ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ

ଭୁବନେଶ୍ୱର,୨୮/୦୫: ଆସନ୍ତା ମେ ୩୧ ତାରିଖ ସୁଦ୍ଧା ମୌସୁମୀ ଛୁଇଁପାରେ କେରଳ ଉପକୂଳ ।  ଏମିତି ଆକଳନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) । ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ କେରଳ ପହଞ୍ଚିଥାଏ । ଏବେଠାରୁ କେରଳରେ  ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । 

ମାତ୍ର ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର  ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଭିନ୍ନ । ଡକ୍ଟର ସାହୁ  କହିଛନ୍ତି, ଏଥର ମୌସୁମୀ ଡେରିରେ ଆସିବ। କେରଳ  ପହଞ୍ଚିଲାବେଳକୁ ସ୍ୱାଭାବିକ ସମୟଠାରୁ ୨/୩ ଦିନ  ବିଳମ୍ବ ହୋଇପାରେ । ଓଡ଼ିଶାକୁ ମୌସୁମୀ ଜୁନ୍‌ ୧୫  ପୂର୍ବରୁ ଆସିବା ସମ୍ଭାବନା କ୍ଷୀଣ । ଅର୍ଥାତ୍‌ ଏଥର ରାଜ୍ୟରେ ରଜ ପାଗ ତତଲା ରହିପାରେ । 

ଡକ୍ଟର ସାହୁ କହିଛନ୍ତି, ବଙ୍ଗୋପସାଗରରେ  ବାତ୍ୟା ରେମାଲ ଯୋଗୁ ମୌସୁମୀ ଆଗମନ ପ୍ରକ୍ରିୟା  ବିଗିଡ଼ିଛି । ଏଥିଯୋଗୁ ମୌସୁମୀ ଆଗମନ ବିଳମ୍ବ ହେବ ।  ଏଭଳି ସ୍ଥିତି ୨୦୦୯-୨୦୧୦ ସମୟରେ ହୋଇଥିଲା ।  ସେତେବେଳେ ମୌସୁମୀ ଜୁନ୍‌ ୨୦ କିମ୍ବା ତା’ପରେ ଆସିଥିଲା । ବର୍ତ୍ତମାନ ମୌସୁମୀ ବିଳମ୍ବ ଯୋଗୁ ରାଜ୍ୟରେ  ଗ୍ରୀଷ୍ମ ସ୍ଥିତି ଜାରି ରହିବ । ଆସନ୍ତା ଦିନେ ଦୁଇଦିନରେ  ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ମାତ୍ର  ତା’ପରେ ପାଗ ପୂରା ଶୁଖିଲା ରହିବ । ବର୍ଷା ସମ୍ଭାବନା  କମ୍‌ । ତେଣୁ ଗରମ ଓ ଗୁଳୁଗୁଳି ଜାରି ରହିବ । 

ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା  ୩-୪ ଦିନ ଭିତରେ ରାଜ୍ୟରେ ଦିନ ତାପମାତ୍ରା ପ୍ରାୟ  ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ସେଲସିୟସ୍‌ ବଢ଼ିପାରେ । ସୋମବାର ଝାରସୁଗୁଡ଼ା ତାପମାତ୍ରା ୪୨ ଡିଗ୍ରୀ ଟପିଥିବାବେଳେ  ସୋନପୁର, ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର, ନୂଆପଡ଼ାରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା ।  ଉପକୂଳରେ ତାପମାତ୍ରା ୩୫-୩୭ଡିଗ୍ରୀ ଥିବାବେଳେ  ଆର୍ଦ୍ରତା ପରିମାଣ ୭୦-୮୦% ଥିବାରୁ ଭୀଷଣ  ଗୁଳୁଗୁଳି ନାକେଦମ୍‌ କରୁଛି । ବର୍ତ୍ତମାନ ବଡ଼ଧରଣର କାଳବୈଶାଖୀ ସମ୍ଭାବନା କମ୍‌ । 

ଆଇଏମ୍‌ଡି ଆକଳନ ଅନୁସାରେ ଦେଶରେ ଭଲ  ବର୍ଷା ଆଣିବ ମୌସୁମୀ । ଜୁନ-ସେପ୍ଟେମ୍ବର ପର୍ଯ୍ୟନ୍ତ  ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ ଅଧିକ  ବର୍ଷା ହେବ । ଏହି ସମୟ ଭିତରେ ପ୍ରାୟ ୧୦୬  ପ୍ରତିଶତ ବର୍ଷା ହେବାର ଆକଳନ କରାଯାଇଛି । ଅବଶ୍ୟ  ଏଥିରେ ୪ ପ୍ରତିଶତ କମ୍‌-ବେଶି ହୋଇପାରେ ।  

ମାତ୍ର ଆଇଏମଡି ଜାରି କରିଥିବା ମୌସୁମୀ  ବର୍ଷା ଆକଳନ ଚିତ୍ର ଅନୁସାରେ, ଓଡ଼ିଶାକୁ ଦେବ  ଧୋକା ମୌସୁମୀ । ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିବ  ରାଜ୍ୟରେ । ଜୁନରୁ ସେପ୍ଟେମ୍ବର ଯାଏଁ ଯେତିକି ବର୍ଷା  ହେବା କଥା, ତା’ଠାରୁ ଢେର କମିଯିବ । ଆଇଏମଡିର  ସମ୍ଭାବ୍ୟ ମାନଚିତ୍ରରେ ଦକ୍ଷିଣ ଓଡ଼ିଶା, ଉତ୍ତର ଏବଂ  ଉତ୍ତର ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳକୁ ହଳଦିଆ  ରଙ୍ଗରେ ଚିହ୍ନିତ କରାଯାଇଛି । ଏହା ଦର୍ଶାଉଛି ଏସବୁ  ଅଞ୍ଚଳରେ ବର୍ଷା ପରିମାଣ (ଜୁନ୍‌ରୁ ସେପ୍ଟେମ୍ବର  ପର୍ଯ୍ୟନ୍ତ) କମ୍‌ ହେବ । କେନ୍ଦ୍ରୀୟ ଓଡ଼ିଶାର କିଛି  ଜାଗାରେ ବର୍ଷା ଭଲ ହୋଇପାରେ ।  

ମାତ୍ର ଜୁନ୍‌ ମାସ ପାଇଁ ଜାରି ହୋଇଥିବା ସମ୍ଭାବ୍ୟ  ମାନଚିତ୍ର କହୁଛି, ଦେଶରେ ଭଲ ବର୍ଷା ହେବ।  ଓଡ଼ିଶାର ବି ଭଲ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି। କେନ୍ଦ୍ରୀୟ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହୋଇପାରେ । ଉତ୍ତର ଏବଂ ଉତ୍ତର ଆଭ୍ୟନ୍ତରୀଣର କିଛି ଜାଗାରେ ବର୍ଷା କମିପାରେ। ଡକ୍ଟର ଶରତ ସାହୁଙ୍କ କହିବାନୁସାରେ ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଲେ ମଧ୍ୟ ଏ ବର୍ଷ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି ।

  • PrameyaOdia
  • prameya
  • Monsoon
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.