମ୍ବାଦିକ ବୋଲି ଦାବି କରୁଥିବା ଧ୍ରୁବ୍‌ ଆପ୍‌ ମୁଖପାତ୍ରଙ୍କ ପରି କାର୍ଯ୍ୟ କରୁଛନ୍ତି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.