ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୌତମ ଗମ୍ଭୀରଙ୍କୁ ବୁଲି ଚାହିଁଲେ ବିରାଟ କୋହଲି, KKRର ପୋଷ୍ଟ ଭାଇରାଲ୍‌

Image Courtesy: ndtv

ବେଙ୍ଗାଲୁରୁ: କୋଲକାତା ଏବଂ ବେଙ୍ଗାଲୁରୁ ମ୍ୟାଚ୍‌କୁ ନେଇ ଖେଳପ୍ରେମୀ ଉତ୍ସାହିତ ହୋଇପଡ଼ିନ୍ତି । କେକେଆରର ମେଣ୍ଟର ଗୌତମ ଗମ୍ଭୀର ଥିବା ବେଳେ ବେଙ୍ଗାଲୁରୁ ଟିମ୍‌ର ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ । ସେମାନଙ୍କ ମଧ୍ୟରେ ସବୁ କିଛି ଭଲ ନଥିବା ନେଇ ସମସ୍ତଙ୍କୁ ଜଣା ଅଛି । ଗତ ଆଇପିଏଲ ସିଜନରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ର ମେଣ୍ଟର ଥିଲେ ଗମ୍ଭୀର । ଏହି ସମୟରେ ପଡ଼ିଆରେ ଗମ୍ଭୀର ଏବଂ କୋହଲି ସାମ୍ନାସାମ୍ନି ହୋଇଥିଲେ । ପଡ଼ିଆରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ଦୁଇ ଜଣଙ୍କ ଉପରେ ଜରିମାନା ବି ଲାଗିଥିଲା । 

 ଚଳିତ ଆଇପିଏଲରେ ଏହି ଦୁଇ ଜଣ ପୁଣି ଥରେ ସାମ୍ନାସାମ୍ନି ହେବା ପରେ ଏମାନଙ୍କର କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛି । କେକେଆର ଦୁଇଟି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଏହା ସହ କେକେଆର ପକ୍ଷରୁ କ୍ୟାପ୍ସନ ଦିଆଯାଇଛି ଯେ, ‘କ୍ରିକେଟ ଫଟୋ ଯାହା ଜବରଦସ୍ତ ହିଟ୍‌ ହୋଇଛି ।’ ଗୋଟିଏ ଫଟୋରେ କୋହଲି, ଗମ୍ଭୀରଙ୍କ ଆଡ଼କୁ ଦେଖୁଥିବା ନଜରକୁ ଆସିଛି । 




 ସେପଟେ ଆଜି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତର ଦ୍ରୁତ ବୋଲର ବରୁଣ ଆରୋନ କୋହଲି ବନାମ ଗମ୍ଭୀର ଦ୍ବନ୍ଦ୍ବ ଆଡ଼କୁ ଇସାରା କରି କହିଥିଲେ ଯେ, ସୀମା ରେଖା ବାହାରେ ମ୍ୟାଚ୍‌ ଦେଖିବାକୁ ମୁଁ ଅପେକ୍ଷା କରିଛି । ଗୌତମ ଗମ୍ଭୀର ବେଙ୍ଗାଲୁରୁ ଡଗ ଆଉଟ୍‌ ପାଖରେ ବସିଥିବେ । ମୋତେ ଜଣାନାହିଁ ସେଠାରେ କଣ ହେବ । ଆମେ ଜାଣିଛୁ କୋହଲି ନିଜ ଭିତରର ଜ୍ବାଳାକୁ ଚାପି ରଖିବାକୁ ପସନ୍ଦ କରନ୍ତି । ସେ କେବଳ କୋଲକାତାର ଡଗ ଆଉଟକୁ ଦେଖିଦେଲେ ଜୋସରେ ଭରିଯିବେ । ତେବେ ଆଜିର ମ୍ୟାଚ୍‌ରେ ଆରସିବିକୁ କେକେଆର ପାଖରୁ ପରାଜୟ ବରଣ କରିବାକୁ ପଡ଼ିଛି । କୋହଲିଙ୍କ ଅପରାଜିତ ୮୩ ରନ୍‌ ବେକାର ଯାଇଥିବା ବେଳେ କେକେଆର ୭ ଓ୍ବିକେଟରେ ବିଜୟ ହାସଲ କରିଛି । 

 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.