ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପୁଣେ ପୋର୍ସ କାର ମାମଲା, ନାବାଳକ ଅଭିଯୁକ୍ତର ଜେଜେବାପା ଗିରଫ

ପୁଣେ: ପୁଣେ ପୋର୍ସ କାର ଦୁର୍ଘଟଣା ମାମଲାକୁ ନେଇ ଚର୍ଚ୍ଚା ଲାଗିରହିଛି । ଏହି ମାମଲାରେ ପୋଲିସ ଶନିବାର ଦିନ ୧୭ ବର୍ଷର ନାବାଳକ ଅଭିଯୁକ୍ତର ଜେଜେବାପା ସୁରେନ୍ଦ୍ର ଅଗ୍ରୱାଲଙ୍କୁ ଗିରଫ କରିଛି । ସୁରେନ୍ଦ୍ର ଅଗ୍ରୱାଲ କାର୍‌ ଡ୍ରାଇଭର ଗଙ୍ଗାରାମଙ୍କୁ ଧମକ ଦେଇ ଦୁର୍ଘଟଣା ସମୟରେ ସେ କାର ଚଳାଉଥିଲା ବୋଲି ପୋଲିସ ଆଗରେ କହିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ନିଜ ନାତିର ଅପରାଧ ଲୁଚାଇବା ପାଇଁ ଡ୍ରାଇଭର୍‌କୁ ନିଜ ମୁଣ୍ଡକୁ ଦୋଷ ନେବାକୁ ସେ ବାଧ୍ୟ କରିଥିଲେ। ପୁଣେ କ୍ରାଇମବ୍ରାଞ୍ଚ ଦ୍ୱାରା ପଞ୍ଜିକୃତ ହୋଇଥିବା ଏକ ନୂତନ ମାମଲାରେ ଅଗ୍ରୱାଲଙ୍କୁ ତାଙ୍କ ବାସଭବନରୁ ଭୋର ୩ଟାରେ ଗିରଫ କରାଯାଇଛି।

ଏହା ପୂର୍ବରୁ ପୁଣେ କ୍ରାଇମବ୍ରାଞ୍ଚ ଏହି ମାମଲାରେ ସୁରେନ୍ଦ୍ର ଅଗ୍ରଓ୍ବାଲଙ୍କୁ ପଚରା ଉଚରା କରିଥିଲା । ପୁଅ ଏବଂ ନାତିଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା କରିଥିଲା ପୁଲିସ । ଦୁର୍ଘଟଣାଗ୍ରସ୍ତ ପୋର୍ସ କାର ରିୟଲିଟି ଫାର୍ମ ନାଁରେ ପଞ୍ଜିକୃତ ହୋଇଥିବା ବେଳେ ଏହାର ଜଣେ ମାଲିକ ସୁରେନ୍ଦ୍ର ଅଗ୍ରଓ୍ବାଲ । ସେପଟେ ପୂର୍ବରୁ ସୁରେନ୍ଦ୍ରଙ୍କ ନାଁରେ ଗୁଳିକାଣ୍ଡ ମାମଲା ରହିଛି । ଏଥିପାଇଁ ସେ ଗ୍ୟାଙ୍କଷ୍ଟର ଛୋଟା ରାଜନକୁ ଟଙ୍କା ଦେଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି । 

ପୁଣେ ପୋର୍ସ କାର୍‌ ଦୁର୍ଘଟଣା ମାମଲାରେ ଏହା ହେଉଛି ତୃତୀୟ ଏଫ୍‌ଆଇଆର୍‌ । ସେପଟେ ପୋର୍ସ ଦୁର୍ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଉଚିତ ସମୟରେ ସୂଚନା ଦେଇ ନଥିବାରୁ ପୁଣେ ପୋଲିସର ଦୁଇ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ପୁଣେ ପୁଲିସ୍‌ କମିଶନର  ଅମିତେଶ କହିଛନ୍ତି ଯେ, ୟେରୱାଡା ପୋଲିସ୍‌ ଷ୍ଟେସନରେ ନିଯୁକ୍ତ ହୋଇଥିବା ପୋଲିସ୍‌ ଇନ୍ସପେକ୍ଟର ରାହୁଲ ଜଗଡେଲ ଏବଂ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ବିଶ୍ୱନାଥ ଟଡକରୀଙ୍କୁ ନିଲମ୍ବିତ କରାଯାଇଛି।

୧୭ ବର୍ଷୀୟ ନାବାଳକଙ୍କ ଦ୍ବାରା ଚାଳିତ ଏକ ପୋର୍ସ କାର ଦ୍ବାରା ହୋଇଥିବା ଦୁର୍ଘଟଣାକୁ ନେଇ ଏବେ ପୂରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୂର୍ବରୁ ଦିଆଯାଇଥିବା ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତ ଯୁବକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି) ରିମାଣ୍ଡରେ ନେଇଥିଲେ ।

 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.