ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ପାଇଲଟ ଅଭାବରୁ ପୁଣି ୩୮ ବିମାନ ଉଡ଼ାଣ ବାତିଲ କଲା ଭିସ୍ତାରା, ରିପୋର୍ଟ ମାଗିଲା କେନ୍ଦ୍ର

Published By : Tapas Panda | April 2, 2024 11:03 AM

ନୂଆଦିଲ୍ଲୀ: ପାଇଲଟଙ୍କ ଘୋର ଅଭାବ ଦେଖାଦେଇଥିବା ବେଳେ ଅଡ଼ୁଆରେ ଭିସ୍ତାରା ଏୟାରଲାଇନ୍ସ । ଆଜି ସକାଳେ ପୁଣି ୩୮ ବିମାନ ଉଡ଼ାଣ ବାତିଲ କରିଛି କମ୍ପାନି । ସେପଟେ ଯେପର୍ଯ୍ୟନ୍ତ ପାଇଲଟଙ୍କ ସଂଖ୍ୟା ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ କେବଳ ସୀମିତ ବିମାନ ଚଳାଚଳ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।  ଏହି ସବୁ ବିମାନ ମଧ୍ୟରୁ ୧୫ଟି ମୁମ୍ବାଇରୁ ଉଡ଼ାଣ ଭରିବାକୁ ଥିବା ବେଳେ ପ୍ରାୟ ୧୨ଟି ବିମାନ ରାଜଧାନୀ ଦିଲ୍ଲୀରୁ ଉଡ଼ାଣ ଭରିବାର ଥିଲା । ଏହା ସହ ୧୧ଟି ବିମାନ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା । ହେଲେ ଏସବୁ ବିମାନ ବାତିଲ କରିଛି କମ୍ପାନି । 

ଗତକାଲି ୫୦ଟି ବିମାନ ଉଡ଼ାଣ ବାତିଲ କରିଥିଲା ଭିସ୍ତାରା । ଏହା ବ୍ୟତୀତ ୧୬୦ଟି ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା । ଏପରିକି ଯାତ୍ରୀମାନେ ଏୟାରଲାଇନକୁ ସଂପର୍କ କରିବାକୁ ବିଫଳ ହୋଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ । ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି । ଆମର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆମେ ସ୍ୱୀକାର କରୁଛୁ, ଏଥିପାଇଁ ଆମେ ଚିନ୍ତିତ । 

 ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି। ଖୁବ୍ ଶୀଘ୍ର କ୍ରୁ ମେମ୍ବର ନିଯୁକ୍ତ କରାଯିବ । ଯେଉଁମାନେ ଟିକେଟ୍ କରିଥିଲେ ସେମାନଙ୍କୁ ରିଫଣ୍ଡ ହୋଇଯିବ ବୋଲି ଭିସ୍ତାରା ମୁଖପାତ୍ର କହିଛନ୍ତି । ସେପଟେ ବିମାନ ବିଳମ୍ବ ଏବଂ ବାତିଲ ହେବାକୁ ନେଇ ଭିସ୍ତାରା ଯାତ୍ରୀମାନେ ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଥିଲେ । ଗତ କିଛି ଦିନ ମଧ୍ୟରେ ବିମାନ ୫ ଘଣ୍ଟାରୁ ଅଧିକ ବିଳମ୍ବ ହେଉଥିବା ଅଭିଯୋଗ କରିଥିଲେ । ବିମାନ ବାତିଲ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯାଇନଥିବା ଅଭିଯୋଗ କରିଛନ୍ତି । ଏସବୁ ଭିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବେ ଭିସ୍ତାରା ଏୟାର ଲାଇନ୍ସର ଅସୁବିଧା ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିବା ଜଣାପଡ଼ିଛି । ବିମାନ ବାତିଲ ଏବଂ ବିଳମ୍ବିତ ଉଡ଼ାଣ ସଂପର୍କରେ ସବିଶେଷ ବିବରଣୀ ମାଗିଛି ମନ୍ତ୍ରଣାଳୟ ।  

  • prameyanews
  • PrameyaOdia
  • prameya
  • Vistara
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.