ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଇଏ ମୋନାଲିସାର ଫଟୋ; ୟାକୁ ମିଳିଛି ଭିଆଇପି ଭଳି ସୁରକ୍ଷା, ହେଲେ କାହିଁକି ?

Published By : Prameya | March 6, 2022 2:45 PM

ଫଟୋ କହେ କାହାଣୀରେ ଆମେ ଆଜି ଆପଣଙ୍କୁ ଏମିତି ଏକ ଫଟୋ ଦେଖାଇବାକୁ ଯାହାକୁ ମିଳିଛି ଭିଆଇପିଙ୍କ ଭଳି ସୁରକ୍ଷା। ଏ ଫଟୋଟି ହେଉଛି ମୋନାଲିସାର। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ପେଣ୍ଟିଂଟିକୁ ଯେ କୌଣସି ଆଙ୍ଗେଲରୁ ଦେଖିଲେ ମଧ୍ୟ ଏହା ଭିନ୍ନ ଭିନ୍ନ ଦେଖାଯାଏ । ବାରମ୍ବାର ଆକ୍ରମଣର ଶିକାର ହୋଇଛି ଏହି ପେଣ୍ଟିଂ। ତେବେ ଆସନ୍ତୁ ଜାଣିବା ଏହି ପେଣ୍ଟିଂ ବିଷୟରେ କିଛି ରୋଚକ କଥା ।

- ଏହି ପେଣ୍ଟିରେ ଥିବା ଝିଅଟି ହେଉଛି ରହସ୍ୟମୟ ‘ମୋନାଲିସା’ ର ପେଣ୍ଟିଂ।

- ବିଭିନ୍ନ ଆଙ୍ଗେଲରୁ ଏହା ଭିନ୍ନ ଭିନ୍ନ ଦେଖାଯାଏ

- ବାରମ୍ବାର ଆକ୍ରମଣର ଶିକାର ହୋଇଛି ଏହି ପେଣ୍ଟିଂ

- କେତେବେଳେ ଏସିଡ ମାଡ଼ ତ ଆଉ କେତେବେଳେ ପଥର ଫିଙ୍ଗାଯାଇଛି ଏହି ପେଣ୍ଟିଂ ଉପରକୁ

- ଭିଆଇପିଙ୍କୁ ସୁରକ୍ଷା ଦେବା ଭଳି ଏହି ପେଣ୍ଟିଂକୁ ବୁଲେଟ ପ୍ରୁଫ୍ କାଚ ଭିତରେ ରଖାଯାଇଛି

- ତେବେ ଏହି ପେଣ୍ଟିଂ କି ରହସ୍ୟ ଲୁଚି ରହିଛି ଏବଂ ଏହାକୁ ଆଙ୍କିଥିବା ଚିତ୍ରକର କିଏ , ଆସନ୍ତୁ ଜାଣିବା …

ବହୁ ଚର୍ଚ୍ଚିତ ‘ମୋନାଲିସା’ ପେଣ୍ଟିଂର ଚିତ୍ରକର ହେଲେ ପ୍ରଖ୍ୟାତ ଚିତ୍ରକର ଲିଓନାର୍ଡୋ ଦ ଭିନ୍‌ଚି।  ସେ ଜନ୍ମନେଇଥିବା ଇଟାଲିର ଭିନଜୀ ସହରର ନାଁ ଅନୁସାରେ ତାଙ୍କ ନାମ ଏମିତି ହୋଇଛି। ମୋନାଲିସା ପେଣ୍ଟିଂ ଲିଓନାର୍ଡୋଙ୍କର ଏକ ଅତୁଳନୀୟ କୃତ୍ତି। ଏବଂ ଏହି ପେଣ୍ଟିଂ ବିଶ୍ବର ସବୁଠାରୁ ଦାମୀ ପେଣ୍ଟିଂ ଅଟେ। କିଏ କହେ ଏହି ପେଣ୍ଟିଂ ୧୫୦୩ ଶତାବ୍ଦୀରେ ଆରମ୍ଭ ହୋଇ ୧୫୦୬ରେ ସରିଥିଲା ତ ଆଉ କିଏ କିଏ କୁହନ୍ତି ଏହି ପେଣ୍ଟିଂ ଏହି ପେଣ୍ଟିଂ ୧୫୧୩ରେ ଆରମ୍ଭ ହୋଇ ୧୫୧୯ରେ ସରିଥିଲା। କିନ୍ତୁ କିଛି ଲୋକଙ୍କ କହିବା କଥା ହେଲା ଏହି ପେଣ୍ଟଂ ଟି ସମ୍ପୁର୍ଣ୍ଣ ନହୋଇ ଅଧାରେ ରହିଯାଇଛି।

