ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଟକ ସଦର ବିଧାନସଭା ଆସନରେ ତ୍ରିମୁଖୀ ଲଢେଇ, ପ୍ରାର୍ଥୀଙ୍କ ପ୍ରଚାର ​ଜୋରଦାର

କିଶୋର ନଗର,୨୧।୫ : ଆସନ୍ତା ୨୫ ତାରିଖ ନିର୍ବାଚନରେ କଟକ ଲୋକସଭା ଓ କଟକ ସଦର ବିଧାନସଭା ସଂରକ୍ଷିତ ଆସନରେ ୪ ଜଣ ପ୍ରତିଦ୍ବନ୍ଦୀ ରହିଛନ୍ତି। ବିଜେଡ଼ିରୁ ଚନ୍ଦ୍ରସାରଥି ବେହେରା, ବିଜେପିରୁ ପ୍ରକାଶ ଚନ୍ଦ୍ର ସେଠୀ, କଂଗ୍ରେସରୁ ରାମଚନ୍ଦ୍ର ଗୋଚ୍ଛାୟତ ମଧ୍ୟରେ ତ୍ରୀମୁଖି ପ୍ରତିଦ୍ବନ୍ଦିତା ହେଉଥିବା ଦେଖିବାକୁ ମିଳୁଛି। 

କିଶୋରନଗର ଗ୍ରାମପଞ୍ଚାୟତ ର ଭୂମିପୁତ୍ର ବୋଲି କୁହାଯାଉଥିବା ପ୍ରକାଶ ଚନ୍ଦ୍ର ସେଠୀ ନିଜ ସପକ୍ଷ ରେ ପ୍ରଚାର ଜୋର୍ ଦାର୍ କରିଛନ୍ତି। ରୋଡ ସୋ, ତାରକା, ଚଳଚ୍ଚିତ୍ର ଅଭିନେତ୍ରୀ ହେମମାଳିନୀ ଙ୍କୁ ଡ଼ାକି ପ୍ରଚାର କରୁଛନ୍ତି। ସେହିପରି ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା  ଭି.କେ ପାଣ୍ଡିୟାନ୍ଙ୍କ ରୋଡ ସୋ ମାଧ୍ୟମରେ ମଧ୍ଯ ପ୍ରଚାର କରୁଛନ୍ତି। ଉଭୟ ପ୍ରାର୍ଥୀ ନିଜର ସାଂସଦ ପ୍ରାର୍ଥୀ ଭର୍ତ୍ତିୃହରୀ ମହତାବ  ଓ  ସଂତୃପ୍ତ ମିଶ୍ର ଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି । 

ମାତ୍ର କଂଗ୍ରେସ ପ୍ରାର୍ଥୀ ଶ୍ରୀ ଗୋଚ୍ଛାୟତ ଏହି ଅଞ୍ଚଳ ରେ ଆଖି ଦୃଷ୍ଟିଆ ପ୍ରଚାର କରିପାରିନାହାନ୍ତି। ତାଙ୍କ ସପକ୍ଷରେ ପ୍ରଚାର ପାଇଁ କୌଣସି କେନ୍ଦ୍ର ସ୍ତରୀୟ ରାଜନେତା କିମ୍ବା ତାରକା ପ୍ରଚାରକ ଆସିନାହାନ୍ତି।  ଯାହାଫଳରେ ନିର୍ବାଚନରେ ବିଜେଡ଼ି ଓ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦିତା ଜୋରଦାର ହେଉଥିବା ସ୍ପଷ୍ଟ ମିଳିସାରିଲାନି। ଏସଇସିୟୁଆଇ ପକ୍ଷରୁ ପରମାନନ୍ଦ ସେଠୀ ଙ୍କ ସ୍ଥିତି ଜନସମର୍ଥନ ଅତ୍ୟନ୍ତ ଦୁର୍ବଳ ଅଛି। ଆଗାମୀ ୭୨ ଘଣ୍ଟା ସମୟ ବେଶ୍ ନିର୍ଣ୍ଣାୟକ ହେଵ।କିଛି ଭାସମାନ ଭୋଟ ଯାହା ପକ୍ଷରେ ଯିବ ସେହି ପ୍ରାର୍ଥୀ ହିଁ ବିଜୟ ଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.