ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଇମ୍ଫାଲ ଏୟାରପୋର୍ଟ ନିକଟରେ ୟୁଏଫ୍‌ଓ ! ସନ୍ଧାନରେ ଦୁଇ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୦।୧୧:  ଇମ୍ଫାଲରେ ଏୟାରପୋର୍ଟ ପାଖରେ ୟୁଏଫ୍‌ ଦେଖିବା ପରେ ଆତଙ୍କ। ଆକାଶରେ ଉଡୁଥିବା ଅଜଣା ବସ୍ତୁ ଦେଖିବାର ସୂଚନା ମିଳିବା ପରେ ଭାରତୀୟ ବାୟୁସେନାର ଦୁଇଟି ରାଫେଲ ଯୁଦ୍ଧ ବିମାନ ଏହାର ସନ୍ଧାନରେ ରହିଛି। କୁହାଯାଉଛି ଯେ, ରବିବାର ମଧ୍ୟାହ୍ନ ପ୍ରାୟ ୨ଟା୩୦ ମିନିଟ୍‌ ସମୟରେ ଏହି ଘଟଣା ଘଟିଥିଲା। ଏହାର ଭିଡିଓ ସାମନାକୁ ଆସିବା ପରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ କିଛି କମର୍ସିଆଲ ଫ୍ଲାଇଟକୁ ମଧ୍ୟ ରୋକି ଦିଆଯାଇଥିଲା।

ପ୍ରତିରକ୍ଷା ସୁତ୍ର ଏଏନ୍‌ଆଇକୁ କହିଛି, ଇମ୍ଫାଲ ବିମାନ ବନ୍ଦର ପାଖରେ ୟୁଏଫ୍‌ଓ ଦେଖିଥିବାର ସୂଚନା ମିଳିଥିଲା। ଏହାର ତୁରନ୍ତ ପରେ ପାଖ ଏୟାରବେସ୍‌ରେ ରାଫେଲ ଯୁଦ୍ଧ ବିମାନକୁ ୟୁଏଫ୍‌ଓର ସନ୍ଧାନରେ  ପଠାଇ ଦିଆଯାଇଛି।’ ସେ କହିଚନ୍ତି ‘ହାଇଟେକ୍‌ ସେନ୍ସରରେ ଥିବା ବିମାନ ୟୁଏଫ୍‌ଓର ସନ୍ଧାନ ପାଇଁ ସନ୍ଧିଗ୍ଧ କ୍ଷେତ୍ରରେ ଉଡାଣ ଭରିବ। ତେବେ ସେଠାରୁ କିଛି ମିଳିନଥିଲା।’ ସେ କହିଛନ୍ତି, ପ୍ରଥମେ ବିମାନଫେରିବା ପରେ ଆଉ ଏକ ରାଫେଲ ଯୁଦ୍ଧ ବିମାନ ପଠାଯାଇଥିଲ। ଖୁବ୍ ଖୋଜାଖୋଜି କରିଥିଲା, କିନ୍ତୁ ସେହି ଅଞ୍ଚଳର ଆଖପାଖରେ ୟୁଏଫ୍‌ଓର କିଛି ବି ଜିନିଷ ଦେଖିବାକୁ ମିଳିନଥିଲା।

ସେ କହିଛନ୍ତି, ସମ୍ପର୍କିତ ଏଜେନ୍ସି ୟୁଏଫ୍‌ଓ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି, କାରଣ ଇମ୍ଫାଲ ବିମାନ ବନ୍ଦରରେ ୟୁଏଫ୍‌ଓର ଭିଡିଓ ସାମନାକୁ ଆସିଛି।’ ଆକାଶରେ ଅଜଣା ବସ୍ତୁ ଦେଖିବା ପରେ ତା’ର ଖୋଜାଖୋଜି କରାଯାଉଛି, କିନ୍ତୁ ହାତରେ କିଛି ଲାଗିନଥିଲା। ବାୟୁସେନାର ପୂର୍ବତନ ମୁଖ୍ୟ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ଇମ୍ଫାଲ ବିମାନ ବନ୍ଦର‌ରୁ କିଛି ଭିଡିଓ ସାମନାକୁ ଆସିବା ପରେ ଆଇଏଏଫ୍ ଆକାଶରେ ଉଡାଣ ଭରିଥିଲା। ତେବେ ତଲାସୀ ବେଳେ କୌଣସି ବସ୍ତୁ ଦେଖାଯାଇନଥିଲା।

Copyright © 2022 - Summa Real Media Private Limited. All Rights Reserved.