ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏହି ରାଶିର ବ୍ୟକ୍ତିଙ୍କ ଧନ, ସମ୍ପଦ ବୃଦ୍ଧି ପାଇବ

ମେଷ : ଏକାଦଶ ଚନ୍ଦ୍ର ଏବଂ ସକାଳ ୬ଟା ୧୩ ମିନିଟ୍‌ ପରେ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ । ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ବିଦେଶ ଯାତ୍ରାର ସୁଯୋଗ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ : ଲାଲ୍‌, ସଂଖ୍ୟା : ୩, ଆରାଧନା : ପ୍ରଭୁ ସ୍କନ୍ଦ ।

ବୃଷ : ଦଶମ ଚନ୍ଦ୍ର, ଶୁକ୍ରବାର ଯୋଗୁ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ । ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ । ମନରେ ସତ୍‌ଚିନ୍ତା, ସଦ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଅତୁଟ ରହିବ । ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ: ନୀଳ, ସଂଖ୍ୟା : ୦୮, ଆରାଧନା : ମା’ ଗାୟତ୍ରୀ ।

ମିଥୁନ : ଘାତଚନ୍ଦ୍ର, ସକାଳ ୯ଟା ୩୮ ମିନିଟ୍‌ ପର୍ଯ୍ୟନ୍ତ ଘାତତିଥି ଯୋଗୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ହେବ । ଧାର୍ମିକ କର୍ମରେ ବିଘ୍ନ ଓ ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । 

ଶୁଭ ରଙ୍ଗ: କଫି, ସଂଖ୍ୟା : ୪, ଆରାଧନା : ମା’ ଷୋଡ଼ଶୀ ।

କର୍କଟ : ଅଷ୍ଟମ ଚନ୍ଦ୍ର, ସକାଳ ୯ଟା ୩୮ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ଏବଂ ବିଷୁବ ଯୋଗୁ ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କାରବାର ବେଳେ ସତର୍କ ହେବେ । ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଅଗ୍ରସର ହେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ପୁନର୍ବସୁ କର୍କଟ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ: ଲାଲ୍‌, ସଂଖ୍ୟା: ୦୨ ଆରାଧନା : ଭଗବାନ ଶିବ ।

ସିଂହ : ସପ୍ତମ ଚନ୍ଦ୍ର ଯୋଗୁ ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ଆମୋଦପ୍ରମୋଦ, ମଉଜ, ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୦୩, ଆରାଧନା: ମା’ ମାଣିକେଶ୍ୱରୀ ।

କନ୍ୟା : ଷଷ୍ଠ ଚନ୍ଦ୍ର, ଶୁକ୍ରବାର ଯୋଗୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ରୋଗ, ଋଣ, ଶତ୍ରୁ ଏଥିରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ମେରୁନ୍‌, ସଂଖ୍ୟା : ୧୨, ଆରାଧନା : ମା’ ତ୍ରିପୁରସୁନ୍ଦରୀ ।

ତୁଳା: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ପାଞ୍ଚଟି କର୍ମରେ ଅଶୁଭ ଫଳ ମିଳିବ  । ବିଦ୍ୟାରେ ବିଫଳତା, ସନ୍ତାନହେତୁକ ଦୁଶ୍ଚିନ୍ତା, ଆର୍ଥିକ ଦୁରବସ୍ଥା, ପିତାମାତାଙ୍କ ସମସ୍ୟା, ମନରେ ଅସ୍ଥିରତା, ସମସ୍ତ କର୍ମରେ ବିଫଳତା ଓ ଅପମାନ, ଅପଯଶ, ଓ ଅପନିନ୍ଦା ମିଳିବ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ସହ ମତଭେଦ ଘଟିବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ: ଧଳା, ସଂଖ୍ୟା: ୦୬, ଆରାଧନା: ମା’ ସମଲେଶ୍ୱରୀ ।

ବିଛା : ଘାତବାର ଏବଂ ଚତୁର୍ଥ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ଓ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୦୬, ଆରାଧନା : ମା’ ବଗଳାମୁଖୀ ।

ଧନୁ : ଘାତବାର ଏବଂ ତୃତୀୟ ଚନ୍ଦ୍ର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ତତ୍ପରତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୦୭, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆର୍ଥିକ କ୍ଷତି ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିପାରନ୍ତି । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ଧନିଷ୍ଠା ମକର, ସେମାନେ ସତର୍କ ହେବେ ।   

ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୩, ଆରାଧନା : ମା’ ବିମଳା ।

କୁମ୍ଭ : ଶ୍ରୀଚନ୍ଦ୍ର, ଶୁକ୍ରବାର ଯୋଗୁ ଧନ, ମାନ, ସମ୍ମାନ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଚାଲିଚଳନ, ବ୍ୟବହାର ମାର୍ଜିତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତଙ୍କର ମନ ଜିଣିବାରେ ସମର୍ଥ ହେବେ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୦୬, ଆରାଧନା :  ମା’ ଭୈରବୀ ।

ମୀନ : ଘାତବାର ଏବଂ ଦ୍ୱାଦଶ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ସମସ୍ତ କର୍ମରେ ସମୟୋପଯୋଗୀ ପଦକ୍ଷେପ ନେବେ ଏବଂ ମନରୁ କୁଭାବନା, କୁଚିନ୍ତା ଲୋପ ପାଇବ । ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଏବଂ କୁସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ପ୍ରଭୁ ଗଜାନନ ।

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ 

ଯୋଗାଯୋଗ : ୯୪୩୭୧୩୩୪୭୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.