ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ରାଜ୍ୟରେ ଆସନ୍ତା ୫ ଦିନ କାଁ ଭାଁ ବର୍ଷା ସମ୍ଭାବନା, ଦୁଇ ସପ୍ତାହ ଯାଏ ବିଶେଷ ବର୍ଷା ନାହିଁ

ଭୁବନେଶ୍ୱର,୦୯/୦୮: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା କମିଯିବ । କାଁଭାଁ ବର୍ଷା ହୋଇପାରେ । ଆସନ୍ତା ସପ୍ତାହ ଯାଏ ବଙ୍ଗୋପସାଗରରେ କୌଣସି  ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ନାହିଁ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହା କହିଛନ୍ତି। ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ  ବିଶେଷ ବର୍ଷା ନାହିଁ । ମୌସୁମୀ ଟ୍ରଫ୍‌ ସକ୍ରିୟ ରହିବନି । ଏଥିପାଇଁ ଅଧିକ ବର୍ଷା ନାହିଁ । ଅଳ୍ପ କିଛି ସ୍ଥାନରେ କମ୍‌ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବିସ୍ତାରିତ ଆକଳନ କରି କହିଛି। 

ଗୁରୁବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଉପରେ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ  ହୋଇଛି । ରାଜ୍ୟ ଉପରେ ଏହାର ବିଶେଷ ପ୍ରଭାବ ନାହିଁ । ଆସନ୍ତା ୫ ଦିନ  ଯାଏ ରାଜ୍ୟରେ ବର୍ଷା ସମ୍ଭାବନା କମ୍‌ । ଭଦ୍ରକରୁ ସୋନପୁର ସଂଯୋଗ କରୁଥିବା  ସରଳରେଖାର ଉତ୍ତରରେ ୪୦ରୁ ୪୫ ମିମି ବର୍ଷା ହୋଇପାରେ । ଏହାର  ଦକ୍ଷିଣରେ ୨୦ରୁ ୩୦ ମିମି ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ  ସ୍ଥାନରେ ବର୍ଷା ହୋଇପାରେ । କିଛି ସ୍ଥାନରେ ପାଗ ଶୁଖିଲା ରହିବ । 

ପ୍ରଫେସର ପଶୁପାଳକ ଆକଳନ କରି କହିଛନ୍ତି, ଆଗକୁ ମଧ୍ୟ ରାଜ୍ୟରେ  ବିଶେଷ ବର୍ଷା ସମ୍ଭାବନା ନାହିଁ । ଅଣଜଳସେଚିତ ଜମିରେ ପାଣି ସମସ୍ୟା ସୃଷ୍ଟି  କରିପାରେ । ଆଗକୁ ବର୍ଷା କମ୍‌ ହେବାର ଥିବାରୁ ଚାଷ ଜମିରେ ପାଣି ବାନ୍ଧି  ରଖନ୍ତୁ । ରୁଆ କାମ ଶୀଘ୍ର ଶେଷ କରନ୍ତୁ । ସଅଳ ରୁଆ ଧାନରେ ମୂଳସତା ରୋଗର  ସମ୍ଭାବନା ଅଛି । ଏଥିପାଇଁ ସତର୍କ ରହିବା ସହ ପଦକ୍ଷେପ ନିଅନ୍ତୁ । ମକାରେ  ଫୁଲ ଆସିବାକୁ ଥିଲେ ସାର ପ୍ରୟୋଗ କରନ୍ତୁ । ମୁଗ, ବିରି ଓ କୋଳଥ ବୁଣନ୍ତୁ । 

ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୯ ତାରିଖରେ ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ କେନ୍ଦୁଝରରେ ଭାରୀ ବର୍ଷା ହୋଇପାରେ ।  କିଛି ସ୍ଥାନରେ ୭୦ରୁ ୧୦୦ ମିମି ଯାଏ ବର୍ଷା ସମ୍ଭାବନା ଅଛି । ୧୦, ୧୧ ଓ ୧୨  ତାରିଖରେ ବିଶେଷ ବର୍ଷା ନାହିଁ। କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ଗୁରୁବାର ନୟାଗଡ଼ରେ ସର୍ବାଧିକ ୪୯ମିମି ବର୍ଷା ହୋଇଛି । ଢେଙ୍କାନାଳରେ  ୪୫, ତାଳଚେରରେ ୩୫ ଓ ବାରିପଦାରେ ୩୦ମିମି ବର୍ଷା ରେକର୍ଡ ହୋଇଛି ।

  • PrameyaOdia
  • prameya
  • Heavy Rainfall Alert
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.