ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ଯାଏ ଟ୍ରାଫିକ୍‌ କଟକଣା, ଉତ୍କଳ ହସ୍ପିଟାଲ-ହାତିଆଶୁଣି ଛକ ରାସ୍ତାରେ ବସ୍‌ ପାର୍କିଂ

ଭୁବନେଶ୍ୱର, ୧୨।୬: ଶପଥ ସମାରୋହ ପାଇଁ କମିଶନରେଟ୍‌ ପୁଲିସ ଟ୍ରାଫିକ କଟକଣା ଜାରି କରିଛି । ଅପରାହ୍ଣ ୨ଟାରୁ ଶପଥ ସମାରୋହ ସରିବା (ସନ୍ଧ୍ୟା ୭ଟା) ଯାଏ ଜୟଦେବ ବିହାର ଛକଠାରୁ ନାଲକୋ ଛକ ରାସ୍ତାର ୨ ପାଶ୍ୱର୍ ବ୍ଲକ ରହିବ । ଏହି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଦେଇ କୌଣସି ଗାଡି଼ ଯା’ ଆସ କରିପାରିବନି । କେବଳ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌, କେନ୍ଦ୍ରୀୟ ନେତା ଓ ଭିଭିଆଇପିଙ୍କ ପାଇଁ ଏହି ରାସ୍ତା ଖୋଲା ରହିବ । ଫାୟାର ଗାଡି଼ ଓ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଇପାରିବ ।

କର୍ମୀ/ସମର୍ଥକ ବସ୍‌ରେ ଆସିଲେ କେଉଁଠି ଓହ୍ଲାଇବେ ?

କଟକ ପଟୁ ଆସୁଥିବା ବସ୍‌ଗୁଡ଼ିକ ରସୁଲଗଡ଼ ରେଳୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରୁ ଡାହାଣକୁ ମୁହାଁଇବ । ସେଠୁ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା ଦେଇ ସପ୍ତମ ବାଟାଲିଅନ ପଡି଼ଆ ଗେଟ୍‌ ସାମ୍ନାରେ କର୍ମୀ/ ସମର୍ଥକମାନଙ୍କୁ ଓହ୍ଲାଇବାକୁ ପଡି଼ବ । ସେଠାରୁ ବସ୍‌ଗୁଡି଼କ ନାଲକୋ ଛକ ଆଡ଼େ ମୁହାଁଇବ । କଳିଙ୍ଗ ହସ୍ପିଟାଲ ରାସ୍ତା, ରେଲୱେ କଲୋନି ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଓ ହାତିଆଶୁଣୀ ଛକ ରାସ୍ତାରେ ପାର୍କିଂ କରିବେ ।

ଖୋର୍ଦ୍ଧା ଆଡୁ କର୍ମୀ/ସମର୍ଥକଙ୍କୁ ଧରି ଆସୁଥିବା ବସ୍‌ଗୁଡି଼କ ଜୟଦେବବିହାର ଫ୍ଲାଏ ଓଭର ଅତିକ୍ରମ କରି ସର୍ଭିସ ରୋଡ ଦେଇ ଆଚାର୍ଯ୍ୟବିହାର ଛକରୁ ବାମ ପଟେ ଆଗେଇବ । ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା ଅତିକ୍ରମ କରି ସପ୍ତମ ବାଟାଲିଅନ ପଡି଼ଆଠାରେ ସମର୍ଥକମାନେ ଓହ୍ଲାଇବ । ପରେ ନାଲକୋ ଛକରୁ ସମାନ ରାସ୍ତା ଦେଇ ଉତ୍କଳ ହସ୍ପିଟାଲହାତିଆଶୁଣୀ ଛକ ରାସ୍ତାରେ ପାର୍କିଂ କରିପାରିବେ ।

ନନ୍ଦନକାନନ ରାସ୍ତା ପଟୁ ଆସୁଥିବା ବସଗୁଡି଼କ ଓମ୍‌ଫେଡ୍‌ ଛକ ଠାରୁ ବାମକୁ ମୁହାଁଇବ । ଏମ୍‌ସିଏଲ୍‌ ଅତିଥି ଭବନଠାରୁ ଡାହାଣକୁ ବୁଲି ପ୍ରେସ କଲୋନୀ ଛକଠାରେ ଡାହାଣ ମୋଡ଼ ନେଇ ସପ୍ତମ ବାଟାଲିଅନ ଗେଟ୍‌ ସାମ୍ନାରେ କର୍ମୀ/ ସମର୍ଥକଙ୍କୁ ଓହ୍ଲାଇବେ । ସେଠାରୁ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଳୱେ କଲୋନି ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ-ହାତିଆଶୁଣୀ ରାସ୍ତାରେ ଗାଡି଼ଗୁଡ଼ିକ ପାର୍କିଂ କରିପାରିବେ ।

ଚାରି ଚକିଆରେ ଆସିଲେ, କେଉଁଠି ଓହ୍ଲାଇବେ ?

