ପ୍ରମୂଖ ଖବର
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପାଦଚିହ୍ନକୁ ଶୁଙ୍ଘି ଘଞ୍ଚ ଜଙ୍ଗଲରୁ ଶିକାରୀଙ୍କୁ ଧରିବ ସନ୍ଧାନୀ କୁକୁର, ଚିହ୍ନଟ କରିବ ବିସ୍ଫୋରକ ସାମଗ୍ରୀ

ଭୁବନେଶ୍ୱର, ୨୮/୦୮ : ଏଣିକି ଓଡ଼ିଶାରେ ବନ୍ୟଜନ୍ତୁ ଶିକାରୀଙ୍କୁ ତ୍ରାହି ମିଳିବନି । ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ନଜରରୁ ଖସିଗଲେ ବି ସେମାନଙ୍କ ପାଦଚିହ୍ନକୁ ଶୁଙ୍ଘି ଘଞ୍ଚ ଜଙ୍ଗଲରୁ କାବୁ କରିବେ ସନ୍ଧାନୀ କୁକୁର । ଖାଲି ସେତିକି ନୁହେଁ, ଏହି ତାଲିମ୍‌ପ୍ରାପ୍ତ କୁକୁରଗୁଡି଼କ ଜଙ୍ଗଲରେ ଲୁଚାଯାଇଥିବା ବିସ୍ଫୋରକ ସାମଗ୍ରୀ ସହ ବାଘଛାଲ, ହାତୀ ଦାନ୍ତ, ଜଙ୍ଗଲୀ ମାଂସକୁ ଠାବ କରିବେ । ଜଙ୍ଗଲରେ ଫସି ଯାଇଥିବା ଆଘାତପ୍ରାପ୍ତ ବନ୍ୟଜନ୍ତୁଙ୍କୁ ଉଦ୍ଧାର କାମରେ ଲାଗିବେ । ଏହି ଉଦ୍ଦେଶ୍ୟରେ ବନ ବିଭାଗ ପ୍ରଥମେ ୧୦ଟି ଉଚ୍ଚ ତାଲିମ୍‌ପ୍ରାପ୍ତ କୁକୁର ଆଣିବାକୁ ଯୋଜନା କରିଛି । ପ୍ରଥମ ଦଫାରେ ବାରିପଦା, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, ହୀରାକୁଦ ଭଳି ୭ଟି ବନଖଣ୍ଡରେ ସନ୍ଧାନୀ କୁକୁର ନିୟୋଜିତ ହେବେ । ଏ ବାବଦରେ ଟେଣ୍ଡର ଡକାଯାଇଛି । ଆସନ୍ତା ଶୀତଋତୁ ବେଳକୁ ଜଙ୍ଗଲରେ ଶିକାରୀ ଖୋଜିବେ ସନ୍ଧାନୀ କୁକୁର । 

ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ସୁଶାନ୍ତ ନନ୍ଦ କହିଛନ୍ତି, ବନ୍ୟଜନ୍ତୁ ତସ୍କରମାନେ ବିସ୍ଫୋରକ ସାମଗ୍ରୀ ଖଞ୍ଜୁଛନ୍ତି, ଯାହାକୁ ଖାଇଦେବାରୁ ବିଗତ ଦିନରେ ୩ଟି ହାତୀଙ୍କ ଅକାଳ ମୃତ୍ୟୁ ଘଟିଛି । ତେବେ ସନ୍ଧାନୀ କୁକୁର ସହଜରେ ଏହି ବିସ୍ଫୋରକ ଚିହ୍ନଟ କରିପାରିବେ । ଚୟନ ବେଳେ ‘ବେଲଜିଆନ୍‌ ମାଲିନୋସ୍‌’ କୁକୁରଙ୍କୁ ହିଁ ପ୍ରଧାନ୍ୟ ଦିଆଯିବ । ଯୋଗ୍ୟ ବିବେଚିତ କୁକୁରଙ୍କୁ ପ୍ରଥମେ ଦେଢ଼ ମାସ ତାଲିମ୍‌ ଦିଆଯିବ । ପରେ ସେମାନଙ୍କୁ ଅଭୟାରଣ୍ୟରେ ଛଡ଼ାଯିବ । ୬ ମାସ ଯାଏଁ କୁକୁରଗୁଡି଼କର ଶିକାର କରିବାର ଯୋଗ୍ୟତା ମପାଯିବ । ଏଭଳି ସନ୍ଧାନୀ କୁକୁର ନିୟୋଜନ କରିବାରେ ଓଡି଼ଶା ପ୍ରଥମ ରାଜ୍ୟ ହେବ । ପ୍ରତିଟି କୁକୁର କେନେଲ୍‌ କ୍ଲବ ଅଫ୍‌ ଇଣ୍ଡିଆ (କେସିଆଇ) ଦ୍ୱାରା ପଞ୍ଜିକୃତ ହୋଇଥିବେ । କୁକୁର ବୟସ ବର୍ଷେରୁ ଦେଢ଼ ବର୍ଷ ଭିତରେ ହୋଇଥିବ। କୁକୁର ଦେହରେ ଗୋଟିଏ ମାଇକ୍ରୋଚିପ୍‌ ଲାଗିବ, ଏହା ଦ୍ୱାରା ଘଞ୍ଚ ଜଙ୍ଗଲରୁ କୁକୁରକୁ ସହଜରେ ଖୋଜାଯାଇ ପାରିବ। 

ଯୋଗାଣକାରୀ ସଂସ୍ଥାର ଅତିକମ୍‌ରେ ୧୦ ବର୍ଷ ଧରି ତାଲିମ୍‌ପ୍ରାପ୍ତ କୁକୁର ଯୋଗାଇବାର ଅଭିଜ୍ଞତା ରହିବା ଦରକାର । ଉକ୍ତ ସଂସ୍ଥା କୁକୁରକୁ ତାଲିମ୍‌ ଦେଉଥିବା ନେଇ ଭାରତୀୟ କିମ୍ବା ବିଦେଶୀ ସରକାରୀ ସଂସ୍ଥାନରୁ ଅନୁମତି ପାଇଥିବ । ସଂସ୍ଥାଟି ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସେନା, ପୁଲିସ, ଅବକାରୀ ଓ ଜଙ୍ଗଲ ବିଭାଗକୁ ତାଲିମ୍‌ପ୍ରାପ୍ତ କୁକୁର ଯୋଗାଇଥିବ । ୩ ବର୍ଷ ଧରି ଉକ୍ତ ସଂସ୍ଥାର ବାର୍ଷିକ ଆର୍ଥିକ କାରବାର କୋଟିଏ ଟଙ୍କା ଉପରକୁ ହୋଇଥିବ । ଶିମିଳିପାଳ ଅଭୟାରଣ୍ୟରେ ୨ଟା ‘ଜର୍ମାନ୍‌ ସେଫର୍ଡ’ କୁକୁର ମୁତୟନ କରାଯାଇଛି । ଏମାନଙ୍କୁ ‘ଟ୍ରାଫିକ୍‌ ଇଣ୍ଡିଆ’ ସଂସ୍ଥା ଯୋଗାଇଥିଲା । ବର୍ଷେ ଧରି ୨ଟି କୁକୁର ଶିକାରୀଙ୍କୁ ଖୋଜି ବାହାର କରୁଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.