ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିସେମ୍ବର ୧୧ରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ: ଅବଢ଼ା ଦର ନିର୍ଦ୍ଧାରଣ ସମ୍ଭାବନା

ପୁରୀ,୦୮/୧୨ ଆସୁଛି ନୂଆବର୍ଷ । ଶ୍ରୀମନ୍ଦିରକୁ ଠାକୁର ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବ । ଏହା ସାଙ୍ଗକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ  ଯାଉଛି । ପର୍ଯ୍ୟଟନ ଋତୁ ମଧ୍ୟ ଆସି ଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆଶଙ୍କା ଥିବାରୁ ଶ୍ରୀମନ୍ଦିରରେ ମହାପ୍ରସାଦ ଦର ନିର୍ଦ୍ଧାରଣ କରିବା ଓ ଆନନ୍ଦ ବଜାରରେ ମହାପ୍ରସାଦ  ବିକ୍ରିକୁ ଏକ ଶୃଙ୍ଖଳିତ ସ୍ଥିତିକୁ ଆଣିବା ଆବଶ୍ୟକତା ହୋଇପଡ଼ିଛି । ଶ୍ରଦ୍ଧାଳୁମାନେ ଯେପରି ଏକ ନିର୍ଦ୍ଧାରିତ ଦାମ୍‌ ଦେଇ ପେଟପୂରା ମହାପ୍ରସାଦ ଖାଇପାରିବେ ଓ ପରିବାର  ଲୋକଙ୍କ ନିମନ୍ତେ ନେଇ ପାରିବେ ତାହା ଆବଶ୍ୟକ ହୋଇପଡ଼ିଛି । ଏନେଇ ବାରମ୍ବାର ଶ୍ରଦ୍ଧାଳୁମାନେ ପ୍ରଶାସନ  ନିକଟରେ ଦାବି କରି ଆସୁଛନ୍ତି । ଏପରିସ୍ଥିତିରେ ଆସନ୍ତା  ୧୧ ତାରିଖରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ  ବସିବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି । 

ଅବଢ଼ା ଦର  ନିର୍ଦ୍ଧାରଣ ନେଇ ସୁଆର ମହାସୁଆର ନିଯୋଗ ମଧ୍ୟ  ରାଜିଥିବା ଏହାର ମୁଖିଆମାନେ ଗଣମାଧ୍ୟମରେ ପ୍ରକାଶ  କରିଛନ୍ତି । ଅନ୍ନ, ଡାଲି, ବେସର, ମହୁର ପ୍ରଭୃତି  ଶଙ୍ଖୁଡ଼ି ମହାପ୍ରସାଦ କୁଡ଼ିଆ ଦର କ’ଣ ରହିବା ଉଚିତ୍‌  ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସ୍ତାବ ନେଇ ଏପର୍ଯ୍ୟନ୍ତ  କୌଣସି ଆଲୋଚନା କରିନି । ଆନନ୍ଦ ବଜାରରେ  ଶୃଙ୍ଖଳା ଆଣିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ  ରହିଛି । ତେବେ ନିର୍ଦ୍ଦେଶକୁ ବହୁ ବର୍ଷ ବିତିଥିଲେ ହେଁ  ଏହାକୁ ଧ୍ୟାନ ଦିଆଯାଉନି । ଫଳରେ ଶ୍ରଦ୍ଧାଳୁମାନେ  ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇପାରୁନାହାନ୍ତି ।  ବିଭିନ୍ନ ପର୍ବପର୍ବାଣି ବେଳେ ମହାପ୍ରସାଦର ଅହେତୁକ ମୂଲ୍ୟ ବଢ଼ିବା ଶ୍ରଦ୍ଧାଳୁଙ୍କ ଅସନ୍ତୋଷର କାରଣ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.