ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଅପହରଣ, ସ୍ୱାମୀ ଓ ୨ ସହଯୋଗୀଙ୍କ ସହ ଧରାପଡ଼ିଲା ଲେଡି ଡନ୍ ଇରାନୀ

ଭୁବନେଶ୍ୱର,୧୩।୯: ରାଜଧାନୀରେ ସେକ୍ସ  ଆଳରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଲେଡି ଡନ୍‌ ଇରାନୀ  ପାତ୍ର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି କମିଶନରେଟ୍‌ ପୁଲିସ । ଜଣେ ଡାକ୍ତରଙ୍କୁ ଚିକିତ୍ସା ବାହାନାରେ ଡ଼କାଇ ଅପହରଣ  କରିବା ଓ ତାଙ୍କୁ ହନିଟ୍ରାପ୍‌ରେ ଫସାଇ ୧୦ ଲକ୍ଷ ଟଙ୍କା  ଲୁଟି ନେଇଥିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ   ଇରାନୀ ପାତ୍ର (୨୭)ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ତମାଣ୍ଡୋ ଥାନା ନାରଗୋଦା ଗ୍ରାମର  ଇରାନୀଙ୍କ ସମେତ ତାଙ୍କ ସ୍ୱାମୀ ବାପି ଓରଫ ନିଶିକାନ୍ତ  ପାତ୍ର(୩୩), ତମାଣ୍ଡୋ ସିଜିପୁଟର ଗଣେଶ ଓରଫ  ମନୋରଞ୍ଜନ ପ୍ରଧାନ(୩୦) ଓ ସିଜିପୁଟ ଗ୍ରାମର ଗିରିଜା ଓରଫ ଶକ୍ତିକାନ୍ତ ହରିଚନ୍ଦନ(୩୬) । ପୁଲିସ ସେମାନଙ୍କଠାରୁ ୩୦ ହଜାର ଟଙ୍କା, ୯ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ଚେକ୍‌,  ଏକ ଛୁରୀ ଓ ୨ଟି ଦାମୀ ମୋବାଇଲ ଜବତ କରିଛି । ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଲେଡି ଡନ୍‌ ଇରାନୀ ଧରାପଡ଼ିବା ପରେ ତାଙ୍କ ନାମରେ   ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି । 

ଇରାନୀ ଗ୍ୟାଙ୍ଗ୍‌ ଏପରି ସେକ୍ସ ଆଳରେ କେତେ ଲୋକଙ୍କୁ କେତେ ଲକ୍ଷ ଟଙ୍କା ଲୁଟିଛନ୍ତି ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । କେମିତି ଡାକ୍ତରଙ୍କୁ ଫସାଇଥିଲେ ଜୋନ୍‌-୩ ଏସିପି ପି.କେ ରାଉତ ମଙ୍ଗଳବାର ଏକ  ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କି, ଭୁବନେଶ୍ୱରରେ ରହୁଥିବା ଜଣେ ମେଡିକାଲ ଅଫିସର  ଯାଜପୁର ମଧୁବନ ସିଏଚ୍‌ସିରେ ଥିବା ବେଳେ ତାଙ୍କର  ଇରାନୀଙ୍କ ସହ ସାକ୍ଷାତ ହୋଇଥିଲା । ଜଣେ ରୋଗୀ ହିସାବରେ ଡାକ୍ତର ଇରାନୀଙ୍କୁ ଚିକିତ୍ସା କରିଥିଲେ । ଇରାନୀ ସେବେଠାରୁ ଉକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିବା  ସହ ତାଙ୍କ ମୋବାଇଲ ନମ୍ବର ରଖିଥିଲେ । ମଝିରେ ମଝିରେ ତାଙ୍କ ସହ ମୋବାଇଲରେ ଯୋଗାଯୋଗ କରନ୍ତି   ଓ ଭୁବନେଶ୍ୱର ଯାଇ ସମ୍ପୃକ୍ତ ଡାକ୍ତରଙ୍କଠାରୁ ସାମ୍ପୁଲ ମେଡିସିନ ଆଣି ଆସନ୍ତି । ଗତ ୮ ତାରିଖ ରାତିରେ  ଇରାନୀ ତାଙ୍କୁ ଫୋନ୍‌ କରି ବାପାଙ୍କ ଦେହ ଖରାପ ଅଛି, ତେଣୁ ତୁରନ୍ତ ଆସି ନାରଗୋଦାସ୍ଥିତ ଭଡ଼ାଘରେ ପହଞ୍ଚି  ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ । କାମରେ ବ୍ୟସ୍ତ  ଥାଇ ମଧ୍ୟ ରାତି ୧୧ଟାରେ ଡାକ୍ତର ପଚାରିପଚାରି ଆସି ଇରାନୀ ଦେଇଥିବା ଠିକଣା ନାରଗୋଦାସ୍ଥିତ ସିଟି ହୋମ୍ସ  ଡୁପ୍ଲେକ୍ସ ନଂ-୬୧ରେ ପହଞ୍ଚିଥିଲେ । ଘରେ ପଶିବା ମାତ୍ରେ  ଇରାନୀ ତାଙ୍କୁ କୁଣ୍ଢାଇ ଧରିବା ସହ ପାଟି କରିଥିଲେ ।  

