ଖୋର୍ଦ୍ଧା,୦୭/୦୮: ବର୍ଷାରେ ବେହାଲ ହେଲା ବାଘମାରୀ ବଜାର । ପଶିଲା ବର୍ଷା ପାଣି । ବିଗତ ଦିନରେ ଲାଗି ରହିଥିବା ବର୍ଷା କାରଣରୁ ୫୭ ନମ୍ବର ଜାତୀୟ ରାଜପଥରେ ଜମି ରହିଛି ପାଣି । ଯାନବାହାନ ଚଳାଚଳ ଠପ୍ ।
ସୂଚ଼ନା ଅନୁଯାୟୀ, ଲଗାଣ ବର୍ଷା ବଢାଉଛି ଚିନ୍ତା । ଗତ କିଛି ଦିନ ଧରି ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଫଳରେ ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ବଜାରରେ ପଶିଛି ବର୍ଷା ପାଣି । ଏହି କାରଣରୁ ଖୋର୍ଦ୍ଧା-ବଲାଙ୍ଗୀର ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେପଟେ କଣ୍ଟାବାଡ଼-ମଲ୍ଲିପଦର ରାସ୍ତାରେ ୪ଫୁଟ ଉଚ୍ଚର ପାଣି ବହୁଛି। ଫଳରେ ଯାନବାହାନ ଚଳାଚଳ ଠପ୍ ହୋଇଛି । ଅନେକ ବସ୍ ଏବଂ ଟ୍ରକ ଜାତୀୟ ରାଜପଥରେ ଅଟକି ରହିଛି ।