ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ

Published By : Prameya | July 31, 2024 11:11 PM

ଭୁବନେଶ୍ୱର, ୩୧/୭ : ଭିଏତନାମର ହୋଚିମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଏକ ୩ ଦିନିଆ ପରିଦର୍ଶନରେ ଆସି ପହଂଚିଛନ୍ତି । ଏହି ପ୍ରତିନିଧି ଦଳ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ବ୍ୟତୀତ ଓଡ଼ିଶାର ସଂସ୍କୃତି ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିବେ । ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଫେସର, ଗବେଷକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ ।

ଏହି ଗସ୍ତ ସମୟରେ ଭିଏତନାମରୁ ଆସିଥିବା ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀ ସୋଆର ମେଡିକାଲ, କମ୍ପ୍ୟୁଟର ସାଇନ୍‌ସ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ହସ୍ପିଟାଲିଟି ମ୍ୟାନେଜମେଂଟ ବିଭାଗ ଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ପ୍ରତିନିଧି ଦଳର ଅନ୍ୟ ସଭ୍ୟସଭ୍ୟାମାନେ ହେଲେ ପ୍ରଫେସର ଟ୍ରାନ୍ କଙ୍ଗ ହୁଙ୍ଗ, ଡ. ଡିନ୍ ଥି ଥୁ ହୁଓଙ୍ଗ, ଡ. ଡାଓ ଭାନ ତୁଏଟ୍‌, ଡ. ହୁନ୍ ଡି ଥୁ, ଶ୍ରୀମତି ଏମ୍‌. ଏ. ଟ୍ରୁଅଙ୍ଗ ଥି ହାଇ ଥୁଆନ୍‌, ଶ୍ରୀମତି ଭୁ୍‌ଙ୍ଗ ଟିଏ ହୋଆ ଓ ଶ୍ରୀ ଏନଗୁଏନ୍ ଟ୍ରୁଅଙ୍ଗ କଙ୍ଗ ନି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.