ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଋଷର ଦୁଇଟି ବଡ଼ ତୈଳ ଡିପୋ ଧ୍ବଂସ, ରକେଟ୍‌ ମାଡ଼ କରିଥିବା ନେଇ ଦାବି କଲା ୟୁକ୍ରେନ୍‌

କିଭ୍: ୟୁକ୍ରେନର ରକେଟ ମାଡ଼ରେ ଋଷର ଦୁଇଟି ବଡ଼ ତୈଳ ଡିପୋ ଧ୍ବଂସ ହୋଇଛି । ବୁଧବାର ଋଷର ସ୍ମୋଲେନ୍ସକ୍‌ ପ୍ରାନ୍ତରେ ଥିବା ଦୁଇଟି  ରୋଜନେଫ୍ଟ ତୈଳ ଡିପୋକୁ ଉଡ଼ାଇ ଦେଇଥିବା ନେଇ ୟୁକ୍ରେନ୍‌ର ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୟୁକ୍ରେନ୍‌ର ଏସବିୟୁ ସୁରକ୍ଷା ୟୁନିଟ୍‌ ଦ୍ବାରା ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି ।

 ରୟଟର୍ସରେ ପ୍ରକାଶିତ ଖବର ଅନୁସାରେ, ଦୁଇଟି ଡିପୋରେ ପ୍ରାୟ ୨୬ ହଜାର କ୍ୟୁବିକ୍‌ ମିଟର ଇନ୍ଧନ ଥିବାରୁ ରକେଟ ମାଡ଼ ପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା ।  ତେବେ ୟୁକ୍ରେନ୍‌ରେ ଯୁଦ୍ଧ ଲଢ଼ିବା ଲାଗି ଋଷୀୟ ସୈନିକଙ୍କୁ ଇନ୍ଧନ ଏବଂ ଯୁଦ୍ଧାସ୍ତ୍ର ଯୋଗାଉଥିବା ଭିତ୍ତିଭୂମିଗୁଡ଼ିକୁ ଟାର୍ଗେଟ କରିଆସିଛି ୟୁକ୍ରେନ୍‌ର ଏସବିୟୁ ସୁରକ୍ଷା ୟୁନିଟ୍‌ ।

 ଏହିଭଳି ଭିତ୍ତିଭୂମିଗୁଡ଼ିକ ଆମ ଟାର୍ଗେଟରେ ରହିଛି ବୋଲି ୟୁକ୍ରେନ୍‌ର ଜଣେ ଶୀର୍ଷ ଅଧିକାରୀ ସୂଚନା ଦେଇଥିବା ନେଇ ରୟଟର୍ସରେ ରିପୋର୍ଟ ପ୍ରକାଶ ପାଇଛି । ସେପଟେ ୟୁକ୍ରେନ୍‌ ପଟୁ ଆକ୍ରମଣ ହେବା ପରେ ଋଷ ତୈଳ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ସେହି ଅଞ୍ଚଳରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।  ସ୍ମୋଲେନ୍ସକ୍‌ ପ୍ରାନ୍ତର ଭଗର୍ଣ୍ଣର ବାସିଲି ଆନୋଖିନଙ୍କ ଅନୁସାରେ, ଡ୍ରୋନ୍‌ ଆକ୍ରମଣ ଯୋଗୁ ତୈଳ ଡିପୋରେ ଅଗ୍ନିକାଣ୍ଡ ଘଟିଛି । ଏହି ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି ।

  • Russia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.