ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଚିନ୍ତା ଦୂର କରି ମନ ସ୍ୱଚ୍ଛ ରଖିବ ଏହି ସବୁ ମୁଦ୍ରା, ଜାଣନ୍ତୁ କିପରି କରିବେ ଅଭ୍ୟାସ

ଭୁବନେଶ୍ୱର ୨୨/୦୩ : ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଚିନ୍ତା ଓ ଚାପଗ୍ରସ୍ତ । ଶାନ୍ତି ଏକ ପ୍ରକାର ହଜିଚାଲିଛି କହିଲେ ଭୁଲ୍‌ ହେବନି । ରୋଜଗାର କରିବା ଓ ଖାଇବା ପାଇଁ ବ୍ୟକ୍ତି ମାନସିକ କ୍ଷମତା ସହ ବୁଝାମଣା କରିବାକୁ ବାଧ୍ୟ ହେଉଛି । ସେଥିପାଇଁ ଅବସାଦ ଓ ଆଙ୍ଗ୍‌ଜାଇଟି ପରି ସମସ୍ୟାର ଶିକାର ହେଉଛନ୍ତି । ଶାରିରୀକ ସମସ୍ୟାକୁ ଦୂର କରିବା ପାଇଁ ଯେପରି ବର୍ଡି ଡିଟକ୍ସିଫାଏ ଜରୁରି ହୋଇଥାଏ । ଠିକ୍‌ ସେମିତି ଚିନ୍ତାରେ ମଧ୍ୟ ସ୍ୱଚ୍ଛତା ଆଣିବା ଜରୁରି । ଆପଣ ଏଭଳି ସି୍ଥତି ଦେଇ ଗତି କରୁଛନ୍ତି କି? ଚିନ୍ତାକୁ ଦୂର କରି ମନକୁ ସ୍ୱଚ୍ଛ ରଖିବା ପାଇଁ କରିବା କିଛି ମୁଦ୍ରା । ଏହାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ମନ ଶାନ୍ତ ଓ ମସ୍ତିଷ୍କ ସ୍ୱଚ୍ଛ ରହିଥାଏ ।

 ଅପାନ ମୁଦ୍ରା :  

-ଏହି ମୁଦ୍ରା କରିବା ପାଇଁ ପ୍ରଥମେ ସୁଖାସନରେ ବସିପଡନ୍ତୁ ।

 -ହାତକୁ ଖୋଲା କରି ଆଣ୍ଠୁ ଉପରେ ରଖିଦିଅନ୍ତୁ । 

-ବିଷି ଆଙ୍ଗୁଳିକୁ ମୋଢି ବୁଢା ଆଙ୍ଗୁଳି ଉପରେ ରଖନ୍ତୁ । 

-ଏହା ପରେ ମଧ୍ୟମ ଆଙ୍ଗୁଳି ଓ ଅନାମିକା ଅଙ୍ଗୁଳିର ଅଗ୍ର ଭାଗକୁ ବୁଢା ଅଙ୍ଗୁଳିରେ ସ୍ପର୍ଶ କରନ୍ତୁ । 

-ଏହି ସମୟରେ କନିଷ୍ଠ ଆଙ୍ଗୁଳି ବାହାରକୁ ରହିବା ଆବଶ୍ୟକ । 

-ଏହି ମୁଦ୍ରା କରିବା ସମୟରେ ଆଖି ବନ୍ଦ ରଖିବା ସହ ଶ୍ୱାସପ୍ରଶ୍ୱାସ ନେବା ଆବଶ୍ୟକ ।

 -ଏ ସମୟରେ ପୁରା ଧ୍ୟାନ ଶ୍ୱାସକ୍ରିୟା ଉପରେ ରହିବା ଜରୁରି । 

-ଏହି ମୁଦ୍ରାରେ ମେରୁଦଣ୍ଡ ଓ ଅଣ୍ଟା ସିଧା ରହିବା ଉଚିତ୍‌ ।

- ୧୫ ମନିଟ୍‌ ଏହି ମୁଦ୍ରାରେ ବସି ରୁହନ୍ତୁ ।

 ଜ୍ଞାନ ମୁଦ୍ରା :  

-ପ୍ରଥମେ ସୁଖାସନରେ ବସି ପଡନ୍ତୁ । ୍ନଅଣ୍ଟା ଓ ବେକକୁ ସିଧା ରଖନ୍ତୁ । 

-ହାତକୁ ଆଣ୍ଠୁ ଉପରେ ରଖନ୍ତୁ ।

- ଦୁଇ ହାତର ତର୍ଜନୀ ଆଙ୍ଗୁଳିର ଅଗ୍ରଭାଗକୁ ବୁଢା ଅଙ୍ଗୁଳିରେ ସ୍ପର୍ଶ କରାନ୍ତୁ ।

-ବାକି ୩ ଅଙ୍ଗୁଳିକୁ ସିଧା ରଖି ପରସ୍ପର ସହ ମିଶାଇ ନିଅନ୍ତୁ । 

-ଆଖି ବନ୍ଦ କରି ଏହି ସ୍ଥିତିରେ ଧ୍ୟାନ ମୁଦ୍ରାରେ ବସି ରୁହନ୍ତୁ । 

-ଦୀର୍ଘ ଶ୍ୱାସପ୍ରଶ୍ୱାସ ନେବା ସହ ୧୫ରୁ ୩୦ ମିନିଟ୍‌ ଯାଏ ଏହି ମୁଦ୍ରାରେ ବସି ରୁହନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.