ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫୁଟ୍‌ପାଥରୁ ୨ ମହିଳାଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର, ୨୭।୧୧: ନବରଙ୍ଗପୁର ସହର ଶିଶୁ ଉଦ୍ୟାନ ନିକଟ ଏକ ଷ୍ଟଲ୍ ବାରଣ୍ଡାରେ ୨ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ୍ । ଏହି ୨ ମହିଳାଙ୍କ ପ୍ରକୃତ ପରିଚୟ ଏଯାଏ ମିଳିପାରିନାହିଁ । ଜଣଙ୍କର ବୟସ ୬୦ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୫୦ ବର୍ଷ ବୋଲି ଅନୁମାନ କରାଯାଉଛି ‌। ଏହି ୨ ମହିଳା ଭିକ୍ଷାବୃତ୍ତି କରି ଚଳୁଥିଲେ । ସଞ୍ଜ ହେଲେ ଦୋକାନ ବାରଣ୍ଡାରେ ଖୋଲା ଆକାଶ ତଳେ ଖୋଲା ମେଲାରେ ରାତି କାଟୁଥିଲେ । 

ମୃତଦେହ ନିକଟରେ ପିନ୍ଧିବା ଲୁଗାପଟା ଓ ଚଦରଗୁଡ଼ିକ ସହ ଭିକ୍ଷାମୁଣାଗୁଡ଼ିକ ମଧ୍ୟ ପଡ଼ିରହିଛି । ରାତିରେ ଖୋଲାଆକାଶ ତଳେ ଶୋଇଥିବା ବେଳେ ସକାଳେ ଦୁହେଁ ଶେଜରୁ ଉଠିନଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଏନେଇ ତଦନ୍ତକାରୀ ଅଧିକାରୀ ଶୁଭେନ୍ଦୁ ବେହେରାଙ୍କୁ ଯୋଗାଯୋଗ କରାଯିବା ପରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଉଭୟ ମହିଳାଙ୍କ ପ୍ରକୃତ ପରିଚୟ ମିଳିନଥିବା ସେ କହିଛନ୍ତି । ଅନ୍ୟପକ୍ଷେ ଏକକାଳୀନ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.