ପ୍ରମୂଖ ଖବର

କଟକ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିବ ଅଣ୍ଡର ୱାଟର୍‌ ଟର୍ନେଲ ,୨ ଶହ ଫୁଟ୍‌ର ଆକ୍ୱାରିୟମ୍‌ରେ ଦେଖିବାକୁ ମିଳିବ ବିଦେଶୀ ରଙ୍ଗୀନ ମାଛ

କଟକ,୦୫/୧୧: ଐତିହାସିକ କଟକ ବାଲିଯାତ୍ରାକୁ  ପ୍ରଥମଥର ପାଇଁ ଆସୁଛି ଅଣ୍ଡର ୱାଟର୍‌ ଟର୍ନେଲ୍‌ ଆକ୍ୱାରିୟମ୍‌ ।  ବାଲିଯାତ୍ରା ବୁଲିଯାଇ ଲୋକେ ଏହାର ମଜ୍ଜା ନେଇପାରିବେ। ଲାଗିବ ଯେମିତି ସମୁଦ୍ର ଭିତରେ ଚାଲି ଚାଲି ଯାଉଛନ୍ତି ଏବଂ  ଦୁଇ ପାଶ୍ୱର୍, ମୁଣ୍ଡ ଉପରେ ମାଛମାନେ ପାଣିରେ ପହଁରୁଛନ୍ତି। ଚଳିତ ବର୍ଷ ବାଲିଯାତ୍ରାର ଏହା ପ୍ରମୁଖ ଆକର୍ଷଣ ହେବ ବୋଲି  କୁହାଯାଉଛି । ଲୋକେ ଟିକଟ୍‌ ମୂଲ୍ୟ ୧୦୦ରୁ ୧୫୦ ଟଙ୍କା  ଦେଇ ଏହି ଟର୍ନେଲ୍‌ ଆକ୍ୱାରିୟମ୍‌ର ମଜ୍ଜା ଉଠାଇପାରିବେ । 

କିଣାବିକାର ଯାତ୍ରା ବାଲିଯାତ୍ରା ଏହାର ଆକର୍ଷଣୀୟ ବିଭବ  ପାଇଁ ପରିଚିତ । ଗତ କିଛି ବର୍ଷ ଧରି ବାଲିଯାତ୍ରା କେବଳ  ମେଳାରେ ସୀମିତ ରହିନାହିଁ । ବିଭିନ୍ନ ନୂଆ ନୂଆ ଉପାଦାନ  ଯୋଡ଼ି ବାଲିଯାତ୍ରାକୁ ସଫଳତାର ଶୀର୍ଷକୁ ନେବାରେ ପ୍ରଶାସନିକ  ଉଦ୍ୟମ ଜାରି ରହିଛି । ଚଳିତ ବର୍ଷ ମଧ୍ୟ ପ୍ରଥମଥର ପାଇଁ ଅଣ୍ଡର  ୱାଟର୍‌ ଟନେଲ୍‌ ଆକ୍ୱାରିୟମ୍‌ ବାଲିଯାତ୍ରାର ଆକର୍ଷଣ ପାଲଟିବ ।  ତଳ ବାଲିଯାତ୍ରା ପଡିଆର ଅକ୍ଷୟ ମହାନ୍ତି ମଞ୍ଚ ପାଶ୍ୱର୍ରେ ଏହି  ଆକ୍ୱାରିୟମ୍‌ ତିଆରି କରାଯିବ । ଆସନ୍ତା ସପ୍ତାହରୁ ଏହାର କାମ  ଆରମ୍ଭ ହେବାକୁ ଥିବାବେଳେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ୨୦ ଦିନ ଭଳି  ସମୟ ଲାଗିଯିବ । ୨ ଶହ ଫୁଟ୍‌ର ଟର୍ନେଲ୍‌ ଭିତରେ ସବୁଆଡେ  କାଚର ବ୍ୟବସ୍ଥା ରହିବ । 

୧୬ ଏମ୍‌ଏମ୍‌ କାଚରେ ଫିଟିଂ ହେବାକୁ  ଥିବା ଏହି ଆକ୍ୱାରିୟମ୍‌ ଭିତରେ ବିଦେଶୀ ରଙ୍ଗୀନ ମାଛମାନେ  ଖେଳିବେ । ଏଥିରେ ଛୋଟ ସାର୍କ, ତିମି, ଅକ୍ଟୋପସ୍‌ ସମେତ ବିଭିନ୍ନ  ପ୍ରକାରର ରଙ୍ଗୀନ ମାଛ ରହିବେ । ତାମିଲନାଡୁର ଏକ ଘରୋଇ  ସଂସ୍ଥା ସହିତ ଯୋଗାଯୋଗ  କରି ବାଲିଯାତ୍ରାକୁ ଟର୍ନେଲ୍‌  ଆକ୍ୱାରିୟମ୍‌ ଆଣୁଛି ସିରିଡ଼ି  ସାଇବାବା ଏଣ୍ଟରପ୍ରାଇଜର୍ସ ।  ୨୮ଟି ଟ୍ରକ୍‌ରେ ଆକ୍ୱାରିୟମ୍‌  ଉପକରଣ ଏବଂ ମାଛମାନେ  ତାମିଲନାଡୁରୁ ଆସିବେ । ଏହି ଆକ୍ୱାରିୟମ୍‌ ଭିତରେ ୫୦  ହଜାର ଲିଟର ପାଣି ଧରିବ ।  ପ୍ରାୟ ୧୨ ଲକ୍ଷ ଟଙ୍କାର ମାଛ  ଆକ୍ୱାରିୟମ୍‌ ଭିତରେ ଖେଳିବେ ।  ମାଛମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ  ମିନେରାଲ୍‌ ୱାଟର୍‌ ଆସିବ ବୋଲି  ଏଜେନ୍ସି ସିରିଡ଼ି ସାଇବାବା ଏଣ୍ଟରପ୍ରାଇଜର୍ସ ତରଫରୁ କୁହାଯାଇଛି । 

 ସୂଚନାଯୋଗ୍ୟ, ବ୍ୟାଙ୍କ୍‌କ୍‌ରେ ଏଭଳି ଏକ ସ୍ଥାୟୀ ଅଣ୍ଡର ୱାଟର୍‌  ଟନେଲ୍‌ ଆକ୍ୱାରିୟମ୍‌ ରହିଛି । ତାମିଲନାଡୁର ଘରୋଇ ସଂସ୍ଥା ଏହାର  ପୋଟେବୁଲ୍‌ ତଥା ଭ୍ରାମ୍ୟମାଣ ଟନେଲ୍‌ ବାଲିଯାତ୍ରାକୁ ଆଣିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.