{"id":385646,"sizeSlug":"full","linkDestination":"none"}

କେହି କେହି କୁହନ୍ତି ଯେ, ଭିନ୍‌ଚି ନିଜକୁ ଝିଅ ରୁପରେ ଆଙ୍କିଥିବା ବେ​‌ଳେ ଆଉ କିଛି କୁହନ୍ତି ଏହା ହେଉଛି ତାଙ୍କ ମା’ଙ୍କର। ତେବେ ଛବିରେ ଥିବା ମହିଳା ଜଣଙ୍କ ଲିଜା ଘିରାର୍ଦିନି ବୋଲି ଅନେକ ଲୋକ କୁହନ୍ତି। ଲିଜା ଜଣେ କପଡ଼ା ବେପାରୀ ଫ୍ରାନେ୍ସେସ୍କୋ ଡେଲ ଜିଓକୋଣ୍ଡାଙ୍କ ପତ୍ନୀ। ଘରକୁ ଦ୍ବିତୀୟ ସନ୍ତାନ ଆସିବା ଖୁସିରେ ଜିଓକାଣ୍ଡୋ ତାଙ୍କ ବନ୍ଧୁ ଲିଓନା​‌ର୍ଡୋଙ୍କୁ କହି ଏହି ପେଣ୍ଟିଂ ବନାଇଥିଲେ ବୋଲି କୁହାଯାଏ।