ପୂର୍ବ ଯୋଜନା ମୁତାବକ ବାପି, ଗଣେଶ ଓ ଗିରିଜା ଘର ଭିତରେ ପଶି କବାଟ ବନ୍ଦ କରି ଦେଇଥିଲେ ।  ଡାକ୍ତରଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇବା ସହ  ଗୋଟିଏ ରୁମ୍‌ରେ ପୁରାଇ ବନ୍ଦୀ କରି ଦେଇଥିଲେ । ତାଙ୍କ  କାର୍‌ ଚାବି, ମୋବାଇଲ ଓ ସୁନା ବ୍ରେସଲେଟ୍‌ ଛଡ଼ାଇ  ନେଇଥିଲେ । ଇରାନୀ ଡାକ୍ତରଙ୍କୁ ଅସଦାଚରଣର ଭୟ  ଦେଖାଇଥିଲେ । ପୁଲିସରେ ଦେଇ ତୁମକୁ ବରବାଦ କରିଦେବି ବୋଲି ଧମକ ଦେଇଥିଲେ । ଏଥିସହ ତାଙ୍କ ମୁଣ୍ଡ ଜାମିନ ରଖି ୨୫ ଲକ୍ଷ ଟଙ୍କା ଦେବାକୁ ଦାବି  କରିଥିଲେ । ଏହା ଭିତରେ ବାପି, ଗଣେଶ ଓ ଗିରିଜା  ତାଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିଲେ । ଅନ୍ୟ ଉପାୟ ନ ପାଇ ସମ୍ପୃକ୍ତ ଡାକ୍ତର ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ଡାକ୍ତର ତୁରନ୍ତ ଫୋନ୍‌ ପେ’ରେ ଇରାନୀଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବା ପାଇଁ   ପାସ୍‌ୱାର୍ଡ ଦେଇଦେଇଥିଲେ । ଅଭିଯୁକ୍ତମାନେ ପାସ୍‌ୱାର୍ଡ ନେଇ ଇରାନୀଙ୍କ ଆକାଉଣ୍ଟ୍‌କୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଥିଲେ । ଅବଶିଷ୍ଟ   ୯ ଲକ୍ଷ ଟଙ୍କା ସେ  ଇରାନୀଙ୍କ ନାମରେ ଚେକ୍‌ ଦେବା ପାଇଁ କହିଥିଲେ ଓ ସାଙ୍ଗରେ ଘରକୁ ଗଲେ ଦେବି ବୋଲି   କହିଥିଲେ । ତେଣୁ ବାପି, ଗଣେଶ ଓ ଗିରିଜା ଡାକ୍ତରଙ୍କୁ  କାର୍‌ରେ ନେଇ ତାଙ୍କ ଇନ୍‌ଫୋସିଟି ଥାନା ଅଞ୍ଚଳରେ  ଥିବା ଘରକୁ ଯାଇଥିଲେ ।  ଡାକ୍ତର ସେମାନଙ୍କୁ ୯ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ ।  ପରେ ସେମାନେ ଡାକ୍ତରଙ୍କୁ  ଧରି ପୁଣି ନାରଗୋଦାସ୍ଥିତ ସିଟି ହୋମ୍ସକୁ ଆସିଥିଲେ ।  

ତା’ପରେ ସେମାନେ ଡାକ୍ତରଙ୍କ କାର୍‌ ଚାବି, ମୋବାଇଲ ଓ ବ୍ରେସ୍‌ଲେଟ୍‌ ଫେରାଇ ଦେଇଥିଲେ । ଧମକ ଦେଇଥିଲେ କି, କାହାକୁ କହିଲେ କିମ୍ବା ପୁଲିସରେ ଦେଲେ ତୁମ ନାମରେ ଥାନାରେ ବଳାତ୍କାର ଉଦ୍ୟମ ଅଭିଯୋଗ କରିବୁ । ଲୋକଲଜ୍ଜା ଭୟରେ ଡାକ୍ତର କାହାକୁ କିଛି କହି ନ ଥିଲେ । ଶେଷରେ ସାହସ ଜୁଟାଇ ଗତକାଲି ଆସି ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା  ରୁଜୁ କରି ଗତକାଲି ରାତାରାତି ଇରାନୀଙ୍କ ସମେତ ବାପି,  ଗଣେଶ ଓ ଗିରିଜାଙ୍କୁ ଉଠାଇ ଆଣିଥିଲା । ସେମାନଙ୍କଠାରୁ ୩୦ ହଜାର ଟଙ୍କା, ୯ ଲକ୍ଷ ଟଙ୍କାର ଚେକ୍‌, ଛୁରୀ ଓ ୨ଟି   ମୋବାଇଲ ଫୋନ୍‌ ଜବତ କରିଥିଲା ।

bhubaneswar
honey trap

Copyright © 2022 - Summa Real Media Private Limited. All Rights Reserved.