ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉଦ୍ଧବ ଠାକରେ ଦଳର ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳିମାଡ

ନୂଆଦିଲ୍ଲୀ: ମୁମ୍ବାଇର ଡାହିସର ଅଞ୍ଚଳରେ ଉଦ୍ଧବ ଠାକରେ ଦଳର ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳିମାଡ ହୋଇଛି । ତାଙ୍କ ଉପରକୁ ତିନୋଟି ଗୁଳିମାଡ ହୋଇଛି ।  ଅଜଣା ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି । ବିନୋଦ ଘୋଷାଲକର ହେଉଛନ୍ତି ଉଦ୍ଧବ ଠାକରେ ଗୋଷ୍ଠୀର ନେତା ଏବଂ ଏହି ଗୁଳି ତାଙ୍କ ପୁଅ ଅଭିଷେକ ଘୋଷାଲକରଙ୍କ ଉପରକୁ ହୋଇଛି । ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଷେକ ଘୋଷାଲକର ଜଣେ ପୂର୍ବତନ କର୍ପୋରେଟର । ପାରସ୍ପରିକ ବିବାଦ ହେତୁ ଏହି ଗୁଳି ବିନିମୟ ହୋଇଛି ବୋଲି ନିକଟ ସମ୍ପର୍କୀୟ ମାନେ କହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୋରିସ୍ ଭାଇ ନାମକ ଜଣେ ବ୍ୟକ୍ତି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । 

ଏହି ଘଟଣାରେ ଶିବସେନା (ୟୁବିଟି) କହିଛି ଯେ, ମହାରାଷ୍ଟ୍ରରେ 'ଗୁଣ୍ଡରାଜ' ଚାଲିଛି । ଆଦିତ୍ୟ ଠାକରେ କହିଛନ୍ତି ଯେ ଅଭିଷେକ ତାଙ୍କୁ ଭେଟିବା ପାଇଁ ମାତୋଶ୍ରୀରେ ପହଞ୍ଚିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଗୁଳିମାଡ ହୋଇଥିବା ଖବର ଆସିଛି । ରାଜ୍ୟରେ କଣ ଘଟୁଛି ? ଏଠାରେ ଗ୍ୟାଙ୍ଗଷ୍ଟର ସରକାର ଚାଲିଛି।

ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଅଭିଯୁକ୍ତ ମୋରିସ୍ ଭାଇ ଭାବରେ ପରିଚିତ ଏବଂ ନିଜକୁ ଜଣେ ସାମାଜିକ କର୍ମୀ ବୋଲି କହିଥିଲା । ଏକ ବର୍ଷ ପୂର୍ବେ ଅଭିଷେକ ଘୋଷାଲକର ତାଙ୍କ ବିରୋଧରେ ଦାହିସର ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ । ଅଭିଷେକ ଘୋଷାଲକରଙ୍କୁ ଗୁଳି କରିବା ପରେ ତାଙ୍କ କର୍ମଚାରୀମାନେ ଆକ୍ରମଣାତ୍ମକ ହୋଇ ଅଭିଯୁକ୍ତଙ୍କ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛନ୍ତି । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.