ମାଲକାନଗିରି /ଚିତ୍ରକୋଣ୍ଡା, ୧୧/୯ : ଆଜି ଅପରାହ୍ନରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଥିବା ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ ଖୋଲାଯାଇ ଜଳନିଷ୍କାଶନ ହୋଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶ ଯେ, ଉପର ମୁଣ୍ଡରେ ଥିବା ମାଛକୁଣ୍ଡ ଡ୍ୟାମର ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ହେତୁ କ୍ରମାଗତ ଜଳସ୍ତର ବଢ଼ିବାରେ ଲାଗିଛି । ଏ ନେଇ ଚିତ୍ରକୋଣ୍ଡା ମାଟି ବନ୍ଧ ଯୋଜନା କାର୍ଯ୍ୟାଳୟ ତରଫରୁ ଚିତ୍ରକୋଣ୍ଡାଠାରେ ଏବଂ ସମସ୍ତ ଡ୍ୟାମ ତଳିଆ ଅଞ୍ଚଳକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି ।
ଆଜି ସକାଳ ୧୦ଟା ପରଠାରୁ ସିଲେରୁ ନଦୀକୁ ଯିବା ପାଇଁ ବାରଣ କରାଯାଇଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୮ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ବଢି ୧୫୧୨ଫୁଟ ପର୍ଯ୍ୟନ୍ତ ପହଞ୍ଚିଛି । ଜଳସ୍ତର କ୍ରମାଗତ ବଢୁଥିବାରୁ ଜଳବଣ୍ଡାରର ଦୁଇଟି ଗେଟ ଖୋଲି ଦିଆଯାଇଛି । ଜଳସ୍ତର ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି ବୋଲି ଚିତ୍ରକୋଣ୍ଡା ମାଟିବନ୍ଧ ପ୍ରକଳ୍ପ ବିଭାଗୀୟ ସୂତ୍ରରୁ ଜଣାପଡିଛି।