ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଉନ୍ନାଓରେ ବଡ଼ ସଡ଼କ ଦୁର୍ଘଟଣା; ଦୁଗ୍ଧ କଣ୍ଟେନରରେ ଧକ୍କା ହେଲା ଡବଲ୍ ଡେକର ବସ୍; ୧୮ ଜଣଙ୍କର ମୃତ୍ୟୁ

Image source: NDTV

ନୂଆଦିଲ୍ଲୀ,୧୦/୦୭: ବୁଧବାର ସକାଳେ ଉତ୍ତରପ୍ରଦେଶର ଉନ୍ନାଓରେ ଏକ ଛାତିଥରା ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସମୁଦାୟ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଡବଲ ଡେକର ବସ୍ ପଛରୁ ଦୁଗ୍ଧ କଣ୍ଟେନରକୁ ଧକ୍କା ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଏକ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ଦୁଗ୍ଧ କଣ୍ଟେନରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

ବୁଧବାର ସକାଳେ ବିହାରର ସୀତାମାରିରୁ ଦିଲ୍ଲୀ ଯାଉଥିବା ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଘଟଣା ପରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ, ଡବଲ ଡେକର ବସ୍ ନିୟନ୍ତ୍ରଣ ହରାଇ ଦୁଗ୍ଧ କଣ୍ଟେନର ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା ଏବଂ ଏହା ପରେ ଉନ୍ନାଓର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସିଓ ବଙ୍ଗରମାଉ ଅରବିନ୍ଦ ଚୌରାସିଆଙ୍କ ନେତୃତ୍ୱରେ ପୋଲିସ ସେଠାରେ ଉଦ୍ଧାର କାର୍ଯ୍ୟ କରୁଛି।

ସମସ୍ତ ଆହତ ହସ୍ପିଟାଲରେ ଭର୍ତ୍ତି:

କୁହାଯାଉଛି ଯେ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଥିବା ବେହେଟା ମୁଜାୱାର ପୋଲିସ ଷ୍ଟେସନ ଅଞ୍ଚଳର ଗଦା ଗାଁ ସମ୍ମୁଖରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି ଏବଂ ଏହି ଖବର ଲେଖାସରିବା ସୁଦ୍ଧା ୧୮ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଥିଲା। ଘଟଣାସ୍ଥଳରେ ଉନ୍ନାଓ ପୋଲିସ ଅଧୀକ୍ଷକ, ଏରିଆ ଅଫିସର ବଙ୍ଗରମା ଏବଂ ଅନ୍ୟ ପୋଲିସ ଷ୍ଟେସନରୁ ପୋଲିସ ଉପସ୍ଥିତ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.