ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩୦ ଦିନରେ ବ୍ୟାନ୍ ହେବ ୭୧ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ, ଏଭଳି କରନ୍ତୁ ନାହିଁ ଭୁଲ

ନୁଆଦିଲ୍ଲୀ,୨।୬: ହ୍ବାଟସଆପ୍‌ ୩୦ ଦିନ ଭିତରେ ୭୧ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିସାରିଛି। ନିଜେ ଏନେଇ କମ୍ପାନୀ ସୂଚନା ଦେଇଛି। ମେଟାର ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍‌ ଅପ୍ରେଲ ୨୦୨୪ ରେ ପ୍ଲାଟଫର୍ମରେ ୭୧ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟରେ ବ୍ୟାନ ଲଗାଇ ଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସେହି ଆକାଉଣ୍ଟରେ କରାଯାଇଛି, ଯାହାକି ଭାରତୀୟ ଆଇନର ଉଲଂଘନ କରୁଛି। ଉଲ୍ଳେଖନୀୟ ଯେ, ମେସେଜିଂ ଆଇଟି ନିୟମ ୨୦୨୧ ଅନୁସାରେ ମାସିକ ରିପୋର୍ଟ ପବ୍ଲିସ କରିଥାଏ। ଏହି ରିପୋର୍ଟରେ ହ୍ବାଟସଆପ୍‌କୁ ୟୁଜର୍ସଙ୍କ ଦ୍ବାରା ମିଳିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଏହାକୁ ଜାଣିବା ପାଇଁ ଓ ରୋକ ଲଗାଇବା ବିଷୟରେ ସୂଚନା ପ୍ରଦାନ କରିଥାଏ।

ଲାଟେଷ୍ଟ ରିପୋର୍ଟ ୧ ଅପ୍ରେଲରୁ ୩୦ ଅପ୍ରେଲ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୟୁଜର ନିଜର ଅଭିଯୋଗ ଇଣ୍ଡିଆନ୍ ଗ୍ରିଭେନ୍ସ ଅଫିସର ଇ-ମେଲ କିମ୍ବା ଡାକ ମାଧ୍ୟମରେ ପଠାଇପାରେ। ଅପ୍ରେଲରେ କମ୍ପାନୀକୁ ବ୍ୟାନ୍ ଅପିଲ, ସେଫଟି, ଆକାଉଣ୍ଟ ସର୍ପୋଟ ଓ ଅନ୍ୟ ଜିନିଷ ଉପରେ ୧୦,୫୫୪ ଅଭିଯୋଗ ମିଳିଛି। ୟୁଜରଙ୍କ ଦ୍ବାରା  ମିଳିଥିବା ଅଭିଯୋଗ ପରେ କାର୍ଯୃାନୁଷ୍ଠାନ ଗ୍ରହଣ କରିବା ବ୍ୟତୀତ, କମ୍ପାନୀ ପ୍ଲାଟଫର୍ମ ଉପରେ ହାନିକାରକ ବ୍ୟବହାରକୁ ରୋକିବା ପାଇଁ ଟୁଲ୍ସ ଓ ରିସୋର୍ସେସ୍‌ର ଉପଯୋଗ କରିଥାନ୍ତି।’

ହ୍ବାଟସଆପ୍ କହିଛି ଦୂରୁପଯୋଗ ବିଷୟରେ ଜାଣିବା ପାଇଁ ଆକାଉଣ୍ଟର ଲାଇଫଷ୍ଟାଇଲର ତିନୋଟି ଷ୍ଟେଜ୍‌ରେ କାମ କରିଥାଏ। ରେଜିଷ୍ଟେ୍ରସନ୍ ସମୟରେ ମେସେଜିଂ ବେଳେ ଓ ନେଗେଟିଭ ଫିଡବ୍ୟାକ୍‌ର ଜବାବ୍‌ରେ, ଯାହାକି ଆମକୁ ୟୁଜର ରିପୋର୍ଟ ଓ ବ୍ଲକ୍ ରୂପରେ ମିଳିଥାଏ।’ ହ୍ବାଟସଆପ୍‌ ଆନାଲିଷ୍ଟର ଏକ ଟିମ୍‌ ଏହି ସିଷ୍ଟମକୁ ପ୍ରୋତ୍ସାହନ ବଢାଇଛି ଓ ଏହାର ପ୍ରଭାବଶୀଳତାରେ ସୁଧାର କରିଥାଏ।କମ୍ପାନୀ କହିଛି, ବ୍ୟାନ୍ ଆକାଉଣ୍ଟର ସଂଖ୍ୟାରେ ଆମ ରିପୋର୍ଟ ଫିଚର  ମାଧ୍ୟମରେ ୟୁଜର୍ସଙ୍କଠାରୁ ମିଳିଥିବା ନେଗେଟିଭ ଫିଡବ୍ୟାକ୍‌ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାରତରେ ମୋଟ ୭୧,୮୨,୦୦୦ ଭାରତୀୟ ଆକାଉଣ୍ଟ ବ୍ୟାନ୍‌ କରି ଦିଆଯାଇଛି। ଏହା ଭିତରକୁ ୧୩,୦୨,୦୦୦ ଆକାଉଣ୍ଟକୁ ୟୁଜର୍ସଙ୍କ କୌଣସି ରିପୋର୍ଟ ପୂର୍ବରୁ ବ୍ୟାନ୍ କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.