ଜାମଗାଁ, ୧୫/୦୯ : ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୌର ବ୍ଲକ ଅନ୍ତର୍ଗତ ଲାରା ଏନଟିପିସି ଦ୍ୱାରା ପ୍ରଭାବିତ ଓଡ଼ିଶା ସୀମାନ୍ତ ୭ ଟି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ସିଏସଆର ପାଣ୍ଠି ବିନିଯୋଗ କରୁନାହିଁ। ଏ ପ୍ରସଙ୍ଗକୁ ନେଇ ଆଜି ଲଖନପୁର ବ୍ଲକର ପ୍ରଭାବିତ ଭିକମପାଲି, ବାଦୀମାଲ, କନକତୋରା, ପିଥିଣ୍ଡା, ଚାରପାଲି, ରେମତା ଏବଂ କଣ୍ଡେଇକେଲା ଗ୍ରାମ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିଙ୍କ ସମେତ ଅଞ୍ଚଳବାସୀ କନକତୋରା ଛକରେ ୪୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଯାହା ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଛି।
ଫଳରେ ଯାତ୍ରୀବାହୀ ବସ୍, ଚାରି ଓ ଦୁଇ ଚକିଆ ଏବଂ ଆପାତ କାଳୀନ ଯାନବାହନ ଗୁଡିକ ଅନାୟାସରେ ଯାତାୟାତ କରୁଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କନକତୋରା ସରପଞ୍ଚ ସୁଶାନ୍ତ ଚଇନି ପ୍ରକାଶ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରାଙ୍କ ନେତୃତ୍ୱରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।