ଫେଣ୍ଟିଂର ତିଆରି ଶୈଳୀ ପାଇଁ ଏହା ବେଶ୍‌ ଚର୍ଚ୍ଚିତ। ବିଭିନ୍ନ ଆଙ୍ଗଲ୍‌ରୁ ଦେଖିଲେ ଏହି ଚିତ୍ର ଅଲଗା ଅଲଗା ରୂପରେ ଦେଖାଯାଇଥାଏ। ପେଣ୍ଟିଂର ସବୁଠାରୁ ବଡ଼ ରହସ୍ୟ ହେଲା ଫଟୋର ଅଙ୍କାଯାଇଥିବା ମହିଳାଙ୍କର ହସ। କାହାକୁ ପେଣ୍ଟିଂରେ ଥିବା ମହିଳା ହସୁଥିବା ଭଳି ମନେ ହୁଏ ତ’ ଆଉ କାହାକୁ ସେ କାନ୍ଦୁଥିବା ପରି ପ୍ରତୀୟମାନ ହୁଏ। ପୁଣି ଆଉ କାହାକୁ ସେ ଅତ୍ୟନ୍ତ ଶାନ୍ତ ରୂପରେ ଥିବା ଭଳି ଦେଖାଯାଆନ୍ତି। ତେବେ ଜିଓକୋଣ୍ଡୋଙ୍କ ପତ୍ନୀ ଗର୍ଭବତୀ ଥିବା ସମୟରେ ଏହି ପେଣ୍ଟିଂ ଅଙ୍କାଯାଇଥିଲା, ସେଥିପାଇଁ ତାଙ୍କ ଏକ୍ସପ୍ରେସନ୍‌ ଏମିତି ଥିଲା ବୋଲି ଲୋକେ କହନ୍ତି। ଏହି ପେଣ୍ଟିଂ ଯେଉଁ ସମୟରେ ଅଙ୍କାଯାଇଥିଲା ସେହି ସମୟରେ ମହିଳାମାନଙ୍କୁ ଭ୍ରୁଲତା(ଆଇବ୍ରୋ) ରଖିବାକୁ ମନା କରାଯାଉଥିଲା। ସେଥିପାଇଁ ପେଣ୍ଟିଂରେ ମଧ୍ୟ ମହିଳାଙ୍କ ଭ୍ରୁଲତା ନାହିଁ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫଟୋକୁ ନଷ୍ଟ କରିଦେବା ପାଇଁ ଅନେକ ଯୋଜନା ହୋଇଥିଲା। ଫ୍ରାନ୍‌ସର ଲୋଭର୍‌ ମ୍ୟୁଜିୟମ୍‌ରେ ରଖାଯାଇଥିବା ବେଳେ ଏହି ପେଣ୍ଟିଂକୁ ଜଣେ ଚୋରି କରିନେଇ ଯାଇଥିଲେ। ପରେ ଏହା ଧରାପଡ଼ିଥିଲା। ପୁଣି ୧୯୫୬ରେ ଜଣେ ବ୍ୟକ୍ତି ଏହାକୁ ଏସିଡ ଫିଙ୍ଗି ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ସେଥିରୁ ବି ପେଣ୍ଟିଂଟି ରକ୍ଷା ପାଇଯାଇଥିଲା। ଆଉ ଥରେ ଜଣେ ବ୍ୟକ୍ତି ପେଣ୍ଟିଂ ଉପରକୁ ପଥର ଫିଙ୍ଗିଥିଲେ। ଏହି ପଥର ବାଜି ପେଣ୍ଟିଂଟି ସାମାନ୍ୟ ଖଣ୍ଡିଆ ବି ହୋଇଯାଇଛି। ତେବେ ବାରମ୍ବାର ଆକ୍ରମଣ ଫଳରେ ପେଣ୍ଟିଂଟିକୁ ସୁରକ୍ଷା ଦେବାକୁ ବୁଲେଟ୍‌ ପ୍ରୁଫ୍ ଗ୍ଲାସ୍‌ ଲଗାଯାଇ ବନ୍ଧାଇ ଦିଆଯାଇଛି।

ଏହି ପେଣ୍ଟିଂକୁ ନେଇ କୁହାଯାଏ, ଯଦି ଆପଣ ଖୁସି ଅଛନ୍ତି ତେବେ ଏହି ପେଣ୍ଟିଂରେ ଥିବା ମହିଳାଙ୍କ ଚିତ୍ର ଆପଣଙ୍କୁ ହସୁଥିବା ଭଳି ଲାଗିବ। ଆଉ ଯଦି ଆପଣଙ୍କ ମନ ଦୁଃଖ ଅଛି ତେବେ ପେଣ୍ଟିଂର ଚେହେରା ଉଦାସ ଥିବା ପରି ମନେ ହେବ। ପ୍ରକୃତରେ ଏହି ପେଣ୍ଟିଂର ନାମ ମୋନାଲିସା ନୁହେଁ। ଏହା ହେଉଛି ‘ମୋନା ଲିଜା’। ଇଟାଲୀୟ ଭାଷାରେ ‘ମୋନା ଲିଜା’ର ଅର୍ଥ ହେଉଛି ‘ମାଇଁ ଲେଡି’ ବା ମୋ ପ୍ରେୟସୀ। ଏହି ପେଣ୍ଟିଂଟି  ଫ୍ରାନ୍ସର କିମ୍ବଦନ୍ତୀ ଶାସକ ନେପୋଲିୟନ ବୋନାପାର୍ଟଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏଥିପାଇଁ ସେ ଏହାକୁ ନିଜ ପ୍ରାସାଦର ଏକ ବିଶେଷ ସ୍ଥାନରେ ଟାଙ୍ଗିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.