ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ: ଆସନ୍ତା ଦୁଇ ଦିନ ଅସମ୍ଭାଳ ତାତି, ଉପକୂଳରେ ଜାରି ରହିବ ପ୍ରବଳ ଗୁଳୁଗୁଳି

ଭୁବନେଶ୍ୱର,୩୦/୦୫: ୪୬ ଡେଇଁଲା ତାତି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ତାତି ଓ ଭୀଷଣ  ଗୁଳଗୁଳି ଜାରି ରହିଛି । ଗ୍ରୀଷ୍ମପ୍ରବାହରେ ଲୋକେ କଲବଲ । ବଲାଙ୍ଗୀରରେ ତାପମାତ୍ରା ସର୍ବାଧିକ ୪୬.୩  ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ୧୦ ସହରରେ  ତାତି ୪୪ ଡିଗ୍ରୀ ଟପିଛି। ଆହୁରି ଦୁଇ ଦିନ ଭୀଷଣ  ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ହେବେ ଜନଜୀବନ । ପାଣିପାଗ ବିଭାଗ ଏମିତି ସତର୍କ କରାଇଛି ।  

ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀରରେ ଭୀଷଣରୁ  ଭୀଷଣ ଗ୍ରୀଷ୍ମପ୍ରବାହ (ସିଭିୟର ହିଟୱେଭ୍‌) ବହିବ ।  କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼,  ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ  ନାକେଦମ୍‌ କରିବ । ଉପକୂଳ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ  ସ୍ଥିତି ନ ରହିଲେ ବି ଭୀଷଣ ଗୁଳୁଗୁଳି କଲବଲ  କରିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,  ଗଞ୍ଜାମ, ଗଜପତି ଓ ଢେଙ୍କାନାଳରେ ଆର୍ଦ୍ରତା ଅଧିକ  ରହିବା ଯୋଗୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ ।  

ଶୁକ୍ରବାର ବି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ,ନୂଆପଡ଼ା,  ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବହିବ । ତେବେ ଅପରାହ୍ନରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି  ସ୍ଥାନରେ କାଳବୈଶାଖୀ ପ୍ରଭାବରେବର୍ଷା ସମ୍ଭାବନା ଅଛି । ଗୁରୁବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ  କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ  ଅଛି ବୋଲି ପାଣିପାଗ ବିଭାଗ କହିଛି ।  

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.  ଶରତ ସାହୁ କହିଛନ୍ତି, ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ  ଗରମ ପବନ ଆସୁଛି । ବାତ୍ୟା ଯୋଗୁ ବାୟୁମଣ୍ଡଳରେ  ଜଳୀୟବାଷ୍ପ ଓ ଆର୍ଦ୍ରତାର ମାତ୍ରା ଅଧିକ ରହିଛି । ବର୍ଷା  ହେଉନଥିବାରୁ ଏହା ଅପସାରିତ ହେବାରେ ବିଳମ୍ବ ହେଉଛି। ଏହି ଜଳୀୟବାଷ୍ପ ବାଷ୍ପୀକରଣ ହୋଇ ଧୀରେ  ଧୀରେ ଅପସାରିତ ହେଉଛି । ଗୁରୁବାର ତାତି ଓ ଗୁଳୁଗୁଳି  ଜାରି ରହିବ । ଶୁକ୍ରବାର ସାମାନ୍ୟ କମିପାରେ । ୧ ଓ ୨  ତାରିଖରେ ବର୍ଷା ହେବ ଓ ତାତି କମିଯିବ । ୩ରୁ ତାତି  ପୁଣି ବଢ଼ିବ ବୋଲି ସେ କହିଛନ୍ତି । 

ବୁଧବାର ରାଜ୍ୟର ୧୯  ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେଥିଲା । ଟିଟିଲାଗଡ  ଓ ଝାରସୁଗୁଡ଼ା଼ରେ ତାପମାତ୍ରା ୪୬, ସମ୍ବଲପୁରରେ ୪୫.୬, ବୌଦ୍ଧରେ ୪୫.୩, ହୀରାକୁଦରେ ୪୫.୧, ଭବାନୀପାଟଣାରେ୪୪.୫, ନୂଆପଡ଼ା ଓ ବରଗଡ଼ରେ ୪୪, ଫୁଲବାଣୀରେ ୪୩.୫, ସୁନ୍ଦରଗଡ଼ରେ ୪୩.୪ ଓ ତାଳଚେରରେ ୪୩ ଡିଗ୍ରୀ ରେକର୍ଡ ହୋଇଛି । ବୁଧବାର ଦିନ ୨ଟା ୩୦ ସମୟରେ ଭୁବନେଶ୍ୱର ତାପମାତ୍ରା ୩୯.୮  ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ଥିଲା ୬୦% । 

ହିଟ୍‌  ଇଣ୍ଡେକ୍ସ କହୁଛି,ସେ ସମୟରେ ଭୁବନେଶ୍ୱରରେ ୬୨ ଡିଗ୍ରୀ ସେଲସିୟସ୍‌ ଭଳି ଗରମ ଅନୁଭୂତ ହେଉଥିଲା । ଏଥିରୁ ଅନୁମାନ କରାଯାଇପାରେ କିଭଳି ଭୟାନକ ରୂପ ନେଇଛି ଗ୍ରୀଷ୍ମ ପ୍ରବାହ । ହିଟ୍‌ ଇଣ୍ଡେକ୍ସ ଆଧାରରେ (ତାପମାତ୍ରା୍ମଆର୍ଦ୍ରତା) ବାଲେଶ୍ୱରରେ ବି ୬୨ ଡିଗ୍ରୀ, ଚାନ୍ଦବାଲିରେ ୫୯, ପାରାଦୀପରେ  ୫୫, ହୀରାକୁଦରେ ୫୪, ସମ୍ବଲପୁରରେ ୫୫,  ଝାରସୁଗୁଡ଼ାରେ ୫୩, ରାଉରକେଲାରେ ୪୯,  କେନ୍ଦୁଝରରେ ୫୧, ଗୋପାଳପୁରରେ ୫୨, ପୁରୀରେ  ୫୨ ଡିଗ୍ରୀ ତାପମାତ୍ରା ଭଳି ଗରମ ଅନୁଭୂତ ହେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.