ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆ ସରକାର ଆସିବା ପରେ ବଦଳିବ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ! ୨୦୨୦ରେ ଲାଗୁ ହୋଇଥିଲା

ଭୁବନେଶ୍ୱର,୦୭/୦୬: ରାଜ୍ୟରେ ନୂଆ ସରକାର ଆସିବା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ବଦଳିବାର ଆଶା ସଂଚାର ହୋଇଛି । ଏହି ଅଧିନିୟମ ଯୋଗୁଁ ଓଡ଼ିଶାରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ବନ୍ଦ ହୋଇଯାଇଛି । ବିଜେପି ସରକାର ଏହି ଅଧିନିୟମକୁ  ପ୍ରତ୍ୟାହାର କରିନେଲେ ଅଦାଲତରେ ମାମଲାର  ବିଲୟ ଘଟିବା ସହ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧ୍ୟାପକ  ନିଯୁକ୍ତ କରିବାର କ୍ଷମତା ଫେରିପାଇବେ ଓ ନୂତନ  ନିଯୁକ୍ତିର ବାଟ ଫିଟିବ ବୋଲି ଶିକ୍ଷାବିତ୍‌ମାନେ ମତ  ଦେଇଛନ୍ତି । 

ରାଜ୍ୟରେ ୨୦୨୦ରେ ଆସିଥିଲା ବିଶ୍ୱବିଦ୍ୟାଳୟ  ସଂଶୋଧିତ ଅଧିନିୟମ । ହେଲେ ଏଥିରେ ବିଭିନ୍ନ ତ୍ରୁଟି  ଥିବା ଦର୍ଶାଇଥିଲେ ଶିକ୍ଷାବିତ । ତତ୍କାଳୀନ ସରକାରଙ୍କୁ  ଏନେଇ ଦାବିପତ୍ର ପ୍ରଦାନ କରିଥିଲେ । ହେଲେ  କିଛି ଲାଭ ହୋଇନଥିଲା । ଏହି ନିୟମ ପ୍ରତ୍ୟାହାର  କରିବାକୁ କୋର୍ଟରେ ମାମଲା ହୋଇଥିଲା ହେଲେ  ଏହା ଏପର୍ଯ୍ୟନ୍ତ ପ୍ରତ୍ୟାହୃତ ହୋଇନାହିଁ । ମାତ୍ର ନୂଆ  ସରକାର ଆସିବା ପରେ ଏହା ପ୍ରତ୍ୟାହାର ହେବାର  ଆଶା ଜାଗ୍ରତ ହୋଇଛି ।  

ବିଜେଡି ସରକାର ପ୍ରଣୟନ କରିଥିବା  ଅଧିନିୟମ ବିରୋଧରେ ୟୁଜିସି ୨୦୨୦ରେ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଅଧିନିୟମ ଯୋଗୁଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି  ବନ୍ଦ ହୋଇଯାଇଥିଲା । ଏପରିକି ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ତୀବ୍ର ବିରୋଧ  କରିଥିଲେ । ପୂର୍ବରୁ ବିଜେପି ଓଡ଼ିଶା ବିଶ୍ୱବିଦ୍ୟାଳୟ  ସଂଶୋଧନ ଅଧିନିୟମ-୨୦୨୦କୁ ବିରୋଧ  କରିଆସୁଥିଲା । ଏହାଦ୍ୱାରା ବିଶ୍ୱବିଦ୍ୟାଳୟଗୁଡ଼ିକର  ସ୍ୱତନ୍ତ୍ରତା ନଷ୍ଟ ହେବ । ବିଜେଡି ସରକାର କ୍ଷମତାର  ଅପବ୍ୟବହାର କରି ବିଶ୍ୱବିଦ୍ୟାଳୟ ସ୍ୱାଧୀନତା  ଉପରେ ହସ୍ତକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  ବୋଲି ବିଜେପି ଅଭିଯୋଗ କରିଥିଲା । ଏନେଇ  ବିଜେପିର ଏକ ପ୍ରତିନିଧି ଦଳ ୨୦୨୦ ମସିହା  ସେପ୍ଟେମ୍ବର ମାସରେ ରାଜ୍ୟପାଳଙ୍କୁ ଭେଟି ଏହା  ଉପରେ ବିଚାର କରିବାକୁ ଦାବି କରିଥିଲେ ।  

ଓଡ଼ିଶାରେ ୟୁଜିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ  ୧୪ଟି ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କ  ଅଧୀନରେ ରହିଛି । ବୁଦ୍ଧିଜୀବୀ କିମ୍ବା ଶିକ୍ଷାବିତଙ୍କ  ସହ ବିନା ଆଲୋଚନାରେ ବିଜେଡି ସରକାର  ଉକ୍ତ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ୨୦୨୦କୁ ମଞ୍ଜୁରି ପ୍ରଦାନ କରିଥିଲେ । ଏପରିକି ଅଧିନିୟମ ଗୃହୀତ ନ ହେଉଣୁ ଉଚ୍ଚ ଶିକ୍ଷା ସଚିବ  ବିଶ୍ୱବିଦ୍ୟାଳୟଗୁଡ଼ିକର କାର୍ଯ୍ୟରେ ହସ୍ତକ୍ଷେପ  କରୁଥିବା ବିଜେପି ଅଭିଯୋଗ କରିଥିଲା । ୟୁଜିସି  ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅର୍ଥ ପ୍ରଦାନ କରୁଛନ୍ତି ।  ହେଲେ ନିୟମ ଲାଗୁ ହେଲେ, ୟୁଜିସିର କୌଣସି  ନିର୍ଦ୍ଦେଶାବଳୀ କାମ କରିବନି । ସେହିପରି କୁଳପତି  କିମ୍ବା ଅଧ୍ୟାପକ ଚୟନ ହେଉ ଅବା ବିଶ୍ୱବିଦ୍ୟାଳୟର  ଅନ୍ୟ କାମରେ ରାଜ୍ୟ ସରକାରଙ୍କ ଅଙ୍କୁଶ ରହିବ ।  ତେଣୁ ଏହି ନିୟମକୁ ଚାଲେଞ୍ଜ କରିଥିଲା ୟୁଜିସି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.