ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ପାଦରୁ ଜାଣିପାରିବେ ବଢୁଛି କୋଲେଷ୍ଟେରଲ୍‌, ଜାଣନ୍ତୁ ସଙ୍କେତ

ଭୁବନେଶ୍ୱର ୨୨/୦୩: ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଶରୀରରେ କୋଲେଷ୍ଟେରଲ୍‌ ସ୍ତର ବଢିଥାଏ । ଏହାକୁ ସାଧାରଣତଃ ନୀରବ ଘାତକ ବୋଲି କୁହାଯାଇଥାଏ । ଏହାର ଲକ୍ଷଣ ବା ସଙ୍କେତ ପ୍ରାୟତଃ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖାଯାଇ ନଥାଏ । ତେଣୁ ଏହାକୁ ଚିହ୍ନଟ କରିବା ସହଜ ହୁଏନା । ଆଉ ନିୟନ୍ତ୍ରିତ କରିବା କଷ୍ଟକର ହୋଇଥାଏ । ଫଳରେ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବା ପରେ ବଢୁଥିବା କୋଲେଷ୍ଟେରଲ୍‌ ସ୍ତର ଜଣାପଡିଥାଏ । କିନ୍ତୁ ସାମାନ୍ୟ ନଜର ରଖିଲେ ଶରୀରରେ ବଢୁଥିବା କୋଲେଷ୍ଟେରଲ୍‌ କିଛି ସଙ୍କେତ ପାଦରୁ ଜଣାପଡିଥାଏ । ଯାହାକୁ ଲକ୍ଷଣ ଭାବେ ଗ୍ରହଣ କରି ଡାକ୍ତର ପରାମର୍ଶ ନେଇ ପାରିବେ । ଯେମିତିକି 

ପାଦରେ ଯନ୍ତ୍ରଣା :

ରକ୍ତରେ କୋଲେଷ୍ଟେରଲ୍‌ ମାତ୍ରା ବଢିବା ଦ୍ୱାରା ପେରିଫେରଲ୍‌ ଆର୍ଟରୀ ରୋଗ ହୋଇଥାଏ, ଯାହା ହାତ ଓ ପାଦକୁ ରକ୍ତ ପ୍ରବାହକୁ କମ୍‌ କରିଥାଏ କିମ୍ବା କେବେ କେବେ ବନ୍ଦ ମଧ୍ୟ କରି ଦେଇପାରେ । ଫଳରେ ପାଦରେ ଯନ୍ତ୍ରଣା ହୋଇଥାଏ ।

ଚାଲିବାରେ କଷ୍ଟ :

ଅନେକ ସମୟରେ କୋଲେଷ୍ଟେରଲ୍‌ ସ୍ତର ବଢିବା ଯୋଗୁ ପାଦ ଝିମ୍‌ ଝିମ୍‌ ଓ ଶୂନ୍ୟ ହୋଇଯିବା କାରଣରୁ ବ୍ୟକ୍ତି ଠିକ୍‌ ଭାବେ ଚାଲି ପାରିନଥାଏ । 

ପାଦ ଅଚଳ ହେବା ପରି ଅନୁଭବ :

ରକ୍ତରେ କୋଲେଷ୍ଟେରଲ୍‌ ସ୍ତର ବଢିବା ଯୋଗୁ ପାଦକୁ ରକ୍ତ ପ୍ରବାହ କମିଯାଇଥାଏ । ଫଳରେ ଶରୀରର ନିମ୍ନ ଭାଗ ଅଚଳ ହୋଇପଡିବା ପରି ଲାଗିଥାଏ । 

ଚର୍ମର ରଙ୍ଗ ବଦଳିବା :

ଉଚ୍ଚ କୋଲେଷ୍ଟେରଲ୍‌ରେ ପୀଡିତ ବ୍ୟକ୍ତିର ପାଦର ପଛପଟ ରଙ୍ଗ ହଳଦିଆ ଦେଖାଯାଇଥାଏ ।

ଟିସୁ ମୃତ୍ୟୁ :

ଯଦି ଉଚ୍ଚ କୋଲେଷ୍ଟେରଲ୍‌ର ଚିକିତ୍ସା ଠିକ୍‌ ସମୟରେ କରା ନଯାଏ, ତେବେ ଟିସୁ ମୃତ୍ୟୁ ହେବାର ଆଶଙ୍କା ରହିଥାଏ । ଏହା ମୁଖ୍ୟତଃ ଶରୀରର କିଛି ଅଙ୍ଗକୁ ରକ୍ତ ପ୍ରବାହ ନ ହେବା କାରଣରୁ ହୋଇଥାଏ । ବୟସ ବଢିବା ସହିତ ଆର୍ଟରିଜ୍‌ ସଙ୍କୁଚିତ ହୋଇଥାଏ । ଆରାମ କରିବା ପରେ ମଧ୍ୟ ଯନ୍ତ୍ରଣା ହୋଇପାରେ କିମ୍ବା ଅଲ୍‌ସର ହୋଇପାରେ, ଯାହା ଠିକ୍‌ ହେବା ଆଦୌ ସହଜ ହୋଇ ନଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.