ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବେଆଇନ ଗଞ୍ଜେଇ ଚାଲାଣ , ଗଞ୍ଜେଇ ସହ ଯୁବକ ଗିରଫ

ମାଲକାନଗିରି/ମାଥିଲି - ମାଲକାନଗିରି ଜିଲ୍ଲା ମାଥିଲି ଥାନାର କର୍ମଚାରୀମାନେ ଛତିଶଗଡ଼ ସୀମାନ୍ତ ମୁଣ୍ଡାଗୁଡା ଫାଣ୍ଡି  ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଉକ୍ତ ଯୁବକ ଜଣକ ସନ୍ଦେହ ଜନକ ଅବସ୍ଥାରେ ବୁଲୁ ଥିବାର ଦେଖି ତାକୁ ସନ୍ଦେହ କରି ପୋଲିସ କର୍ମୀମାନେ ଯୁବକକୁ ଅଟକାଇ ଯାଞ୍ଚ କରିଥିଲେ। 

ଯାଞ୍ଚ ବେଳେ ଯୁବକ ଜଣଙ୍କ ଧରିଥିବା ବ୍ୟାଗରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲେ। ଯୁବକ ଜଣଙ୍କ ଗଞ୍ଜେଇକୁ ପଡୋଶୀ ଛତିଶଗଡ଼ ରାଜ୍ୟକୁ ଚାଲାଣ ପାଇଁ ନେଉ ଥିବାର ଜଣାପଡିଛି। ଯୁବକଙ୍କ ଠାରୁ ଗଞ୍ଜେଇ ଜବତ କରି ପୋଲିସ ଗିରଫ କରିଥିଲା। ଗିରଫ ଯୁବକଙ୍କ ଘର ମାଥିଲି ଥାନା ଅନ୍ତର୍ଗତ ସିନ୍ଦାବେଡା ଗ୍ରାମରେ। ତାଙ୍କ ନାଁ ପ୍ରଶାନ୍ତ ନାୟକ ଥିବା ଜଣା ପଡିଛି।

ଜବତ ଗଞ୍ଜେଇକୁ ଓଜନ କରିବାରୁ ତାହା ୧୨ କେଜି ୨୦୦ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ରୁ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି। ଗଞ୍ଜେଇ ଜବତ ପରେ ଯୁବକକୁ ଗିରଫ କରି ପୋଲିସ ଆଜି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.