କେହି ଚାରିଚକିଆ ଯାନ (କାର, ବୋଲେରୋ, ଟାଟା ଏସି)ରେ କଟକ ପଟୁ ଆସିଲେ, ରସୁଲଗଡ଼ ରେଳୱେ ଓଭରବ୍ରିଜ୍‌ ଦେଇ ସର୍ଭିସ୍‌ ରୋଡରେ ବାଣୀବିହାର ଛକ, ଆଚାର୍ଯ୍ୟବିହାର ଛକରୁ ଡାହାଣ ପାଶ୍ୱର୍କୁ ଗାଡି଼ ଷ୍ଟିଅରିଂ ମୋଡ଼ିବ । ସେଠାରୁ ଆପୋଲୋ ହସ୍ପିଟାଲ ଗଳି ଦେଇ ଦୁରଦର୍ଶନ ଲେନ୍‌ରେ ସମର୍ଥକମାନଙ୍କୁ ଓହ୍ଲାଇବ । ପରେ ଗାଡି଼ଗୁଡି଼କ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିପାରିବ ।

ଖୋର୍ଦ୍ଧା ପଟୁ ଚାରିଚକିଆ ଯାନରେ ଆସିଲେ, ଜୟଦେବବିହାର ଫ୍ଲାଏ ଓଭର ଅତିକ୍ରମ କରି ସର୍ଭିସ୍‌ ରୋଡ ଦେଇ ଆଚାର୍ଯ୍ୟବିହାର ଛକରୁ ବାମ ପଟକୁ ମୁହାଁଇବ । ଆପୋଲୋ ହସ୍ପିଟାଲ ଗଳିରେ ଦୁରଦର୍ଶନ ଲେନ୍‌ରେ ସମର୍ଥକମାନଙ୍କୁ ଓହ୍ଲାଇ ସୈନିକ ସ୍କୁଲ କ୍ୟାମ୍ପସରେ ଗାଡି଼ ପାର୍କିଂ କରିବ ।

ନନ୍ଦନକାନନ ପଟୁ ଆସୁଥିବା ଚାରିଚକିଆ ଯାନ ନାଲକୋ ଛକରୁ ବାମକୁ ମୁହାଁଇ ସପ୍ତମ ବାଟାଲିଅନ ପଡି଼ଆ ଗେଟ୍‌ ଅଟକିବ । ସେଠାରେ ସମର୍ଥକଙ୍କୁ ଓହ୍ଲାଇବା ପରେ ପ୍ରେସ କଲୋନି ଛକ ଦେଇ ସୈନିକ ସ୍କୁଲ କ୍ୟାମ୍ପସରେ ଗାଡି଼କୁ ପାର୍କିଂ କରିହେବ ।

କେଉଁ ଗେଟ୍‌ରେ ପ୍ରବେଶ କରିବେ ?

ସପ୍ତମ ବାଟାଲିୟନ ଗେଟ୍‌ଠାରେ ବସ୍‌ କିମ୍ବା ଚାରିଚକିଆରୁ ଓହ୍ଲାଇଥିବା ସମର୍ଥକମାନେ ସପ୍ତମ ବାଟାଲିୟନ କ୍ୟାମ୍ପସ ଭିତର ରାସ୍ତା ଦେଇ ଇଗ୍ନୋ ଗେଟଠାରେ ଡାହାଣକୁ ମୁହାଁଇବେ । ସର୍ଭେ ଅଫ୍‌ ଇଣ୍ଡିଆ ଅଫିସ୍‌ରୁ ବାମକୁ ମୋଡି଼ ଜନତା ମଇଦାନର ୩ ନମ୍ବର ଗେଟ୍‌ ପଟେ ସମାରୋହକୁ ପଶିପାରିବେ ।

ସପ୍ତମ ବାଟାଲିୟନ ଗେଟ୍‌ଠାରେ ବସ୍‌ କିମ୍ବା ଚାରିଚକିଆରୁ ଓହ୍ଲାଇଥିବା ସମର୍ଥକମାନେ ସପ୍ତମ ବାଟାଲିୟନ କ୍ୟାମ୍ପସ ଭିତର ରାସ୍ତା ଦେଇ ଇଗ୍ନୋ ଗେଟଠାରେ ଡାହାଣକୁ ମୁହାଁଇବେ । ସର୍ଭେ ଅଫ୍‌ ଇଣ୍ଡିଆ ଅଫିସ୍‌ରୁ ବାମକୁ ମୋଡି଼ ଜନତା ମଇଦାନର ୩ ନମ୍ବର ଗେଟ୍‌ ପଟେ ସମାରୋହକୁ ପଶିପାରିବେ ।

ଯେଉଁମାନେ ଚାରିଚକିଆରେ ଆସି ଦୁରଦର୍ଶନ ଲେନ୍‌ରେ ଓହ୍ଲାଇବେ, ୱାଇ ଜଙ୍କସନରୁ ବାମକୁ ମୁହାଁଇ ଆଇଆଇଟି ବିଲ୍ଡିଂରୁ ଡାହାଣ ପାଶ୍ୱର୍ରେ ୧୦୦ ମିଟର ଯାଏଁ ଚାଲିକି ଯିବେ । ସେଠାରୁ ବାମକୁ ମୋଡି଼ ଜନତା ମଇଦାନର ୬ ନମ୍ବର ଗେଟ୍‌ ଦେଇ ଭିତରକୁ ପଶିବେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.