ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗୋଡ଼ ଫାଟୁଛି କି ? ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ...

ନୂଆଦିଲ୍ଲୀ, ୨୬।୧୧: ସାଧାରଣତଃ ଶୀତଦିନେ ଆମ ଶରୀରରେ ବିଭିନ୍ନ ଅଂଶରେ ଶୁଷ୍କତା ଅନୁଭବ ହୋଇଥାଏ । ବିଶେଷ କରି ଗୋଇଠି ଅଧିକ ଶୁଷ୍କ ଦେଖାଯାଏ । ଅନେକକଙ୍କର ଏତେ ମାତ୍ରାରେ ଫାଟିଯାଏ ଯେ, ଛିଡ଼ା ହେଲେ କିମ୍ୱା ଚାଲିଲେ ରକ୍ତ ମଧ୍ୟ ବାହାରିଥାଏ । ବଜାରରେ ଅନେକ ସ୍କିନ୍ ପ୍ରଡକ୍ଟ ମିଳୁଥିବା ବେଳେ ଏଥିପାଇଁ ରହିଛି କିଛି ଘରୋଇ ଉପାୟ । ଯାହାକୁ ଆପଣେଇ ଆମେ ଆମ ଶରୀରକୁ କୋମଳ କରିପାରିବା । ଆସନ୍ତୁ ପ୍ରଥମେ ଜାଣିବା ଗୋଇଠି ଫାଟିବାର କାରଣ କ’ଣ ?

ତ୍ୱଚାରେ ଶୁଷ୍କତା: ପାଦରେ ସବୁବେଳେ ତେଲ ଲଗାଇବା ଉଚିତ୍ । ଏଭଳି ନ କଲେ ପାଦ ଶୁଷ୍କ ହୋଇଯାଏ । ଶୁଷ୍କତା କାରଣରୁ ଗୋଇଠି ଫାଟିବା ଆରମ୍ଭ କରେ ।

ଅଧିକ ସମୟ ଧରି ଛିଡ଼ା ହେବା କିମ୍ୱା ଚାଲିବା: ଅଧିକ ସମୟ ଧରି ଛିଡ଼ା ହେବା କିମ୍ୱା ଚାଲିବା ଫଳରେ ଗୋଇଠି ଉପରେ ଚାପ ପଡ଼େ । ଫଳରେ ଗୋଇଠି ଫାଟିବାକୁ ଲାଗେ ।

ସଠିକ୍ ଜୋତା ନ ପିନ୍ଧିବା: ଅଧିକ ଟାଣ ଜୋତା ଗୋଇଠି ଉପରେ ଚାପ ପକାଇପାରେ । ଯାହା ଫଳରେ ଗୋଇଠି ଶୁଷ୍କ ପଡ଼ିଯାଏ । ପରେ ଫାଟିବା ଆରମ୍ଭ କରେ ।

ଭିଟାମିନ୍ ଓ ମିନେରାଲ୍ସର ଅଭାବ: ଭିଟାମିନ୍ ଏ, ଇ, ସି ଓ ଜିଙ୍କ୍‌ର ଅଭାବ ଫଳରେ ତ୍ୱଚାରେ ଶୁଷ୍କତା ଦେଖାଯାଏ । ଫଳରେ ଗୋଇଠି ଫାଟିବାର ସମ୍ଭାବନା ଥାଏ ।

ପାଦରେ ମଇଳା ଜମିଲେ ଗୋଇଠି ଫାଟିବା ଆରମ୍ଭ ହୋଇଥାଏ । ତେଣୁ କିଛି ସମୟ ବ୍ୟବଧାନରେ ଗୋଇଠିକୁ ସଫା କରନ୍ତୁ । ଏହା ଦ୍ୱାରା ମଇଳା ସଫା ହୋଇଯିବ ଏବଂ ଗୋଇଠିକୁ ଫାଟିବାରୁ ରକ୍ଷା କରିବ । ଗୋଇଠିରେ ଏଲୋବେରା ଜେଲ୍ ଲଗାନ୍ତୁ । ଏହା ନାଚୁରାଲ୍ ମସଚରାଇଜର୍ ଭଳି କାମ କରେ । ଫଟା ଗୋଇଠି ଠିକ୍ କରିବାରେ ଏହା ସହା ହୁଏ । ଗୋଇଠିରେ ପେଟ୍ରୋଲିୟମ୍ ଜେଲି ଲଗାଇବା ପରେ ମଉଜା ପିନ୍ଧନ୍ତୁ । ଫଳରେ ଗୋଇଠି ଫାଟିନଥାଏ । ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲ କିମ୍ୱା ସୋରିଷ ତେଲ ଲଗାଇ ଶୋଇବା ଫଳରେ ଗୋଇଠି ଫାଟିବା କମ୍ ହୁଏ । ସକାଳେ ୨ ଥର ନଡ଼ିଆ କ୍ଷୀର ଲଗାନ୍ତୁ । ଦୈନିକ ରାତିରେ ଫୁଟ୍ କ୍ରିମ୍ ଲଗାଇ ଶୁଅନ୍ତୁ । ଏହାଦ୍ୱାରା ପାଦ କୋମଳ ରହିବ । ପାଦକୁ ସଫା କରିବା ଲାଗି ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ । ନଚେତ୍ ଗୋଡ଼ ଫାଟିବାର ସମ୍ଭାବନା ବଢ଼ିଯିବ । ଏହା ବଦଳରେ ଉଷୁମ ପାଣିରେ ଗୋଡ଼ ସଫା କରନ୍ତୁ । ଗାଧୋଇବା ସମୟରେ ପାଦ ଦୁଇଟିକୁ ଭଲଭାବେ ସ୍କ୍ରବ୍ କରନ୍ତୁ । ଏହାସହ ଗୋଇଠିକୁ ରଗଡ଼ିକି ସଫା କରନ୍ତୁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.