ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭିକୋ ଉତ୍ପାଦକୁ ଘରେ ଘରେ ପରିଚିତ କରାଇଥିବା ଯଶଓ୍ବନ୍ତ ପେଣ୍ଢରକରଙ୍କ ନିଧନ

ନାଗପୁର: ‘ଭିକୋ ଟର୍ମେରିକ୍‌, ନହିଁ କସମେଟିକ୍‌’ । ଭିକୋ ଲାବୋରେଟୋରିଜ୍‌ର ପ୍ରଡକ୍ଟକୁ ନେଇ ଟିଭି ବିଜ୍ଞାପନରେ ଏଭଳି କିଛି ଜିଙ୍ଗଲ୍‌ ଆପଣ ଶୁଣିଥିବେ । ଆଉ ଏହା ପଛର ମୃଖ୍ୟ ନାୟକ ଯଶଓ୍ବନ୍ତ କେଶବ ପେଣ୍ଢରକର । କିନ୍ତୁ ଆଜି ପେଣ୍ଢରକର ନିରବୀ ଯାଇଛନ୍ତି । ଭିକୋ ଲାବୋରେଟୋରିଜ୍‌ର ଅଧ୍ୟକ୍ଷ ପେଣ୍ଢରକର ୮୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ।  

ଭିକୋ ଆୟୁର୍ବେଦିକର ଦ୍ବିତୀୟ ପର୍ଯ୍ୟାୟ ତିଆରି କରିଥିବା, ବିଜ୍ଞାପନ ସାହାଯ୍ୟରେ ଭିକୋ ଉତ୍ପାଦକୁ ଘରେ ଘରେ ପହଞ୍ଚାଇଥିବା ଯଶଓ୍ବନ୍ତ ପେଣ୍ଢରକର ବୟାସାଧିକ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ନାଗପୁରର ସିଭିଲ ଲାଇନ୍‌ସ୍ଥିତ ନିଜ ବାସଭବନରେ ହିଁ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯଶଓ୍ବନ୍ତ ପେଣ୍ଢରକର ଆଇନ୍‌ରେ ସ୍ନାତକ ପାସ କରିଥିବା ବେଳେ ଆୟୁର୍ବେଦିକରେ ରୁଚି ରଖିଥିଲେ ।  ଏଲଏଲବି ଡିଗ୍ରି ହାସଲ କରିବା ପରେ ସେ ଭିକୋ ଲାବୋରେଟୋରିଜ୍‌ରେ କାମ କରିଥିଲେ । 

ଏହି ସମୟରେ ଭାରତରେ ଉତ୍ପାଦନକୁ ନେଇ ବହୁ କାନୁନ ଥିଲା । ଆଉ ଖାକି ବାବୁଙ୍କ ରାଜ ସମୟରେ ଭିକୋ ଏକ୍ସସାଇଜ୍‌ ଡିପାର୍ଟମେଣ୍ଟ ପାଖରେ ୩୦ ବର୍ଷର ଆଇନଗତ ଲଢ଼େଇ କରିଥିଲା । ସେତେବେଳେ ପେଣ୍ଢରକରଙ୍କ ଏଲଏଲବି ଡିଗ୍ରି କାମରେ ଆସିଥିଲା । ଦୀର୍ଘ ଲଢ଼େଇ ପରେ ୧୯୭୮ରେ ବିଜୟ ପାଇଥିଲା ଭିକୋ । ଯଦିଓ ଭିକୋର ଶୁଭାରମ୍ଭ ମୁମ୍ବାଇରେ ହୋଇଥିଲା କିନ୍ତୁ ଏହାର ସଂପର୍କ ନାଗପୁର ସହ ଖୁବ ନିବିଡ଼ । ଆଜି ବି ଏହାର ଏକ ଫ୍ୟାକ୍ଟ୍ରି ନାଗପୁରରେ ଅଛି । 

ପେଣ୍ଢରକରଙ୍କ ନେତୃତ୍ବରେ ଭିକୋର ଆୟୁର୍ବେଦିକ ପ୍ରଡକ୍ଟ ଲୋକପ୍ରିୟ ହେଲା ତାହା ନୁହେଁ ବରଂ ମାର୍କେଟରେ ନିଜର ସ୍ବତନ୍ତ୍ର ସ୍ଥାନ ପାଇଛି।  ହିମାଳୟା ଏବଂ ଡାବର ଭଳି ବ୍ରାଣ୍ଡକୁ କଡ଼ା ଟକ୍କର ଦେଇଥିଲା । ଏପରିକି ଅନ୍ତର୍ଜାତୀୟ ବଜାରରେ ଭିକୋ ନିଜର ସ୍ଥାନ ତିଆରି କରିଥିଲା । ପେଣ୍ଢରକରଙ୍କ ପୁତୁରା ଦେବେଶ ତାଙ୍କ ସଂପର୍କରେ କୁଅନ୍ତି ଯେ, ଯଶଓ୍ବନ୍ତ ପେଣ୍ଢରକର ପରିବାର ସଦସ୍ୟଙ୍କ ତୁଳନାରେ ସବୁଠାରୁ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଉଥିଲେ । ତେବେ ଭିକୋ ଲାବୋରେଟୋରିଜ୍‌ର ଅଧ୍ୟକ୍ଷ ଯଶଓ୍ବନ୍ତ କେଶବ ପେଣ୍ଢରକରଙ୍କ ନିଧନକୁ ନେଇ ଦେଶରେ ଶୋକର ଛାୟା ଖେଳିଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.