ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିଙ୍ଗ୍‌ ଚାର୍ଲସ-୩ଙ୍କଠୁ ବି ଅଧିକ ଧନୀ ଋଶି ସୁନକ, ମୋଟ୍ ସମ୍ପତ୍ତି ୬୮୬୭ କୋଟି

ନୂଆଦିଲ୍ଲୀ, ୧୯।୫: ସଣ୍ଡେ ଟାଇମ୍ସ ପକ୍ଷରୁ ନୂଆ ଧନୀ ତାଲିକା ଜାରି ହୋଇଛି । ଏହି ତାଲିକା ଅନୁସାରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଶି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତି ଗତବର୍ଷ ୧୨ କୋଟି ପାଉଣ୍ଡ୍‌ ବା ପ୍ରାୟ ୧୨୮୭ କୋଟି ଟଙ୍କା ବୃଦ୍ଧି ପାଇଛି । ଫଳରେ ସଂଶୋଧିତ ତାଲିକାରେ ଉଭୟଙ୍କ ଆନୁମାନିକ ମୋଟ ସମ୍ପତ୍ତି ୨୦୨୩ର ୫୨.୯ କୋଟି ପାଉଣ୍ଡରୁ ବଢ଼ି ୬୫.୧ କୋଟି ପାଉଣ୍ଡ୍‌ ବା ୬୮୬୭ କୋଟି ଟଙ୍କା ହୋଇଛି । ସମ୍ପତ୍ତିରେ ଏତେ ମାତ୍ରାରେ ବୃଦ୍ଧି ସହିତ ଋଶି ସୁନକ କିଙ୍ଗ୍‌ ଚାର୍ଲସ-୩ଙ୍କଠାରୁ ବି ଅଧିକ ଧନୀ ପାଲଟିଛନ୍ତି । 

ବ୍ରିଟେନ୍‌ର ବାର୍ଷିକ ଧନୀ ତାଲିକା ଅନୁସାରେ, ଚାର୍ଲସ-୩ ଗତବର୍ଷର ତାଲିକାରେ ସୁନକ ପରିବାରଠାରୁ ଆଗରେ ଥିଲେ । କିନ୍ତୁ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ଗତବର୍ଷ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ତାଙ୍କ ସମ୍ପତ୍ତି ଏବେ ୬୧ କୋଟି ପାଉଣ୍ଡ । ୨୦୨୨ରେ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତି ଦିବଙ୍ଗତ ବ୍ରିଟେନ ମହାରାଣୀଙ୍କଠାରୁ ଅଧିକ ହୋଇଯାଇଥିଲା । ଉକ୍ତ ବର୍ଷ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ପତ୍ତି ମୂଲ୍ୟ ୩୭ କୋଟି ପାଉଣ୍ଡ୍‌ ଥିଲା । ସୁନକ ସଣ୍ଡେ ଟାଇମ୍ସର ୩୫ ବର୍ଷ ଇତିହାସରେ ବାର୍ଷିକ ସମ୍ପତ୍ତି ସୂଚୀରେ ସାମିଲ ହୋଇ ଆସୁଥିବା ପ୍ରଥମ ଆଗଧାଡ଼ିର ରାଜନେତା ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.