ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିପଦରେ ସୁନୀତା ୱିଲିୟମ୍ସ , ଅନ୍ତରୀକ୍ଷରୁ ମିଳିଲା ସୁପରବଗ

ନୂଆଦିଲ୍ଲୀ,୧୧/୬:ଅନ୍ତରୀକ୍ଷ ସ୍ସେସ ଷ୍ଟେସନରେ ଦେଖାଦେଇଛି ସମସ୍ୟା। ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥିରେ ଥିବା କ୍ରୁ-ସଦସ୍ୟ ଅନ୍ତରୀକ୍ଷରେ ସମସ୍ୟାରେ ଥିବା ଖବର ସାମ୍ନାକୁ ଆସିଛି । ଷ୍ଟେସନ ଭିତରେ ଏକ ସୁପରବଗ ରହିଥିବା ଦେଖାଯାଇଛି । ବୈଜ୍ଞାନିକମାନେ ଏଣ୍ଟେରୋବ୍ୟାକ୍ଟର୍ ବଗାଣ୍ଡେନିସ୍ ନାମକ ଏକ ମଲ୍ଟି ଡ୍ରଗ୍ ପ୍ରତିରୋଧକ ବ୍ୟାକ୍ଟେରିଆ ପାଇଛନ୍ତି । ଏହା ଆଇଏସଏସର ବନ୍ଦ ପରିବେଶରେ ବିକଶିତ ହୋଇଥିବାବେଳେ ଅଧିକ ଶକ୍ତିଶାଳୀ ହୋଇଛି । ଏହି ବ୍ୟାକ୍ଟେରିଆ ଶ୍ବସନ ତନ୍ତ୍ରକୁ ସଂକ୍ରମିତ କରିଥାଏ ।

ସୂଚନା ମୁତାବକ,ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତ ଜୁନ୍ ୬ ତାରିଖରେ ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ ଅନ୍ତରୀକ୍ଷ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ । ପରୀକ୍ଷଣ ପରେ ପୃଥିବୀକୁ ଫେରିବା ପୂର୍ବରୁ ପୃଥିବୀ-କକ୍ଷପଥ ଲାବୋରେଟୋରୀରେ ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ କରିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ସୁପରବଗ୍‌କୁ ନେଇ ନାସା ପକ୍ଷରୁ କୁହାଯାଇଛି ଯେ, ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ମିଳିଥିବା ବ୍ୟାକ୍ଟେରିଆ ଇ. ବଗାଣ୍ଡେନିସକୁ ନେଇ ଅଧ୍ୟୟନ କରାଯାଇଛି । ତେବେ ଏହି ବ୍ୟାକ୍ଟେରିଆର ଷ୍ଟ୍ରେନ ବଗାଣ୍ଡେନିସ୍ ମଲ୍ଟି ଡ୍ରେଗ୍ସ ରେସିଷ୍ଟାଣ୍ଟ ଭାବେ ଜଣାଶୁଣା । ଆଇଏସଏସ୍‌ ବିଭିନ୍ନ ଷ୍ଟ୍ରେନରେ ବିଭକ୍ତ । ସେମାନେ ସେମାନଙ୍କର ପୃଥିବୀ ପ୍ରତିପକ୍ଷଙ୍କ ତୁଳନାରେ ଜେନେଟିକ୍ ଏବଂ କାର୍ଯ୍ୟକଳାପରେ ଭିନ୍ନ । ବଗାଣ୍ଡେନିସ୍ ଅନ୍ୟାନ୍ୟ ଅଣୁଜୀବ ସହିତ ସହ-ବିଦ୍ୟମାନ । କେତେକ କ୍ଷେତ୍ରରେ ଉକ୍ତ ଜୀବମାନଙ୍କୁ ବଞ୍ଚିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ବ୍ୟାକ୍ଟେରିଆ ଉପରେ ଜେପିଏଲ ଏବଂ ମାଡ୍ରାସ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଚେନ୍ନାଇର ପ୍ରଫେସର କାର୍ତ୍ତିକ ରମନଙ୍କ ଏକ ଟିମ୍, ଡିପାର୍ଟମେଣ୍ଟ ଅଫ୍ ଡାଟା ସାଇନ୍ସ, ଡବ୍ଲୁଏସଏଆଇର ଡାକ୍ତର କସ୍ତୁରୀ ଭେଙ୍କେଟେଶ୍ବରମଙ୍କ ଦ୍ବାରା ଅଧ୍ୟୟନ କରାଯାଇଛି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ବୈଜ୍ଞାନିକମାନେ ଏନେଇ କଣ ଉପାୟ ବାହାର କରୁଛନ୍ତି ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.