ମସ୍କୋ, ୧୮/୦୩: ବଡ଼ ବିଜୟ ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ । ସାମ୍ବାଦିକ ସମ୍ମିଳନୀରେ ତୃତୀୟ ବିଶ୍ୱ ଯୁଦ୍ଧ ଧମକ ଦେଇଛନ୍ତି ପୁଟିନ୍ । ସୋମବାର ପାଶ୍ଚାତ୍ୟ ରାଷ୍ଟ୍ରକୁ ଚେତାବନୀ ଦେଇ ପୁଟିନ୍ କହିଛନ୍ତି, ଋଷ ଓ ଆମେରିକା ନେତୃତ୍ୱାଧୀନ ନାଟୋ ସୈନ୍ୟ ସଂଗଠନ ମଧ୍ୟରେ ସିଧା ସଂଘର୍ଷ ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ମାତ୍ର ଗୋଟିଏ ପାଦ ଦୂରରେ । ଆଜି ସମୟ ବି ସେହିଭଳି ଚାହୁଁଥିବା କହିଛନ୍ତି ପୁଟିନ୍ ।
୧୯୬୨ କ୍ୟୁବା ମିସାଇଲ୍ ସଂକଟ ପରେ ୟୁକ୍ରେନ୍ ଯୁଦ୍ଧ ପାଶ୍ଚାତ୍ୟ ରାଷ୍ଟ୍ର ସହ ୟୁକ୍ରେନର ସମ୍ପର୍କକୁ ଗମ୍ଭୀର ସଂକଟ ଭିତରକୁ ଟାଣି ନେଇଛି । ଯଦିଓ ପୁଟିନ୍ ପ୍ରାୟତଃ ଆଣବିକ ଯୁଦ୍ଧ ନେଇ ଧମକ ଦିଅନ୍ତି ଓ କୁହନ୍ତି, ୟୁକ୍ରେନରେ ଆଣବିକ ଆକ୍ରମଣର ଆବଶ୍ୟକତା କେବେ ସେ ଅନୁଭବ କରି ନାହାନ୍ତି ।
ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରନ୍ ଗତ ମାସରେ କହିଥିଲେ, ପାଶ୍ଚାତ୍ୟ ରାଷ୍ଟ୍ର ଦୂରେଇ ଗଲେ ମଧ୍ୟ ଭବିଷ୍ୟତରେ ୟୁକ୍ରେନ୍ ଭୂମିରେ ସୈନିକଙ୍କ ମୁତୟନକୁ ମନା କରି ପାରିବି ନାହିଁ । ଅନ୍ୟପଟେ ପୂର୍ବ ୟୁରୋପ ମଧ୍ୟ ୟୁକ୍ରେନକୁ ସମର୍ଥନ ଦେଇଛି । ମାକ୍ରନଙ୍କ ମନ୍ତବ୍ୟକୁ ନେଇ ପୁଟିନ୍ କହିଛନ୍ତି, ଆଧୁନିକ ଦୁନିଆରେ ସବୁ କିଛି ସମ୍ଭବ ।
ସୋଭିଏତ୍-ଋଷ ଇତିହାସରେ ସବୁଠୁ ବଡ଼ ବିଜୟ ପରେ ପୁଟିନ୍ କହିଛନ୍ତି, ଏହା ସମସ୍ତଙ୍କ ପାଇଁ ସ୍ପଷ୍ଟ କି ଆମେ ସମ୍ପୂର୍ଣ୍ଣ ଭାବେ ତୃତୀୟ ବିଶ୍ୱ ଯୁଦ୍ଧ ଠାରୁ ମାତ୍ର ପାଦେ ଦୂରରେ ଅଛେ । ମୋତେ ଲାଗୁଛି, ଏଥିପାଇଁ କାହାର ଆଗ୍ରହ ନାହିଁ । ପୁଟିନ୍ ଆହୁରି କହିଛନ୍ତି, ନାଟୋର ସହକର୍ମୀ ପୂର୍ବରୁ ୟୁକ୍ରେନରେ ଥିଲେ ।