ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖରା ପାଇଁ ବଦଳିଛି ପ୍ରଚାର ସମୟ, ରାତି ୧୧ଟା ଯାଏ ବୁଲି ବୁଲି କରୁଛନ୍ତି ପ୍ରଚାର

ଭୁବନେଶ୍ୱର, ୧୦।୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପାଇଁ ଲଢ଼ୁଛନ୍ତି । ରବିବାର ସନ୍ଧ୍ୟାରେ ସେ ଦେବଗଡ଼ର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରିଥିଲେ । ୬ ତାରିଖ ସନ୍ଧ୍ୟାରେ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସନ୍ଧ୍ୟା ସମୟରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସମ୍ପର୍କ କରୁଛନ୍ତି । ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ୍‌ ପାତ୍ର ସନ୍ଧ୍ୟାରୁ ନେଇ ବିଳମ୍ବିତ ରାତି ଯାଏ ମାରାଥନ୍‌ କାର୍ଯ୍ୟକ୍ରମ କରୁଛନ୍ତି । ତାତି ବଢ଼ିବା ପରେ ଗତ ୧ ତାରିଖଠାରୁ ସେ ସନ୍ଧ୍ୟା ସମୟରେ ସତ୍ୟବାଦୀ ଓ ପୁରୀରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ବି ରାତିରେ ଅନେକ ସଭାସମିତି ଓ କର୍ମୀ ସମ୍ମିଳନୀ କରୁଛନ୍ତି । ପ୍ରଚାର କରିବାର ସମୟ ଏବେ ଧୀରେ ଧୀରେ ଦିନରୁ ରାତି ଆଡ଼କୁ ଯାଉଛି । 

ଖାଲି ଛୋଟମୋଟ ସଭା, ପଦଯାତ୍ରା କି ଘରକୁ ଘର ବୁଲା ନୁହେଁ, ସନ୍ଧ୍ୟାରେ ବଡ଼ ବଡ଼ ସମାବେଶ ବି ହେଉଛି । ରୋଡ୍‌ ସୋ ଓ କର୍ମୀ ସମ୍ମିଳନୀ ଭଳି କାର୍ଯ୍ୟକ୍ରମ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରବଳ ଖରା ଓ ପ୍ରଚଣ୍ଡ ତାତି ପାଇଁ ରାଜ୍ୟରେ ପ୍ରଚାର କରିବାର ପାରମ୍ପରିକ ଧାରା ବଦଳି ଯାଇଛି । ଡହଡହ ଖରା ଓ ପ୍ରଚଣ୍ଡ ତାତିରେ କିଛି ଦିନ ସନ୍ତୁଳି ହେବା ପରେ ରାତି ପ୍ରଚାରକୁ ବାଛିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ରାତିରେ ଘରକୁ ଘର ବୁଲି ପ୍ରଚାରଠୁ ନେଇ ରୋଡ୍‌ ସୋ’ ଓ ବଡ଼ ସଭା କରୁଛନ୍ତି ନେତାଏ । ଗ୍ରୀଷ୍ମପ୍ରବାହରେ ନେତାଙ୍କଠାରୁ କର୍ମୀ ଓ ଲୋକେ ଅଧିକ ଘାଣ୍ଟି ହେଉଛନ୍ତି । ଯେତେ ସକାଳୁ ପ୍ରଚାରକୁ ଓହ୍ଲାଇଲେ ବି ୧୦ଟା ଭିତରେ ଅଧିକ ଲୋକଙ୍କ ପାଖରେ ପହଞ୍ଚି ହେଉନି । 

