ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଟିଙ୍ଗପାଣି ଗାଁରେ ଆତଙ୍କ, ୫ ବର୍ଷର ଶିଶୁପୁତ୍ରକୁ ଝାମ୍ପି ନେଲା... ଗୁହାଳରେ ପଶି ଗାଈ ଶିକାର କଲା ମଣିଷଖିଆ ବାଘ

ନୂଆପଡ଼ା, ୩୧।୧୦ : ନୂଆପଡ଼ା ରେଞ୍ଜ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗୋଧସପଡ଼ାରେ ବାଘ ଆତଙ୍କ। ସୋମବାର ସନ୍ଧ୍ୟାରେ ଗାଁରେ ପଶି ୫ ବର୍ଷର ଶିଶୁପୁତ୍ରକୁ ଝାମ୍ପି ନେଲା ବିଳମ୍ବିତ ରାତିରେ ଗୁହାଳରେ ପଶି ଗାଈ ଶିକାର କଲା ବାଘ। 

ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ କଟିଙ୍ଗପାଣି ଗୋଧସପଡାର ହୁମନ ଧରୁଆଙ୍କ ୫ ବର୍ଷର ଶିଶୁପୁତ୍ର ଡୋମୁଙ୍କୁ ଘର ଅଗଣାରେ ଖେଳୁଥିଲା। ଏହି ସମୟରେ ସୁନାବେଡ଼ା ଅଭୟାରଣ୍ୟରୁ ଏକ କଲରାପତରିଆ ବାଘ ଆସି ଶିଶୁକୁ ଝାମ୍ପି ନେଇଥିଲା। ଜଙ୍ଗଲ ଭିତରକୁ ନେଉଥିବା ବେଳେ ଗାଁ ଲୋକେ ଶିଶୁକୁ ବାଘ କବଳରୁ ରକ୍ଷା କରିଥିଲେ । ହେଲେ ସେଠି ଶିଶୁର ମୃତ୍ୟୁ ହୋଇଥିଲା। ରାତି ତମାମ ମଣିଷଖିଆ ଦୁଇ ବାଘ ଗାଁ ଚାରିପାର୍ଶ୍ଵରେ ପଇଁତରା ମାରିଥିଲେ । 


ସେହିପରି ଗାଁର ଅର୍ଜୁନ ଧରୁଆ ଗାଈକୁ ଗୁହାଳରେ ବାନ୍ଧିଥିଲେ। 
ଗତକାଲି ବିଳମ୍ବିତ ରାତିରେ ଗାଈକୁ ବାଘ ଶିକାର କରି ଅଧା ଶରୀରକୁ ଖାଇ ଯାଇ ଟାଣି ନେବାକୁ ଉଦ୍ୟମ କରିଥିଲା। ତେବେ ଟାଣି ନେବାରେ ବିଫଳ ହୋଇ ଘର ଅଗଣାରେ ଗାଈର ମୃତଦେହକୁ ଛାଡି ଚାଲି ଯାଇଥିଲେ। ଏବେ ଗାଁ ବାଘ ଆତଙ୍କରେ ଥରହର ହେଉଛି । ବର୍ତ୍ତମାନ ସୁଦ୍ଧା ଗାଁରେ ବନ ବିଭାଗ ଟିମ୍ ପହଞ୍ଚିନଥିବା ଗାଁ ଲୋକେ କହିଛନ୍ତି ।
  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.