ଖୋର୍ଦ୍ଧା ୧୩/୧୧: ୫୭ ନମ୍ବର ଜାତୀୟ ରାଜପଥର ମୁକୁନ୍ଦପ୍ରସାଦ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଚକା ତଳେ ଗଲା ଯୁବକଙ୍କ ଜୀବନ। ସଉଦା କିଣି ଚାଲିଚାଲି ଯାଉଥିବା ବେଳେ ଚଢିଯାଇଥିଲା ଟ୍ରକ। ଯୁବକ ଜଣଙ୍କ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ହୋଇଥିବା ବେଳେ ସେ ମୁକୁନ୍ଦପ୍ରସାଦରେ ଭଡାରେ ରହି ମିସ୍ତ୍ରୀ କାମ କରୁବା ଜଣାପଡିଛି।
ସୂଚନା ମୁତାବକ, ସୋମବାର ମୁକୁନ୍ଦପ୍ରସାଦ ଅଞ୍ଚଳରେ ରହିଥିବା ଜଣେ ମିସ୍ତ୍ରୀ ବଜାରକୁ ସଉଦା କିଣିବାକୁ ଯାଇଥିଲେ। ସଉଦା କିଣି ଚାଲିଚାଲ ଯାଉଥିବା ବେଳେ ମୁକୁନ୍ଦପ୍ରସାଦ ଛକରେ ଟ୍ରକ୍ଟି ଧକ୍କା ଦେଇଥିଲା। ଟ୍ରକ୍ ଚକା ତଳେ ପଡି ଯୁବକ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣଙ୍କ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ବୋଲି ଜଣାପଡିଛି।