ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷକ , ସଭାପତି ଚଳାଉଛନ୍ତି ସ୍କୁଲ

ଫିରିଙ୍ଗିଆ,୨୪।୯ ; ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଅନେକ କିଛି ଯୋଜନା କରୁଛନ୍ତି I କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ କୋଠା ଗୁଡିକ ନିର୍ମାଣ କରିବା ସହ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ୍ ନିଯୁକ୍ତି ଦେଇଛନ୍ତି I କିନ୍ତୁ କିଛି ଶିକ୍ଷକ ଠିକ ଭାବରେ ବିଦ୍ୟାଳୟ କୁ ମଧ୍ୟ୍ୟ ଆସୁନାହାନ୍ତି I ଯାହାପାଇଁ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସି ପାଠ ନପଢି କେବଳ ମାଧ୍ୟାନ୍ନ ଭୋଜନ ଖାଇ ଘରକୁ ଫେରିଯାଉଛନ୍ତି । ତଆଉ କେତେବେଳେ ଶିକ୍ଷକ ସ୍କୁଲ କୁ ନଆସିବାରୁ ସ୍କୁଲ ଗୁଡିକ ସମ୍ପୂର୍ଣ ବନ୍ଦ ହୋଇଯାଉଛି I ଏଭଳି ଏକ ଅବହେଳା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଅଧୀନ ସୂବେରୀ ପାଙ୍ଗା ପ୍ରାଥମିକ ବିଦ୍ୟାଳୟ I 

ବିଦ୍ୟାଳୟଟି ବହୁ ପୁରାତନ ହୋଇଥିବା ବେଳେ ବର୍ତ୍ତମାନ ଏହି ବିଦ୍ୟାଳୟ ଟି ଅତି ଦୟନୀୟ ଅବସ୍ଥାରେ ଗତିକରୁଛି I ବର୍ତମାନ ଏହି ବିଦ୍ୟାଳୟ ରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଯାଏ ଥିବା ବେଳେ ବିଦ୍ୟାଳୟ ରେ ପାଠ ପଢୁଛନ୍ତି ମାତ୍ର ପନ୍ଦର ରୁ କୋଡିଏ ଜଣ ଛାତ୍ର ଛାତ୍ରୀ I ସେପଟେ ବିଦ୍ୟାଳୟରେ ମାତ୍ର ଗୋଟିଏ ଶିକ୍ଷକ ଙ୍କୁ ହିଁ ନିଯୁକ୍ତି ଦିଜାଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଜଣକ ବିଦ୍ୟାଳୟ କୁ ଆସିବାରେ ବହୁ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି I ଶିକ୍ଷକ ଜଣକ ନିୟମିତ ବିଦ୍ୟାଳୟ ଆସୁନଥିବାରୁ ପାଠପଢିବାରେ ଛାତ୍ର ଛାତ୍ରୀ ଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଅଧିକାଂଶ ସମୟ ବିଦ୍ୟାଳୟ ଟି ବନ୍ଦ ହୋଇଯାଉଛି I ଏମିତିକି ଶିକ୍ଷକ ଜଣକ ବିଦ୍ୟାଳୟ କୁ ଆସୁନଥିବାରୁ ଛାତ୍ରଛାତ୍ରୀ ମାନେ ମାଧ୍ୟାନ୍ନ ଭୋଜନ ଖାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି I ସେପଟେ ବିଦ୍ୟାଳୟ କୁ ଶିକ୍ଷକ ଆସୁନଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବିରଞ୍ଚି ବେହେରା ବିଦ୍ୟାଳୟ ଚଳାଇବା ସହ ପାଠ ମଧ୍ୟ୍ୟ ପଢାଉଛନ୍ତି I

ଏହି ବିଦ୍ୟାଳୟର ସମସ୍ୟା ବିଷୟରେ ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଡିଗାଲ ଙ୍କୁ ପଚାରିବାରୁ ସ୍କୁଲ ର ସମସ୍ୟା କୁ ଆଖିଆଗରେ ରଖି ରମେଶ ମଲ୍ଲିକ ନାମକ ଅନ୍ୟ ଜଣେ ଶିକ୍ଷକ ଙ୍କୁ ଏହି ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ସମ୍ପୃକ୍ତ ଶିକ୍ଷକ ଜଣକୁ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଚାରି ରୁ ପାଞ୍ଚ ଦିନ ହେବ ବଦଳି ନିର୍ଦେଶ ମିଳିସାରିଥିବା ବେଳେ ବର୍ତ୍ତମାନ ଯାଏ ସେ ଏହି ବିଦ୍ୟାଳୟ ରେ ଯୋଗ ଦେଇନଥିବା ତଦନ୍ତ ରୁ ଜଣାପଡିଛି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.