ପିଲାଙ୍କ ସକାଳୁଆ ସ୍କୁଲ ଯୋଗୁଁ  ଘରେ ଅଭିଭାବକମାନେ ସକାଳ ସମୟରେ ବ୍ୟସ୍ତ ରହୁଛନ୍ତି । ପୁଣି ସକାଳୁ ଲୋକେ ନିଜ ନିତ୍ୟକର୍ମରେ ବ୍ୟସ୍ତ ଥିବାରୁ ନେତାଏ ସେମାନଙ୍କ ସହ ପଦେ କଥା ନ ହୋଇ ନିରାଶ ମନରେ ଫେରୁଛନ୍ତି । ୧୦ଟାରୁ ୧୧ଟା ସୁଦ୍ଧା ତାତି ବଢ଼ିଯାଉଛି । ସକାଳୁ ଗାଁ ବୁଲା ଆରମ୍ଭ କଲେ ଦିନ ୧୦ଟା ଭିତରେ ୫୦ଟି ଘରେ ପହଞ୍ଚିବା ମୁସ୍କିଲ ହେଉଛି । ଏଥିପାଇଁ ସନ୍ଧ୍ୟାରୁ ନେଇ ବିଳମ୍ବିତ ରାତି ଯାଏ ପ୍ରଚାର କରିବାକୁ ନେତାମାନେ ଅଧିକ ପସନ୍ଦ କରୁଛନ୍ତି । ସନ୍ଧ୍ୟାରେ ଅପେକ୍ଷାକୃତ ଥଣ୍ଡା ପାଗ ରହୁଥିବାରୁ ଅଧିକ ସମୟ ଯାଏ ପ୍ରଚାର କରିବା ସମ୍ଭବ ହେଉଛି । ଅଧିକାଂଶ ସ୍ଥାନରେ ରାତି ୧୧ଟା ଓ ୧୨ଟା ଯାଏ ନେତାଏ ପ୍ରଚାର ଚଳାଉଛନ୍ତି । ନେତାଙ୍କ ପ୍ରଚାର ବାଟରେ ଆଉ ଏକ ଚାଲେଞ୍ଜ ପାଲଟିଛି କାଳବୈଶାଖୀ ବର୍ଷା । ଦିନରେ ପାଗ ଭଲ ଦେଉଥିଲେ ବି ଅପରାହ୍ନ ଓ ସନ୍ଧ୍ୟା ବେଳକୁ ହଠାତ୍‌ କାଳବୈଶାଖୀ ବର୍ଷା ମାଡ଼ି ଆସୁଛି । ଏହାର ପ୍ରଭାବରେ ନିର୍ଧୁମ ବର୍ଷା ସାଙ୍ଗକୁ ଭୟଙ୍କର ବଜ୍ରପାତ ଓ ପବନ ହେଉଛି । ଏହା ପୂରା ସଭାର ଆୟୋଜନକୁ ବିଗାଡ଼ି ଦେଉଛି । ରବିବାର ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା । 

ମଧ୍ୟ ନିର୍ବାଚନମଣ୍ଡଳୀରେ ବିଧାୟକ ଅନନ୍ତ ନାରାୟଣ ଜେନା କରିଥିବା ସଭା, ବର୍ଷା ଯୋଗୁ ଶୀଘ୍ର ଶେଷ କରିବାକୁ ପଡ଼ିଥିଲା । ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଅନେକ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ତଥାପି ସେ ବର୍ଷାରେ ଓଦା ହୋଇ ପ୍ରଚାର କରିଥିଲେ । ସେପଟେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କର ରବିବାର ସନ୍ଧ୍ୟାରେ ଅନେକ କାର୍ଯ୍ୟକ୍ରମ ଥିଲା । ଅନେକ ବାତିଲ ହୋଇଥିଲେ ବି ଜଟଣୀରେ ବର୍ଷାରେ ଭିଜି ଘର ଘର ବୁଲି ପ୍ରଚାର କରିଥିଲେ । ତେବେ ଆଗକୁ ଖରା ବଢ଼ିବା ସହ ଭୀଷଣ ତାତି ହେବ । ସେ ସମୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ସନ୍ଧ୍ୟାରେ ପ୍ରଚାର ସତ୍ତେ୍ୱ ନେତାମାନେ ଗୁଳୁଗୁଳିରୁ ନିସ୍ତାର ପାଇବେନି । କର୍ମୀ ଓ ଲୋକେ ବି ନାକେଦମ୍‌ ହେବେ । ପୁଣି ଅଦିନିଆ କାଳବୈଶାଖୀ ନେତାଙ୍କ ସବୁ ଯୋଜନାକୁ ବିଗାଡ଼ି ଦେଇପାରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.