ବାରଙ୍ଗ ୨୯/୦୮ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଚତୁର୍ଥ ଥର ମା ହେଲା ସିଂହ ‘ବିଜ୍ଲୀ’। ଗୁରୁବାର ‘ବିଜ୍ଲୀ’ ୫ ଶାବକ ଜନ୍ମ ଦେଇଛି।୨୦୨୧ମସିହାରେ ପ୍ରଥମ ଥର ପାଇଁ ମାଆ ହୋଇଥିଲା ବିଜ୍ଲୀ ।
ଚତୁର୍ଥ ଥର ପାଇଁ ମାଆ ହେଲା ସିଂହୀ ବିଜିଲୀ । ୯ବର୍ଷ ବୟସରେ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ବିଜ୍ଲୀ ଓ ସମ୍ରାଟ ମିଳନରେ ୫ଟି ଶାବକ ଜନ୍ମ ଦେଇଛି ବିଜ୍ଲୀ। ବର୍ତ୍ତମାନ ସମସ୍ତ ଶାବକଙ୍କୁ ବିଜ୍ଲୀ ନିଜେ ଯତ୍ନ ନେଉଥିବା ବେଳେ ଖୁଆଡକୁ ସିସିଟିଭି ସର୍ଭେଲାନ୍ସରେ ରକ୍ଷା ଯାଇଛି। ଏକ ବିଶେଷ ଡାକ୍ତରୀ ଟିମ୍ ବିଜ୍ଲୀ ଏବଂ ତାର ଶାବକ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି କର୍ତ୍ତୃପକ୍ଷ।