ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ୟୁକ୍ରେନ୍‌ର ପ୍ରତିଶୃତି,ଫେରାଇ ଦେବୁ ଋଷର ଦଖଲ କରିଥିବା ଜମି : କିନ୍ତୁ ଏହି ସର୍ତ୍ତରେ

ନୂଆଦିଲ୍ଲୀ,୧୪।୮: ଦିନକୁ ଦିନ ଭୟଙ୍କର ରୂପ ନେଉଛି ଋଷ-ୟୁକ୍ରେନ୍‌ ଯୁଦ୍ଧ। ଏବେ ଋଷ ଭିତରେ ପଶି କୁର୍ସ୍କ ସହରକୁ ନିଜ ଦଖଲରେ ନେଇଛି ୟୁକ୍ରେନ ସେନା। ୟୁକ୍ରେନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁସାରେ, ଯେତେବେଳେ ଋଷ ଏକ ଉପଯୁକ୍ତ ଶାନ୍ତି ବୁଝମଣା ପାଇଁ ରାଜି ହୋଇଯିବ ତେବେ ଆକ୍ରମଣ ବନ୍ଦ ହୋଇଯିବ ଓ ଆମେ ତାକୁ ତା’ର ଜମି ଫେରାଇ ଦେବୁ। ୟୁକ୍ରେନ୍ ମୁଖପାତ୍ର କହିଛନ୍ତି ଏହି କାର୍ଯ୍ୟାନୁଷ୍ଠାନ କେବଳ ଋଷକୁ ଆଲେଚନା ଟେବଲକୁ ଆଣିବାକୁ ବାଧ୍ୟ କରିବା। କଥିତ ଭାବରେ କୁର୍ସ୍କ କ୍ଷେତ୍ରରେ ଆକ୍ରମଣ କରି ୟୁକ୍ରେନ୍ ସେନା ଋଷର ଡୋନେଷ୍ଟକ୍‌ ଅଞ୍ଚଳରେ ସେନା ନିକଟରେ ସାହାଯ୍ୟ ପହଁଞ୍ଚାଇବାରୁ ରୋକି ଦେଇଛି। କାରଣ ଋଷ ସେନା ଏବେ କୁର୍ସ୍କରେ ନିଜର ସବୁ ଧ୍ୟାନ ଲଗାଇ ଦେଇଛି। ଲଗାତାର ହେଉଥିବା ୟୁକ୍ରେନ୍‌ ଆକ୍ରମଣ ମଧ୍ୟରେ ଋଷ ଅଧିକାରୀ ଓ ପ୍ରଶାସନ ସାଧାରଣ ନାଗରିକଙ୍କୁ କୁର୍ସ୍କ ଓ ଏହାର ଆଖପାଖ ଅଞ୍ଚଳରୁ ବାହାର କରିବା ଜାରି ରଖିଛି।

ବହୁ ସୀମାବର୍ତ୍ତୀ ଅଞ୍ଚଳର ନିବାସୀ ନିଜର ଘର ଖାଲି କରିବା ଆରମ୍ଭ କରିଛନ୍ତି। ମଙ୍ଗଳବାର ସକାଳେ ଏକ ଋଷ ଜିଲ୍ଲାକୁ ସ୍ଥାନୀୟ ଲୋକ ଖାଲି କରିବା ଆରମ୍ଭ କରିଛନ୍ତି। କ୍ଷେତ୍ରୀୟ ମୁଖ୍ୟ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବରେ ସ୍ବଚ୍ଛ, ଆମକୁ ସରକାର ସ୍ଥାନ ଛାଡିବାକୁ କହି ନାହାନ୍ତି। ଏହା ପୂର୍ବରୁ ୟୁକ୍ରେନ ସେନା ଦାବି କରିଥିଲା ସେ ଋଷର କୁର୍ସ୍କ ଅଞ୍ଚଳରେ ପ୍ରାୟ ହଜାରେ ବର୍ଗ କିଲୋମିଟର ଅଞ୍ଚଳକୁ ନିଜ କବଜାରେ ନେଇଛି। ଋଷ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଦେଶ ଉଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି, ଏବେ କୌଣସି ପ୍ରକାର ଶାନ୍ତି ବାର୍ତ୍ତା ହେବନି। ଆମର ପ୍ରଥମ କାମ ଶତ୍ରୁକୁ ବାହାର କରିବା ଓ ଆମର ସେବା ତାହା କରୁଛି। 

ମଙ୍ଗଳବାର ସକା‌ଳେ ୟୁକ୍ରେନ୍‌ର ବାୟୁ ପ୍ରତିରକ୍ଷା ପ୍ରଣାଳି ୩୮ଟି ଡ୍ରୋନ୍ ମାରିବାରେ ସଫଳ ହୋଇଛି। ଏହା ଅତିରିକ୍ତ ୟୁକ୍ରେନ୍‌ ଋଷ ସୀମାର ୨୦ କିଲୋମିଟର ନିକଟରେ ଲୋକଙ୍କୁ ଯିବା ଆସିବା କରିବାକୁ ମନା କରିଦେଇଛନ୍ତି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଆକ୍ରମଣକୁ ନେଇ ରାଷ୍ଟ୍ରପତି ଜେଲେନସ୍କିଙ୍କ ବୟାନ ସାମନାକୁ ଆସିଛି। ସେ କହିଛନ୍ତି, ଋଷ ଅନ୍ୟମାନଙ୍କ ଘରକୁ ଯୁଦ୍ଧ ନେଇକି ଯାଇଥିଲା, ଏବେ ତାହା ଲେଉଟିକି ତା’ ଘରକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.