ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ପଛକୁ ପଛ ଲଘୁଚାପ: ଆସନ୍ତା ୬ରେ ଝାଡ଼ଖଣ୍ଡ ସଂଲଗ୍ନ କ୍ଷେତ୍ରରେ ଘୂର୍ଣ୍ଣିବଳୟ ସମ୍ଭାବନା, ୮ ଯାଏଁ ବର୍ଷିବ

ଭୁବନେଶ୍ୱର,୦୩/୦୮: ଆସନ୍ତା ୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ । ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ଅତି  ପ୍ରବଳ ବର୍ଷା ହେବ। ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଏହି ଆକଳନ କରିଛନ୍ତି । 

ପ୍ରଫେସର ପଶୁପାଳକ ଆକଳନ କରି କହିଛନ୍ତି, ଏବେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ଯାଏ ବର୍ଷା ଲାଗି ରହିବ । ସୁନ୍ଦରଗଡ଼ରୁ  ସମ୍ବଲପୁର ଯାଏ ପଶ୍ଚିମ ଓଡ଼ିଶା ଓ  ଛତିଶଗଡ଼ରେ ଭାରୀ ବର୍ଷା ହେବ । ଆସନ୍ତା ୬ ତାରିଖରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା  ପ୍ରଭାବରେ ବର୍ଷା ଆହୁରି ବଢ଼ିବ ।  ୬ ତାରିଖ ସନ୍ଧ୍ୟାରୁ ବର୍ଷା ବଢ଼ିବ ।  ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ  ୮ ତାରିଖ ଯାଏ ବର୍ଷା ହେବ । 

ତେବେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବଳୟ ବଙ୍ଗୋପସାଗର ପରିଲକ୍ଷିତ  ହୋଇନି ବୋଲି ସେ କହିଛନ୍ତି । ଚାଷୀଙ୍କୁ  ପରାମର୍ଶ ଦେଇ ସେ କହିଛନ୍ତି, ୨୦ରୁ  ୩୦ ଦିନ ଭିତରେ ସଅଳ ରୁଆ ଧାନରେ  ପିଲ ସାର ପ୍ରୟୋଗ କରନ୍ତୁ । ରୁଆ  ହେବାକୁ ଥିବା ଧାନରେ ଫସଫରସ୍‌  ଓ ପଟାସ ସାର ପକାନ୍ତୁ । ମକା  ଆଣ୍ଠୁଏ ଉଚ୍ଚା ହେଲେ ଘାସ ବାଛନ୍ତୁ । 

ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ  ଝାଡ଼ଖଣ୍ଡ ପାଖରେ ଏକ ଲଘୁଚାପ  ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ  ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ  ଦିଗରେ ଗତି କରିବ । ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ  ବର୍ଷା ହୋଇପାରେ । ଏହି ଲଘୁଚାପ କ୍ଷେତ୍ର ରାଜ୍ୟ ଠାରୁ ଦୂରରେ ଥିବାରୁ ଏହାର ବିଶେଷ ପ୍ରଭାବ ରହିବନି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ର  ଲହୁଣୀପଡ଼ାରେ ୯୦ମିମି ବର୍ଷା  ହୋଇଛି । ଟେନ୍‌ସାରେ ୮୩.୪ମିମି,  କଟକ ମାହାଙ୍ଗାରେ ୭୮ ଓ ସୁନ୍ଦରଗଡ଼ର  ବଣାଇରେ ୬୨ମିମି ବର୍ଷା ହୋଇଛି।

  • PrameyaOdia
  • prameya
  • Heavy Rainfall Alert
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.