ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

କ୍ୟାବିନେଟ୍‌ ନିଷ୍ପତ୍ତିର ସୂଚନା ମାଗିଲେ ନୂଆ ସରକାର, ଏବେ ସ୍ଥିତାବସ୍ଥା କ’ଣ ଅଛି ?

ଭୁବନେଶ୍ୱର,୦୫/୦୭: ପୁରୁଣା ସରକାର କ୍ୟାବିନେଟରେ ନେଇଥିବା ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି? ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୋଇନି କାରଣ କ’ଣ? ଏବେ ସ୍ଥିତାବସ୍ଥା କ’ଣ ଅଛି? ୨୦୧୯-୨୦୨୩ ଯାଏ  ପୁରୁଣା ସରକାରଙ୍କ ବଡ଼ କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ଏମିତି  ଖୋଳତାଡ଼ ଆରମ୍ଭ ହୋଇଛି । ଏ ସମ୍ପର୍କରେ ସଂସଦୀୟ  ବ୍ୟାପାର ବିଭାଗ ବିଭିନ୍ନ ବିଭାଗକୁ ଚିଠି କରିଛି ।

 ଚିଠିରେ ଦର୍ଶାଯାଇଛି, ୨୦୧୯ରୁ ୨୦୨୩ ମଧ୍ୟରେ ରାଜ୍ୟ  କ୍ୟାବିନେଟ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ତେବେ ଏ ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି । ଯଦି ହୋଇନି,  ଧାର୍ଯ୍ୟ ସମୟରେ କାହିଁକି ହୋଇନି । ଏହା ନିର୍ଦ୍ଦିଷ୍ଟ ଫର୍ମାଟରେ  ଅବଗତ କରାଇବାକୁ ସଂସଦୀୟ ବ୍ୟାପାର ବିଭାଗ କହିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.