ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଟି୨୦ ବିଶ୍ବକପ୍‌କୁ ନେଇ କିର୍ତ୍ତି ଆଜାଦଙ୍କ ବୟାନ; କହିଲେ,'ରୋହିତ ଶର୍ମାଙ୍କୁ ଯେମିତି ହେଲେ ବିରାଟ କୋହଲି ଦରକାର'

ନୂଆଦିଲ୍ଲୀ,୧୭/୦୩: ବର୍ତ୍ତମାନ ଟି -୨୦ ବିଶ୍ୱକପ ୨୦୨୪ ର ଶୁଭାରମ୍ଭ ପାଇଁ ଆଉ ମାତ୍ର କେଇଟା ଦିନ ବାକି। ଜୁନ୍‌ ୨ ତାରିଖରୁ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଟି୨୦ ବିଶ୍ବକପ୍‌ ଖେଳାଯିବ। ଏହି ଟି ୨୦ ବିଶ୍ୱକପରେ ଭାରତୀୟ ଦଳର ମିଶ୍ରଣ କ’ଣ ହେବ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ବିରାଟ କୋହଲି ଏହି ବିଶ୍ୱକପ୍‌ରେ ଦଳର ଅଂଶ ହେବେ କି ନାହିଁ ସେ ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି।

ନିକଟରେ ଇଂରାଜୀ ଖବରକାଗଜ ଦି ଟେଲିଗ୍ରାଫରେ ଏକ ରିପୋର୍ଟ ପ୍ରକାଶ ପାଇ‌ଥିଲା। ଏହି ରିପୋର୍ଟ ଅନୁଯାୟୀ, କୋହଲି ଟି ୨୦ ବିଶ୍ୱକପରୁ ଦୂରେଇ ରହିପାରନ୍ତି, କାରଣ ସେ ଟି ୨୦ ପାଇଁ ଉପଯୁକ୍ତ ବିବେଚିତ ନୁହଁନ୍ତି। ରିପୋର୍ଟ ଅନୁଯାୟୀ, ଯେତେବେଳେ ସେ ଆଇପିଏଲରେ ଦୃଢ଼ ପ୍ରଦର୍ଶନ ପ୍ରଦର୍ଶନ କରିବେ ସେତେବେଳେ କୋହଲି ବିଶ୍ୱକପ ପାଇଁ ବିବେଚିତ ହୋଇପାରନ୍ତି। କେବଳ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କୋହଲିଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ, କାରଣ ଅନ୍ୟ ଅଧିକାରୀମାନେ ଏହି ପ୍ରସଙ୍ଗରେ ସାମିଲ ହେବାକୁ ଚାହାଁନ୍ତି ନାହିଁ।

କିର୍ତ୍ତି ଆଜାଦଙ୍କ ବଡ଼ ବୟାନ:

ତେବେ ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର କିର୍ତ୍ତୀ ଆଜାଦଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରେ ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି। କିର୍ତ୍ତୀ ଆଜାଦଙ୍କ ଅନୁଯାୟୀ, ଭାରତୀୟ ଅଧିନାୟକ ରୋହିତ ଶର୍ମା କ୍ରିକେଟ୍ ବିସିସିଆଇ ଅଧ୍ୟକ୍ଷ ଜୟ ଶାହାଙ୍କୁ କହିଛନ୍ତି ଯେ ଯେକୌଣସି ପରିସ୍ଥିତିରେ ଟି ୨୦ ବିଶ୍ୱକପ ପାଇଁ ତାଙ୍କୁ ବିରାଟ କୋହଲି ଦରକାର। କୀର୍ତ୍ତି ଆଜାଦ ଏକ୍ସ ପୋଷ୍ଟରେ ଲେଖିଥିଲେ ଯେ, 'ଅଜିତ ଅଗରକରଙ୍କୁ ଦାୟିତ୍ବ ଦିଆଯାଇଥିଲା ଯେ, ସେ ଅନ୍ୟ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ସେ ନିଜକୁ କିମ୍ବା ଅନ୍ୟ ଚୟନକର୍ତ୍ତାଙ୍କୁ ମନାଇପାରୁନାହାନ୍ତି। ଜୟ ଶାହା ମଧ୍ୟ ରୋହିତ ଶର୍ମାଙ୍କୁ ପଚାରିଥିଲେ, କିନ୍ତୁ ରୋହିତ କହିଛନ୍ତି ଯେ ଯାହାବି ହେଉ ନା କାହିଁ, ଆମର ବିରାଟ କୋହଲି ଦରକାର। ବିରାଟ କୋହଲି ଟି ୨୦ ବିଶ୍ୱକପ ଖେଳିବେ ଏବଂ ଦଳ ଚୟନ ପୂର୍ବରୁ ଏହାର ସରକାରୀ ଘୋଷଣା କରାଯିବ।

ଆଫଗାନିସ୍ତାନ ସିରିଜ୍ ଜରିଆରେ ବିରାଟ କୋହଲି ଚଳିତ ବର୍ଷ ଭାରତ ପାଇଁ ଟି ୨୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୋହଲି ୧୪ ମାସ ପରେ ଏକ ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। କୋହଲିଙ୍କ ପାଇଁ ୨୦୨୩ ବର୍ଷ ଏକ ଉତ୍ତମ ବର୍ଷ ଥିଲା ଏବଂ ସେ ଟେଷ୍ଟରେ ଏବଂ ଦିନିକିଆ କ୍ରିକେଟ୍‌ରେ ଚମତ୍କାର ଖେଳିଥିଲେ। କୋହଲି ୨୦୨୩ରେ ଭାରତ ପାଇଁ ମୋଟ ୩୫ ଟି ମ୍ୟାଚ୍ ଖେଳି ୨୦୪୮ ରନ୍ କରିଥିଲେ, ଯେଉଁଥିରେ ସେ ୮ଟଠି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ସର୍ବାଧିକ ରନ୍ ସ୍କୋରର୍ ହୋଇପାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.